ଜୈବିକ ଚାଷ ପ୍ରଣାଳୀ ପ୍ରଶିକ୍ଷଣ ସହ ଚାଷୀଙ୍କୁ ବିହନ ବଣ୍ଟନ
Advertisement

ଜୈବିକ ଚାଷ ପ୍ରଣାଳୀ ପ୍ରଶିକ୍ଷଣ ସହ ଚାଷୀଙ୍କୁ ବିହନ ବଣ୍ଟନ

ଚାଷୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଅନୁଷ୍ଠାନ ପକ୍ଷରୁ ପଞ୍ଜିକୃତ ହୋଇଥିବା ଚାଷୀଙ୍କୁ କାନ୍ଦୁଲ ବିହନ ଯୋଗାଇ ଦିଆଯାଇଛି।

ଜୈବିକ ଚାଷ ପ୍ରଣାଳୀ ପ୍ରଶିକ୍ଷଣ ସହ ଚାଷୀଙ୍କୁ ବିହନ ବଣ୍ଟନ

କନ୍ଧମାଳ: ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ସୁଆଙ୍ଗବାଲି ପଞ୍ଚାୟତର ସବେରାଙ୍ଗା ଆମ୍ବତୋଟା ଠାରେ ରାଉରକେଲାସ୍ଥିତ "ଗାନା ନର୍ସରୀ" ଅନୁଷ୍ଠାନ ପକ୍ଷରୁ ଜୈବିକ ପଦ୍ଧତିରେ ଅଳ୍ପ ଖର୍ଚ୍ଚରେ ଚାଷ ପ୍ରଣାଳୀ ନେଇ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଯାଇଛି। ଏହି ଶିବିରରେ ଭ୍ରମରବାଡ଼ି ଏବଂ ସିଆଙ୍ଗବାଲି ପ୍ରଭୃତି ଅଞ୍ଚଳର ଅଗ୍ରଣୀ ଚାଷୀ ଯୋଗଦେଇଥିଲେ। 

ରାଉରକେଲା "ଗାନା ନର୍ସରୀ" ଅନୁଷ୍ଠାନ ପକ୍ଷରୁ ରାଜ୍ୟ ପରିଚାଳକ ସଦସ୍ୟ ସର୍ବ କୁମାର ବିଶୋଇଙ୍କ ସମେତ କନ୍ଧମାଳ ଜିଲ୍ଲାର ପରିଚାଳକ ସଦସ୍ୟ ଶାନ୍ତି ମଟାମ, କେ.ସ୍ୱାଧିନା ବାଇ ପାତ୍ର, ଅଜିତ ନାୟକ, ଅର୍ଚ୍ଚନା ନାୟକ ଯୋଗ ଦେଇ ଜୈବିକ ପଦ୍ଧତିରେ କିଭଳି ଚାଷ କରାଯିବ ସେ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ଜୈବିକ ପଦ୍ଧତି ଚାଷ ଦ୍ବାରା କିପରି ଅଳ୍ପ ଖର୍ଚ୍ଚରେ ଅଧିକ ଅମଳ କରାଯାଇପାରିବ ସେ ବାବଦରେ ଚାଷୀଙ୍କୁ ଅବଗତ କରାଇଥିଲେ। 

Also Read: ଏଣିକି ସୁବିଧାରେ ମିଳିବ ଲଘୁଜାତ ଦ୍ରବ୍ୟ; ଉପକୃତ ହେବେ ଗ୍ରାମାଞ୍ଚଳ ଲୋକେ

ପ୍ରଥମ ପର୍ଯ୍ୟାୟରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ସିଆଙ୍ଗବାଲି ଏବଂ ଭ୍ରମରବାଡ଼ି ପଞ୍ଚାୟତର ଚାଷୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଅନୁଷ୍ଠାନ ପକ୍ଷରୁ ପଞ୍ଜିକୃତ ହୋଇଥିବା ଚାଷୀଙ୍କୁ କାନ୍ଦୁଲ ବିହନ ଯୋଗାଇ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ ପରିଚାଳକ ସଦସ୍ୟ ମୋହନ କୁମାର ପରିଛା ଏବଂ ଶଶୀଭୂଷଣ ଦିଗାଳ ପ୍ରମୁଖ ଯୋଗ ଦେଇଥିଲେ।