• କଳାହାଣ୍ଡି: ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ନିଖୋଜ ମାମଲା
  • ମହାଲିଙ୍ଗ ସ୍ଥିତ ନିର୍ମାଣାଧୀନ ଷ୍ଟାଡିୟମରୁ ମିଳିଲା ପୋଡ଼ାକାଠ, ପାଉଁଶ
  • ଜେସିବି ଦ୍ୱାରା ମାଟି ଖୋଳି ପୋଡ଼ାକାଠ, ପାଉଁଶ ଉଦ୍ଧାର
  • ମମିତାଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ସନ୍ଦେହ
  • ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ
  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କଲା ଯୁବ କଂଗ୍ରେସ
  • ମମିତା ମେହେର ଅପହରଣ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ରାଜ୍ୟ ବିଜେପି ସଭାପତି
  • କେରଳରେ ବନ୍ୟାର ତାଣ୍ଡବ: ୪୧ ମୃତ, ୧୧ଟି ଡ୍ୟାମ୍ ପାଇଁ ରେଡ୍‌ ଆଲର୍ଟ ଜାରି
  • ଗୋଟିଏ ସ୍ଥାନରେ ମିଳିପାରିବ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀର ସମସ୍ତ କଳା କୌଶଳ
  • ପୁରାତନ ଗୁରୁଙ୍କ କାଳଜୟୀ କଳାର ସମାହାର ସାଙ୍ଗକୁ ଏ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ନୃତ୍ୟ ଚାତୁରୀ

ବାତ୍ୟା 'ୟାସ'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

ଯାହାର ପ୍ରଭାବରେ ଉତ୍ତର ଓଡ଼ିଶାର ଅନେକ ସ୍ତାନରେ ପ୍ରବଳ ବର୍ଷା ଜାରି ରହିଛି । । ବାରିପଦା ଓ କୁସୁମି ଠାରେ ୩୦୦ ମିଲି ମିଟର ଏବଂ ଭଦ୍ରକ ଓ ଚାନ୍ଦବାଲିରେ କେନ୍ଦ୍ରାପଡା ଆଦି ୩୬ଟି ସ୍ଥାନରେ ୨୦୦ ମିଲିମିଟର ବର୍ଷା ହୋଇଛି । 

ବାତ୍ୟା 'ୟାସ'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ବାତ୍ୟା ୟାସ୍ (Yaas) ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆଜି (ବୁଧବାର) ସକାଳ ୯ଟା ରେ ଲ୍ୟାଣ୍ଡପଲ ହୋଇଛି । ଧାମରାର ଉତ୍ତର ରେମୁଣା ସଦର ଏରିଆରେ ଲ୍ୟାଣ୍ଡଫଲ ହୋଇଛି । ରେମୁଣା ଓ ବାହନଗା ଭିତରେ ଲ୍ୟାଣ୍ଡପଲ କରୁଛି । ଆସନ୍ତା ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ । ଲ୍ୟାଣ୍ଡଫଲ ସମୟରେ ୧୩୦/୧୪୦ କିମି ରେ ପବନ ବେଗ ରହିବ । ଦିନ ଗୋଟେ ସୁଦ୍ଧା ଲ୍ୟାଣ୍ଡଫଲ କରିବା ପରେ ବାଲେଶ୍ୱର ଦେଇ ମୟୂରଭଞ୍ଜ ଯିବ ଏବଂ ସେଠାରେ ପବନର ବେଗ ୧୦୦ କିମି ପ୍ରତି ଘଣ୍ଟା ରହିବ । ଆଜି ଦିନତମାମ ବର୍ଷା ଲାଗି ରହିବ ।

ଯାହାର ପ୍ରଭାବରେ ଉତ୍ତର ଓଡ଼ିଶାର ଅନେକ ସ୍ତାନରେ ପ୍ରବଳ ବର୍ଷା ଜାରି ରହିଛି । । ବାରିପଦା ଓ କୁସୁମି ଠାରେ ୩୦୦ ମିଲି ମିଟର ଏବଂ ଭଦ୍ରକ ଓ ଚାନ୍ଦବାଲିରେ କେନ୍ଦ୍ରାପଡା ଆଦି ୩୬ଟି ସ୍ଥାନରେ ୨୦୦ ମିଲିମିଟର ବର୍ଷା ହୋଇଛି । ଉତ୍ତର ଓଡ଼ିଶାର କୋଷ୍ଟାଲ ଏରିଆରେ ଜୁଆର ଉଠିଛି । ବ୍ୟାପକ ଅଂଚଳ ଜଳମଗ୍ନ ରହିଛି । ଲ୍ୟାଣ୍ଡଫଲର ଡାହାଣ ପଟେ ଅଧିକ ଜୁଆର ଉଠିବ । ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ସର୍ବାଧିକ ପ୍ରଭାବ ରହିବ । ମୟୂରଭଞ୍ଜରେ ଅପରାହ୍ନରେ ବାତ୍ୟାର ପ୍ରଭାବ ପଡିବ । ଆଜି ମଧ୍ୟ ରାତ୍ରି ସୁଦ୍ଧା ଝାଡଖଣ୍ଡ ମୁହାଁ ହେବ ବାତ୍ୟା ୟାସ୍ ।

ସେପଟେ ସରକାର ୫ ଲକ୍ଷ ୮୦ ହଜାର ଲୋକଙ୍କୁ ସ୍ତାନାନ୍ତରଣ କରିସାରିଛନ୍ତି । ବାଲେଶ୍ଵରରେ ୧ ଲକ୍ଷ ୫୨ ହଜାର, ଭଦ୍ରକରେ ୧ ଲକ୍ଷ ୨୦ ହଜାର ଓ ମୟୂରଭଞ୍ଜରେ ୬୦ ହଜାର ଲୋକଙ୍କୁ ସ୍ତାନନ୍ତରଣ କରାଯାଇଛି । ପବନ କମିଲା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ।