• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha State
  • /ଉଗ୍ରରୂପୀ ‘ଆମ୍ଫାନ’, ମାଡ଼ି ଆସୁଛି ଭୟଙ୍କର ରୂପ ନେଇ...

ଉଗ୍ରରୂପୀ ‘ଆମ୍ଫାନ’, ମାଡ଼ି ଆସୁଛି ଭୟଙ୍କର ରୂପ ନେଇ...

କୋରୋନା ସଂକଟ ବେଳେ ସ୍ଥିତି ଉଜାଡ଼ିବ ଆମ୍ଫାନ

Edited ByZee Odisha Desk
Published: May 16, 2020, 12:29 PM IST|Updated: May 16, 2020, 12:29 PM IST
joinshare
ଉଗ୍ରରୂପୀ ‘ଆମ୍ଫାନ’, ମାଡ଼ି ଆସୁଛି ଭୟଙ୍କର ରୂପ ନେଇ...

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    କଳାହାଣ୍ଡିରେ ବିଶ୍ୱ ଜନଜାତି ଦିବସ ପାଳନ

    କଳାହାଣ୍ଡିରେ ବିଶ୍ୱ ଜନଜାତି ଦିବସ ପାଳନ

    2

    ଡିଜିପି ନିଯୁକ୍ତି ସମ୍ପର୍କରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ, ବର୍ଷା ସତର୍କ ସୂଚନା ଓ ଅନ୍ୟ ଖବର

    3

    ଶକ୍ତି ବିଭାଗର ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

    4

    Flood Alert: ସାବଧାନ ! ସତର୍କ ସଂକେତ ଟପିଲା ବୈତରଣୀ ସହ ଜଳକା

    5

    ଏୟାର ଇଣ୍ଡିଆର ବଡ ପଦକ୍ଷେପ, ସବୁ ପାଇଲଟଙ୍କ ପାଇଁ ଡୋପ୍ ଟେଷ୍ଟ ବାଧ୍ୟତାମୂଳକ

    ଜିନୁ ଜେନା, ଭୁବନେଶ୍ୱର: ମହାବିପତ୍ତି ପରେ ବିପତ୍ତି । ଏବେ କୋଭିଡ୍ ନିଦ ହଜାଇଥିବା ବେଳେ ହୃଦକମ୍ପନ ବଢାଇଲାଣି ‘ଆମ୍ଫାନ୍’। ଅବପାତ ରୂପ ନେଇସାରିଥିବା ବେଳେ ଶନିବାର ମଧ୍ୟାହ୍ନ ବେଳକୁ ଏହା ସମ୍ଭାବ୍ୟ ପାଲଟି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୀଷଣ ସାମୁଦ୍ରିକ ବାତ୍ୟା ରୂପ ଧାରଣ କରିବ । ଏହାପରେ ଏହା ସ୍ଥଳଭାଗରେ କେଉଁ ଆଡକୁ ମୁହାଇଁବ ତାହା ସ୍ପଷ୍ଟ ଭାବେ ଜଣାପଡ଼ିବ । ଏବେ ସୁଦ୍ଧା ଯାହା ଆକଳନ ହୋଇଛି ଏହା ପଶ୍ଚିମବଙ୍ଗ ଏବଂ ବାଲାଂଦେଶ ମଝିରେ ମାଡ଼ ହେବ । ପୂର୍ବରୁ ବାଲାଂଦେଶରେ ମାଡ଼ ହେବ ବୋଲି କୁହାଯାଉଥିଲା ।

    ରାଜ୍ୟର ୧୨ଟି ଉପକୂଳ ଜିଲ୍ଲାରେ ପ୍ରଭାବ ପକାଇବା ‘ଆମ୍ଫାନ୍’। ବିଦ୍ୟୁତ୍ କାଟ ହେବାର ସମ୍ଭାବନା ରହିଛି । କୋରୋନା ବିପଦରୁ ବର୍ତ୍ତିବା ଲାଗି ଲୋକେ ତ୍ରାହି ତ୍ରାହି ହେଉଥିବା ବେଳେ ଆଉ ଏକ ପ୍ରାକୃତିକ ବିପର୍ଯ୍ୟୟ ମାଡ଼ି ଆସୁଛି । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରୁ ଗଭୀର ଅବପାତ ପାଲଟିଛି । ସନ୍ଧ୍ୟାରେ ଏହା ସାମୁଦ୍ରିକ ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।

    ଶନିବାର ଘଣ୍ଟା ପ୍ରତି ୪୦ରୁ ୫୦ ଏବଂ ସର୍ବାଧିକ ୬୦ କିଲୋମିଟର ବେଗରେ ପବନ ବହିବ. କ୍ରମାଗତ ଭାବରେ ଏହା ପ୍ରତିଦିନ ବଢିଚାଲିବ । ସନ୍ଧ୍ୟାରେ ୫୦ରୁ ୬୦ କିମି ଏବଂ ମଝିରେ ମଝିରେ ୭୦ କିମି ଏହା ବଢି ବଢି ପାଖାପାଖି ୯୫ କିମି ବେଗରେ ବି ପବନ ବହିବ ବୋଲି ସୂଚନା ରହିଛି । ରବିବାର ଅତି କମରେ ୯୦ କିମି ଏବଂ ଅତିବେଶୀରେ ୧୨୦ କିମି ଯାଏ, ତା ପରଦିନ ୧୨୦ରୁ ୧୬୦ କିମି ଏବଂ ୧୯ତାରିଖରେ ସର୍ବାଧିକ ୨ ଶହ କିମି ଯାଏ ପବନ ବହିବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ୨୦ତାରିଖରେ ଏହା ୧୭୦ କିମି ବେଗ ଯାଏ କମି ଯାଇପାରେ ୨୧ ତାରିଖରେ ମଧ୍ୟ ପବନ ବହିବ ଯାହାର ବେଗ ୧୩୫ କିମି ରହିପାରେ ।

    ଶନିବାର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ମେ ୧୮ ତାରିଖ ଦିନ ଓଡ଼ିଶା ଓ ପଶ୍ଚିମବଙ୍ଗରେ ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ, ମେ ୧୯ ଓ ୨୦ ତାରିଖ ଦିନ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଅତି ପ୍ରବଳ ବର୍ଷା ହେବ। ଯାହା ଆକଳନ କରାଯାଇଛି ହୁଡହୁଡ୍ ଓ ତିତିଲିକୁ ପଛରେ ପକାଇ ଦେଇପାରେ ସାମୁଦ୍ରିକ ବାତ୍ୟା‘ଆମ୍ଫାନ’। ହୁଡ୍ ହୁଡ୍ ବେଳେ ସର୍ବାଧିକ ୧୮୫ କିମି ବେଗରେ ତିତିଲି ବେଳେ ୧୧୦ କିମି ଏବଂ ଫାଇଲିନ୍ ବେଳେ ୨୧୫ କିମି ବେଗରେ ପବନ ବହିଥିଲା । ୨୭୬ କିମି ବେଗରେ ପବନ ବହି ଓଡ଼ିଶାକୁ ସର୍ବାଧିକ କ୍ଷତି ପହଞ୍ଚାଇଥିଲା ୧୯୯୯ ମହାବାତ୍ୟା ।

    Add Zee News as a Preferred Source
    TAGS:
    WestBengal
    Odisha