ଉଗ୍ରରୂପୀ ‘ଆମ୍ଫାନ’, ମାଡ଼ି ଆସୁଛି ଭୟଙ୍କର ରୂପ ନେଇ...
Advertisement
Article Detail0/zeeodisha/odisha682146

ଉଗ୍ରରୂପୀ ‘ଆମ୍ଫାନ’, ମାଡ଼ି ଆସୁଛି ଭୟଙ୍କର ରୂପ ନେଇ...

କୋରୋନା ସଂକଟ ବେଳେ ସ୍ଥିତି ଉଜାଡ଼ିବ ଆମ୍ଫାନ

ଉଗ୍ରରୂପୀ ‘ଆମ୍ଫାନ’, ମାଡ଼ି ଆସୁଛି ଭୟଙ୍କର ରୂପ ନେଇ...

ଜିନୁ ଜେନା, ଭୁବନେଶ୍ୱର: ମହାବିପତ୍ତି ପରେ ବିପତ୍ତି । ଏବେ କୋଭିଡ୍ ନିଦ ହଜାଇଥିବା ବେଳେ ହୃଦକମ୍ପନ ବଢାଇଲାଣି ‘ଆମ୍ଫାନ୍’। ଅବପାତ ରୂପ ନେଇସାରିଥିବା ବେଳେ ଶନିବାର ମଧ୍ୟାହ୍ନ ବେଳକୁ ଏହା ସମ୍ଭାବ୍ୟ ପାଲଟି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୀଷଣ ସାମୁଦ୍ରିକ ବାତ୍ୟା ରୂପ ଧାରଣ କରିବ । ଏହାପରେ ଏହା ସ୍ଥଳଭାଗରେ କେଉଁ ଆଡକୁ ମୁହାଇଁବ ତାହା ସ୍ପଷ୍ଟ ଭାବେ ଜଣାପଡ଼ିବ । ଏବେ ସୁଦ୍ଧା ଯାହା ଆକଳନ ହୋଇଛି ଏହା ପଶ୍ଚିମବଙ୍ଗ ଏବଂ ବାଲାଂଦେଶ ମଝିରେ ମାଡ଼ ହେବ । ପୂର୍ବରୁ ବାଲାଂଦେଶରେ ମାଡ଼ ହେବ ବୋଲି କୁହାଯାଉଥିଲା ।

ରାଜ୍ୟର ୧୨ଟି ଉପକୂଳ ଜିଲ୍ଲାରେ ପ୍ରଭାବ ପକାଇବା ‘ଆମ୍ଫାନ୍’। ବିଦ୍ୟୁତ୍ କାଟ ହେବାର ସମ୍ଭାବନା ରହିଛି । କୋରୋନା ବିପଦରୁ ବର୍ତ୍ତିବା ଲାଗି ଲୋକେ ତ୍ରାହି ତ୍ରାହି ହେଉଥିବା ବେଳେ ଆଉ ଏକ ପ୍ରାକୃତିକ ବିପର୍ଯ୍ୟୟ ମାଡ଼ି ଆସୁଛି । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରୁ ଗଭୀର ଅବପାତ ପାଲଟିଛି । ସନ୍ଧ୍ୟାରେ ଏହା ସାମୁଦ୍ରିକ ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।

ଶନିବାର ଘଣ୍ଟା ପ୍ରତି ୪୦ରୁ ୫୦ ଏବଂ ସର୍ବାଧିକ ୬୦ କିଲୋମିଟର ବେଗରେ ପବନ ବହିବ. କ୍ରମାଗତ ଭାବରେ ଏହା ପ୍ରତିଦିନ ବଢିଚାଲିବ । ସନ୍ଧ୍ୟାରେ ୫୦ରୁ ୬୦ କିମି ଏବଂ ମଝିରେ ମଝିରେ ୭୦ କିମି ଏହା ବଢି ବଢି ପାଖାପାଖି ୯୫ କିମି ବେଗରେ ବି ପବନ ବହିବ ବୋଲି ସୂଚନା ରହିଛି । ରବିବାର ଅତି କମରେ ୯୦ କିମି ଏବଂ ଅତିବେଶୀରେ ୧୨୦ କିମି ଯାଏ, ତା ପରଦିନ ୧୨୦ରୁ ୧୬୦ କିମି ଏବଂ ୧୯ତାରିଖରେ ସର୍ବାଧିକ ୨ ଶହ କିମି ଯାଏ ପବନ ବହିବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ୨୦ତାରିଖରେ ଏହା ୧୭୦ କିମି ବେଗ ଯାଏ କମି ଯାଇପାରେ ୨୧ ତାରିଖରେ ମଧ୍ୟ ପବନ ବହିବ ଯାହାର ବେଗ ୧୩୫ କିମି ରହିପାରେ ।

ଶନିବାର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ମେ ୧୮ ତାରିଖ ଦିନ ଓଡ଼ିଶା ଓ ପଶ୍ଚିମବଙ୍ଗରେ ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ, ମେ ୧୯ ଓ ୨୦ ତାରିଖ ଦିନ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଅତି ପ୍ରବଳ ବର୍ଷା ହେବ। ଯାହା ଆକଳନ କରାଯାଇଛି ହୁଡହୁଡ୍ ଓ ତିତିଲିକୁ ପଛରେ ପକାଇ ଦେଇପାରେ ସାମୁଦ୍ରିକ ବାତ୍ୟା‘ଆମ୍ଫାନ’। ହୁଡ୍ ହୁଡ୍ ବେଳେ ସର୍ବାଧିକ ୧୮୫ କିମି ବେଗରେ ତିତିଲି ବେଳେ ୧୧୦ କିମି ଏବଂ ଫାଇଲିନ୍ ବେଳେ ୨୧୫ କିମି ବେଗରେ ପବନ ବହିଥିଲା । ୨୭୬ କିମି ବେଗରେ ପବନ ବହି ଓଡ଼ିଶାକୁ ସର୍ବାଧିକ କ୍ଷତି ପହଞ୍ଚାଇଥିଲା ୧୯୯୯ ମହାବାତ୍ୟା ।

;