Advertisement
Article Detail0/zeeodisha/odisha684103

ତାଣ୍ଡବ ରଚିଲା ଅମ୍ଫାନ

ପଶ୍ଚିମବଙ୍ଗରେ ତାଣ୍ଡବ ରଚୁଛି ଅମ୍ଫାନ

ତାଣ୍ଡବ ରଚିଲା ଅମ୍ଫାନ

ନୂଆଦିଲ୍ଲୀ: ତାଣ୍ଡବ ରଚିଲା ଅମ୍ଫାନ। ଭାରତୀୟ ପାଣିପାଗର ପୂର୍ବାନୁମାନ ଅନୁଯାୟୀ ଅମ୍ଫାନ ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁଥିଲା। ଏହାର ପ୍ରଭାବରେ କଚ୍ଚା ଘର ଠାରୁ ଅଧିକାଂଶ ଟିଣଛପର ଘର ମଧ୍ୟ ନଷ୍ଟ ହୋଇଯାଇଛି। କୋଲକାତା ମଧ୍ୟ ବେଶ ଗୁରୁତର ଭାବେ ପ୍ରଭାବିତ ହୋଇଛି। ସନ୍ଧ୍ୟା ପ୍ରାୟ ୭ଟାରେ କୋଲକାତାରେ ବାତ୍ୟା ଅମ୍ଫାନ ତାଣ୍ଡବ ରଚିଥିଲା। ଏହି ବାତ୍ୟା ପ୍ରଭାବରେ ଓଡ଼ିଶାର ଭଦ୍ରକ, ବାଲେଶ୍ୱର ସହିତ ପଶ୍ଚିମବଙ୍ଗର ଅଧିକାଂଶ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ରହିଛି।

ସୁନ୍ଦରବନରେ ସ୍ଥଳଭାଗ ଛୁଇଁବା ବେଳକୁ ବାତ୍ୟାର ବେଗ ଘଣ୍ଟାପ୍ରତି ବେଗ ୧୬୫ ରୁ ୧୮୫ ରହିଥିବା ପାଣିପାଗ ସୂଚନା ଦେଇଛନ୍ତି। ତେବେ ବାତ୍ୟାର ଆଖିର ବାହ୍ୟ ବିଭାଗ ପ୍ରଥମେ ସ୍ଥଳଭାଗ ଛୁଇଁଥିଲା। ଏହାର ଦୈର୍ଘ୍ୟ ପ୍ରାୟ ୧୨୦ କିମି ରହିଥିବା ନେଇ ପାଣିପାଗ ସୂଚନା ଦେଇଛି। ଅମ୍ପନର ଆଖି ପ୍ରାୟ ୪୦ କିମି ବ୍ୟାସ ରହିଥିବା ନେଇ ବିଭାଗ ସୂଚନା ଦେଇଥିଲା। ତେବେ ଘଣ୍ଟାପ୍ରତି ବେଗ ୨୦ ରୁ ୨୫ କିମି ବେଗରେ ଗତି କରୁଥିବା ସୂଚନା ରହିଛି।  

ପାଣିପାଗ ବିଭାଗ ଅନୁଯାୟୀ ବୁଧବାର ଅପରାହ୍ଣ ପ୍ରାୟ ୪ଟାରୁ ସ୍ଥଳଭାଗରେ ପ୍ରବେଶ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଫଳରେ ପ୍ରାୟ ୪ ଘଣ୍ଟା ଧରି ସ୍ଥଳଭାଗରେ ପ୍ରବେଶ ପ୍ରକ୍ରିୟା ଚାଲିଥିଲା। ବାତ୍ୟା ଅମ୍ଫାନରର ଆଖି କୋଲକାତାରେ ତାଣ୍ଡବ ରଚିଥିଲା। ସେହିପରି ହାଓଡ଼ା, ହୁଗୁଳି ଓ କୋଲକାତାରେ ୨ ଘଣ୍ଟା ପର୍ଯ୍ୟନ୍ତ ତାଣ୍ଡବ ଦେଖିବାକୁ ମିଳିଥିଲା। ପଶ୍ଚିମ ମେଦିନାପୁର, ବର୍ଦ୍ଧମାନ ଓ ମୁର୍ଶିଦାବାଦରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଏହି ଅଞ୍ଚଳରେ ବାତ୍ୟାର ବେଗ ଘଣ୍ଟା ପ୍ରତି ବେଗ ୮୦ ରୁ ୯୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।  

ସେପଟେ ବର୍ତ୍ତମାନ ବାତ୍ୟାର ସ୍ଥିତି ନେଇ ପାଣିପାଗ ବିଭାଗ ସୂଚନା ଦେଇ କହିଛି ଯେ, ଅମ୍ଫାନର ଆଖି ବର୍ତ୍ତମାନ ସାଗର ଦ୍ୱୀପପୁଞ୍ଜ ଠାରୁ ୩୫ କିମି ଉତ୍ତରପୂର୍ବ ଦିଗରେ ରହିଛି। ସେହିପରି କୋଲକାତା ଠାରୁ ୭୦ କିମି ଓ ଦୀଘା ଠାରୁ ୯୫ କିମି ଦୂରରେ ରହିଛି। ଆସନ୍ତା ୨ ଘଣ୍ଟା ପର୍ଯ୍ୟା ପଶ୍ଚିମବଙ୍ଗରେ ତାଣ୍ଡବ ରଚିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।  

About the Author