Trending Photos
ସମ୍ବଲପୁର: ଡ୍ରେନ ନିର୍ମାଣ ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନର ଦାଦାଗିରି । ଜୋର ଜବରଦସ୍ତ ଘରର ପାଚେରୀ ଭାଙ୍ଗି ଡ୍ରେନ ନିର୍ମାଣ କରିଛି ଜିଲ୍ଲା ପ୍ରଶାସନ। ସାଧାରଣ ଲୋକଙ୍କ ଉପରେ ଅତ୍ୟଚାର କରୁଛି ଜିଲ୍ଲା ପ୍ରଶାସନ । ସମ୍ବଲପୁର ସହର ଶାନ୍ତି ନଗରସ୍ଥିତ ଚୋପଦାର ପରିବାର ଘର ସମ୍ମୁଖରେ ଡ୍ରେନ ରହିଛି । ବର୍ଷା ସମୟରେ ଡ୍ରେନରେ ଅଧିକ ପାଣି ଜମି ରହିଥାଏ । ଏହାକୁ ଦୃଷ୍ଟିରେ ରଖି ଚୋପଦାର ପରିବାର ନିଜ ଘର ପାଚେରି ଭିତର ଦେଇ ଛୋଟ ନାଳା କରି ପାଣି ନିଷ୍କାସନ କରୁଥିଲେ ।
ତେଵେ ଚଳିତ ବର୍ଷ ସମ୍ବଲପୁର ପ୍ରଶାସନ ଉକ୍ତ ନାଳକୁ ଜୋର ଜବରଦସ୍ତ ଖୋଳି ଦେଇ ଡ୍ରେନ ନିର୍ମାଣ କରୁଛି । ସେଇ ଅସ୍ଥାୟୀ ଭାଵେ ନିର୍ମାଣ କରିଥିବା ନାଳର ସ୍ଥାନ ଚୋପଦାର ପରିବାରଙ୍କ ହୋଇଥିବାରୁ ପ୍ରଶାସନକୁ ଡ୍ରେନ ନିର୍ମାଣ ପାଇଁ ବାରଣ କରିଥିଲେ । ହେଲେ ପ୍ରଶାସନ କୌଣସି ପ୍ରକାର ନିଷ୍ପତ୍ତି ନ ନେଇ ଚୋପଦାରକୁ ଚାପ ପକାଇ ତାଙ୍କ ପାଚେରୀ ଭାଙ୍ଗି ଡ୍ରେନ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି ।
ଏହା ପୁର୍ଵରୁ ଗୋଟିଏ ଫୁଟ ଥିବା ଏହି ନାଳ ଏବେ ପ୍ରଶାସନ ଘର ସମ୍ମୁଖରେ ପ୍ରାୟ ୩ ରୁ ୪ ଫୁଟ ଓସାର କରି ମାଟି ଖୋଲି ଡ୍ରେନ ନିର୍ମାଣ କରୁଛି । ସେଥିପାଇଁ ତାଙ୍କ ପରିବାରକୁ ଯିବା ଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଗୋପାଳମାଲବାସୀଙ୍କ କହିବାନୁଯାୟୀ ଯଦି ଏ କାମକୁ ତୁରନ୍ତ ବନ୍ଦ ନ କରାଯାଏ ତା ହେଲେ ପରବର୍ତ୍ତୀ ସମୟରେ ଯାହା ହେବ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି କୁହାଯାଇଛି।
ପ୍ରଶାସନ ଜୋରଜବରଦସ୍ତି ପାଚେରୀ ଭାଙ୍ଗି ଡ୍ରେନ ନିର୍ମାଣ କରୁଥିବା ସ୍ଥାନରେ ଚୋପଦାର ପରିବାର ଲୋକ ଯିବା ଆସିବା କରିଥାନ୍ତି । ହେଲେ ଏବେ ଦୀର୍ଘ ଦିନ ହେବ ମାଟି ଖୋଳି ଦେଇଥିବାରୁ ଯିବା ଆସିବା ପାଇଁ ଅସୁବିଧା ହେଉଛି । ସେପଟେ ଚୋପଦାରଙ୍କୁ ହୃଦରୋଗ ଥିବାରୁ ପ୍ରଶାସନକୁ କିଛି କହିପାରୁ ନାହାନ୍ତି । ତେଵେ ନିଜ ପଡୋଶୀ ଲୋକଙ୍କୁ ଏହାର ସମାଧାନ କରିବା ପାଇଁ ସେ କହିଛନ୍ତି ।
ଏହି ଡ୍ରେନ ଯଦି ପ୍ରଶାସନ ନିର୍ମାଣ କରିଦିଏ, ସେପଟେ ସହରର ଗୋପାଲମାଲର ଗୁହାଲପଡା ଅଞ୍ଚଳରେ ଡ୍ରେନରେ ପାଣି ଭର୍ତ୍ତି ହୋଇଯିବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଫଳରେ ସହରର ମଧ୍ୟବର୍ତ୍ତି ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ବୃଦ୍ଧି ପାଇଛି । ସେପଟେ ଏନେଇ ମହାନଗର ନିଗମ ଅଧିକାରୀ ଓ ପି ଡବ୍ଲୁଡି ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲା। ମାତ୍ର ସେମାନେ କ୍ୟାମେରା ସାମ୍ନାରେ ମୁଁହ ଖୋଲିବାକୁ ସିଧାସଳଖ ମନା କରିଦେଇଛନ୍ତି ।
ତେଵେ ଏଠି ପ୍ରଶ୍ନ ଉଠୁଛି ଜଣେ ସାଧାରଣ ଅଞ୍ଚଳବାସୀ ନିଜ ଅଞ୍ଚଳର ଭଲ ପାଇ ନିଜ ଜମିରେ ଅସ୍ଥାୟୀ ନାଳ ଛୋଟ ଆକାରରେ ତିଆରି କରିଥିଲେ । ହେଲେ ପ୍ରଶାସନ କିଭଲି ଏଭଲି ଧମକ ଚମକ ଦେଇ ସାଧାରଣ ଲୋକଙ୍କ ଜମି ଉପରେ ଏଡ଼େ ଚଉଡା ଡ୍ରେନ ନିର୍ମାଣ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।