Advertisement
Article Detail0/zeeodisha/odisha683096

ଅଭିଯୁକ୍ତ କୋରୋନା ସଂକ୍ରମିତ, ଚିନ୍ତାରେ ଜିଲ୍ଲା ପ୍ରଶାସନ

ସାହିକୁ ସିଲ କରୁଛି ପୋଲିସ

ଅଭିଯୁକ୍ତ କୋରୋନା ସଂକ୍ରମିତ, ଚିନ୍ତାରେ ଜିଲ୍ଲା ପ୍ରଶାସନ

ପୁରୀ: ତୀର୍ଥକ୍ଷେତ୍ର ପୁରୀରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ହେଲେ ସବୁଠୁ ଅଧିକ ଚିନ୍ତା ବଢାଇଛି ଅଭିଯୁକ୍ତର ପଜିଟିଭ । ତେବେ ଅଭିଯୁକ୍ତ ଜଣଙ୍କ ଏକ ଧଳା ଜହର ବେପାରୀ । ବାଲେଶ୍ୱରରୁ ବ୍ରାଉନସୁଗାର ଆଣି ପୁରୀରେ ବେପାର କରେ । ବାଲେଶ୍ୱର ଓ ଭଦ୍ରକ ଯିବା ଆସିବାରେ ତାହାର ହୋଇଛି ପଜିଟିଭ । ସେପଟେ ନରେନ୍ଦ୍ରକୋଣ ଅଞ୍ଚଳରେ ସେ ନିଶା କାରବାର ସହ ଅନେକ ପିଲାଙ୍କ ସହ ମିଶି ନିଶା ସେବନ କରେ । ଆଉ ନରେନ୍ଦ୍ର କୋଣର ଚନ୍ଦନ ଚକଡାରେ ବସି ନିଶା ସେବନ କରି ଅପରାଧ ଘଟାଇଥାଏ । 

ତେଣୁ ଏଭଳି ଏକ କେଶରେ କୁମ୍ଭାରପଡା ଥାନା ତାକୁ ଧରି ଆଣି ଜେରା କରିଥିଲା । ମାତ୍ର ଥାନାରେ ୪ ଦିନ ରଖିବା ପରେ ୧୫ ତାରିଖରୁ ତାକୁ ଆଣି ତାର କୋରୋନା ଟେଷ୍ଟ କରି ମେଡିକାଲ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଏସଡିଏଜେଏମଙ୍କ କୋର୍ଟରେ ହାଜର କରାଇ ପୁରୀ ଜେଲକୁ ପଠାଯାଇଥିଲା । ଆଉ ଗତକାଲି ତାର ଟେଷ୍ଟ ରିପୋର୍ଟ ପଜିଟିଭ ପରେ ତାର ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ସିଲ କରାଯାଇଛି । ସେପଟେ କୁମ୍ଭାରପଡା ଥାନାର ଥାନା ଅଧିକାରୀ ସମେତ ୩୦ ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଥାନାକୁ ଗତକାଲି ରାତିରେ ଅଗ୍ନିଶମ ସେବା ପକ୍ଷରୁ ବିଶୋଧନ କରାଯାଇଛି । ଆଜି ମେଡିକାଲର ଏକ ଟିମ ସମ୍ପୃକ୍ତ କଣ୍ଟେନମେଣ୍ଟ ଅଞ୍ଚଳକୁ ଯାଇ ପୁଣିଥରେ ସାହି ବାସିନ୍ଦାଙ୍କ ତଥ୍ୟ ନେବା ଆରମ୍ଭ କରିଛନ୍ତି ।

ଏକ ଡକାୟତି ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟକୁ ନିଆଯାଇଥିବାରୁ ଏସଡିଏଜେଏମ କୋର୍ଟକୁ ମଧ୍ୟ ବିଷୋଧନ କରାଯାଇଛି । ଗତକାଲି ଅଭିଯୁକ୍ତକୁ ଜେଲରେ ସଙ୍ଗରୋଧ କରି ରଖାଯାଇଥିବା ପୁରୀ ଜେଲର ସମସ୍ତ ଷ୍ଟାଫଙ୍କର ବି ସ୍ୱାବଟେଷ୍ଟ କରାଯିବାକୁ କହିଛନ୍ତି ଜେଲର । ସେପଟେ ଥାନାରେ ଏତେଦିନ ରଖିବା ପରେ କୋର୍ଟକୁ ରିପୋର୍ଟ ଆସିବା ପରେ ଆଣିବା କଥା ତେଣୁ ପୁଲିସର ଏଭଳି କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଆଇନଜୀବି ।ତେବେ ପୁରୀ ଜିଲାରେ ଗତକାଲି ୧୧ଟି ପଜିଟିଭ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେମାନଙ୍କ ମଧ୍ୟରୁ ଲୋକାଲ ଅଭିଯୁକ୍ତ ଏବେ ସବୁଠୁ ଚିନ୍ତା ବଢାଇଦେଇଛନ୍ତି । ତାଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ ଚାଲିଛି । ସେପଟେ ଲୋକାଲ ସମ୍ପୃକ୍ତି ରହିଥିବାରୁ ଜିଲା ପ୍ରଶାସନ ସଂକ୍ରମଣ ଆଶଙ୍କା କରି ସମ୍ପୁର୍ଣ ଅଂଚଳ ଉପରେ ଦୃଷ୍ଟି ରଖିଛି ବୋଲି କହିଛନ୍ତି ଜିଲାପାଳ ।

Add Zee News as a Preferred Source
About the Author