ପଶ୍ଚିମ ଓଡ଼ିଶାରେ ଲହଡି ଭାଙ୍ଗୁଛି କୋରୋନା, ସାବାଡ ହେବେ ଅମାନିଆ
Advertisement

ପଶ୍ଚିମ ଓଡ଼ିଶାରେ ଲହଡି ଭାଙ୍ଗୁଛି କୋରୋନା, ସାବାଡ ହେବେ ଅମାନିଆ

ପଶ୍ଚିମ ଓଡ଼ିଶା (Western Odisha) ରେ କୋରୋନା ମହାମାରୀ (coronavirus) ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ୫ ତାରିଖରୁ ରାତ୍ରିକାଳୀନ କର୍ଫ୍ୟୁ (Night curfew) ଜାରୀ କରିଛନ୍ତି।

ପଶ୍ଚିମ ଓଡ଼ିଶାରେ ଲହଡି ଭାଙ୍ଗୁଛି କୋରୋନା, ସାବାଡ ହେବେ ଅମାନିଆ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ବେଲଗାମ ହେଲାଣି ମହାମାରୀ କୋରୋନା। ଶିକ୍ଷାନଗରୀ ବୁର୍ଲା ସମେତ ସମସ୍ତ ସୀମାନ୍ତ ଜିଲ୍ଲାରେ ସଂକ୍ରମଣ ବଢିବାରେ ଲାଗିଛି। ସେପଟେ ଲୋକଙ୍କୁ ଯେତେ ସଚେତନ କଲେ ସୁଦ୍ଧା ପରିସ୍ଥିତି ସମାନ। ସେଥିପାଇଁ ଅମାନିଆଙ୍କ ବୁରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି।

ପଶ୍ଚିମ ଓଡ଼ିଶା (Western Odisha) ରେ କୋରୋନା ମହାମାରୀ (coronavirus) ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ୫ ତାରିଖରୁ ରାତ୍ରିକାଳୀନ କର୍ଫ୍ୟୁ (Night curfew) ଜାରୀ କରିଛନ୍ତି। ମହାମାରୀରକୁ ମାତ ଦେବାପାଇଁ ସାମାଜିକ ଦୂରତା, ସାନିଟାଇଜର ଓ ମାସ୍କକୁ ଗୁରୁତ୍ୱ ଦିଆଯାଇଛି। ହେଲେ ଜନସାଧାରଣ ଏହି ନିୟମକୁ ନ ମାନି ବେଫିକର ହୋଇ ବୁଲୁଥିବା ଦେଖିବାକୁ ମିଳିଛି। ଏହାକୁ ଧ୍ୟାନରେ ରଖି ସମ୍ବଲପୁର ମହାନଗର ନିଗମ (SMC) ଓ ବୁର୍ଲା ପୋଲିସ ମିଳିତ ଭାବେ ବୁର୍ଲା ପେଟ୍ରୋଲ ପମ୍ପ ଛକରେ କଡାକଡି ଭାବେ ମାସ୍କ ଓ ସାମାଜିକ ଦୂରତାକୁ ଯାଞ୍ଚ କରିଛନ୍ତି।  

Also Read: ବଢୁଛି ହାତୀ ମୃତ୍ୟ ସଂଖ୍ୟା; ବନ ବିଭାଗ କାର୍ଯ୍ୟଦକ୍ଷତା ଉପରେ ଉଠିଲା ପ୍ରଶ୍ନ

ସେପଟେ ସମ୍ବଲପୁର (Sambalpur) ରେ ନାଇଟ କର୍ଫ୍ୟୁକୁ ନେଇ  ସମ୍ବଲପୁର SP ବାତୁଲା ଗଙ୍ଗାଧର ଆଗୁଆ ଚେତାବନୀ ଦେଇଛନ୍ତି। ରାତି ୧୦ଟା ପରେ ରାସ୍ତାରେ ବୁଲିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ନିୟମ ଉଲ୍ଲଙ୍ଘନକାରୀଙ୍କୁ ବିରୁଦ୍ଧରେ ଏପିଡେମୀକ ଆକ୍ଟ ଅନୁସାରେ  କାର୍ଯ୍ୟାନୁଷ୍ଠାନ ହେବ। ତେଣୁ ସମ୍ବଲପୁର, ବୁର୍ଲା (Burla) , ହୀରାକୁଦବାସୀଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ SP କହିଛନ୍ତି। 

ରାତି ୧୦ ସୁଦ୍ଧା ଦୋକାନ ବଜାର ଗୁଡିକ ବନ୍ଦ ନକଲେ ମୋଟା ଅଙ୍କର ତଣ୍ଡ ଗଣିବା ସହ କୋଭିଡ ଗାଇଡ଼ଲାଇନ ଉଲ୍ଲାଙ୍ଘନ ମାମଲାରେ ଅଭିଯୁକ୍ତ କରାଯିବ ବୋଲି SP କହିଛନ୍ତି। ସମ୍ବଲପୁର, ବୁର୍ଲା, ହୀରାକୁଦ ଥାନା ଅଂଚଳରେ ୧୪ଟି ଚେକ ପୋଷ୍ଟ ସହ କଡାକଡି ଯାଞ୍ଚ କରାଯିବ। ବିଭିନ୍ନ ବାହାନା ଦେଖାଇ ରାତିରେ ବୁଲିଲେ ପୋଲିସ (Sambalpur Police) ଆକ୍ସନ ଭୋଗିବାକୁ ପଡ଼ିବ। ଯେଉଁମାନେ ମାସ୍କ ପିନ୍ଧିନଥିବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି SP ସୂଚନା ଦେଇଛନ୍ତି।