• ଭୁବନେଶ୍ବରରେ ଆଜି ରାତି ୯ଟାରୁ ନାଇଟ୍‌ କର୍ଫ୍ୟୁ
  • କୋରୋନା ନିୟମ ନମାନିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ
  • ଟ୍ବିନ୍‌ ସିଟିରେ ଜାରି ହୋଇଛି ୧୪୪ ଧାରା
  • ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ମତଦାନ ଶେଷ
  • ସଂଧ୍ୟା ସୁଦ୍ଧା ୧୨ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା
  • ଗ୍ୟାଙ୍ଗଷ୍ଟର ହାଇଦରକୁ କୋରୋନା
  • ପୁଣିଥରେ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରାଯିବ: CP
  • ଅଧିକ ଟିକା ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି
  • ବଲିଉଡ ଅଭିନେତା ସୋନୁ ସୁଦ ମଧ୍ୟ କରୋନା ସଂକ୍ରମଣରେ ଶିକାର
  • ୨୪ତମ ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଜେଡି ନେତା ଓ ମନ୍ତ୍ରୀ

ଚାକିରି କ୍ଷେତ୍ରରେ ଖେଳାଳିଙ୍କୁ ଅଣଦେଖା ଅଭିଯୋଗ

  ଜିଲ୍ଲାରେ ଖେଳାଳିଙ୍କୁ ଅଣଦେଖା କରାଯାଉଥିବା ନେଇ ଅଭିଯୋଗ। ପଡ଼ୋଶୀ ଜିଲ୍ଲାରେ ଜାତୀୟ ସ୍ତରର ଫୁଟବଲ ଖେଳାଳିଙ୍କୁ ସରକାର ଚାକିରିରେ ଅବସ୍ଥାପିତ କରୁଥିବା ବେଳେ ସମ୍ବଲପୁର ଜିଲ୍ଲାର ଖେଳାଳିଙ୍କୁ କାହିଁକି ଅବହେଳା କରାଯାଉଛି ବୋଲି ଜିଲ୍ଲାର ଖେଳାଳିମାନେ ଅଭିଯୋଗ କରିଛନ୍ତି। ସମ୍ବଲପୁର ଜିଲ୍ଲାପାଳଙ୍କୁ ଭେଟି ସ୍ପୋର୍ଟସ କୋଟାରେ ଚାକିର

ଚାକିରି କ୍ଷେତ୍ରରେ ଖେଳାଳିଙ୍କୁ ଅଣଦେଖା ଅଭିଯୋଗ

ଅଜୟ ନାଥ, ସମ୍ବଲପୁର:  ଜିଲ୍ଲାରେ ଖେଳାଳିଙ୍କୁ ଅଣଦେଖା କରାଯାଉଥିବା ନେଇ ଅଭିଯୋଗ। ପଡ଼ୋଶୀ ଜିଲ୍ଲାରେ ଜାତୀୟ ସ୍ତରର ଫୁଟବଲ ଖେଳାଳିଙ୍କୁ ସରକାର ଚାକିରିରେ ଅବସ୍ଥାପିତ କରୁଥିବା ବେଳେ ସମ୍ବଲପୁର ଜିଲ୍ଲାର ଖେଳାଳିଙ୍କୁ କାହିଁକି ଅବହେଳା କରାଯାଉଛି ବୋଲି ଜିଲ୍ଲାର ଖେଳାଳିମାନେ ଅଭିଯୋଗ କରିଛନ୍ତି। ସମ୍ବଲପୁର ଜିଲ୍ଲାପାଳଙ୍କୁ ଭେଟି ସ୍ପୋର୍ଟସ କୋଟାରେ ଚାକିରୀ ଦେବାକୁ ଦାବିକଲେ ଜିଲ୍ଲାର ମହିଳା ଫୁଟବଲ ଖେଳାଳି। ପୂର୍ବରୁ  ସେମାନେ ସମ୍ବଲପୁର ସାଂସଦ ବିଧାୟକ RDC ଜିଲ୍ଲାପାଳଙ୍କୁ ଭେଟି ସାରିଥିବା ବେଳେ ପୁଣି ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୂର୍ବତନ ମହିଳା ଫୁଟବଲ ଖେଳାଳି।

ସମ୍ବଲପୁରରେ ୧୫ ରୁ ୧୬ ଜଣ ଜାତୀୟସ୍ତରୀୟ ଜୁନିୟର ଓ ସିନିୟର ମହିଳା ଫୁଟବଲ ଖେଳାଳି ଥିବା ବେଳେ ଜଣକୁ ମଧ୍ୟ ସ୍ପୋର୍ଟସ କୋଟାରେ ଚାକିରି ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି । ସରକାରୀ ଚାକିରି ତ ଦୂରର କଥା କୌଣସି ବେସରକାରୀ ସଂସ୍ଥାରେ ମଧ୍ୟ ଚାକିରି ମିଳିନାହିଁ। ଏତେ ବର୍ଷ ନିଜ ଅଞ୍ଚଳ ତଥା ରାଜ୍ୟ ପାଇଁ ସମ୍ମାନ ସାଉଁଟି ଥିବା ବେଳେ ଆଜି ସେମାନଙ୍କୁ ଅବହେଳା କରାଯାଉଥିବାର ଅଭିଯୋଗ କରାଯାଇଛି।

ପଡୋଶୀ ଜିଲ୍ଲା ଝାରସୁଗୁଡାରେ ଯଦି ଜାତୀୟ ମହିଳା ଫୁଟବଲ ଖେଳାଳିଙ୍କୁ ନିଯୁକ୍ତି ମିଳିପାରୁଛି ତା ହେଲେ ସମ୍ବଲପୁରରେ କାହିଁକି ମିଳୁନି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଯଦି ଏମିତି ପରିସ୍ଥିତି ଜାରି ରହେ ତା'ହେଲେ ସମ୍ବଲପୁରରୁ ଆଉ ମହିଳା ଫୁଟବଲ ଖେଳାଳି ବାହାରିବେ ନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି।

ସରକାରୀ ଅବହେଳା ଫଳରେ ମହିଳା ଫୁଟବଲ ଖେଳାଳି ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି । କିଛି ଜଣ ବିଡ଼ି ତିଆରି କରୁଛି ତ କିଏ ଅନ୍ୟର କଂସା ବାସନ ସଫା କରି ଗୁଜୁରାଣ ମେଣ୍ଟାଉଛନ୍ତି । ସେଥିପାଇଁ ସରକାରୀ ନହେଲେ ମଧ୍ୟ ବେସରକାରୀ ସଂସ୍ଥାରେ ନିଯୁକ୍ତି ଦେବାକୁ ଏହି ଖେଳାଳିମାନେ ଜିଲ୍ଲାପାଳଙ୍କୁ ଦାବି କରିଛନ୍ତି । 

ପୂର୍ବରୁ ଏହି ଖେଳାଳିମାନେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସମ୍ବଲପୁର ଆରଡିସିଙ୍କୁ ଭେଟି ସାରିଛନ୍ତି । ମାତ୍ର କୌଣସି ସୁଫଳ ପାଇନଥିବା ବେଳେ ସମ୍ବଲପୁର ଜିଲ୍ଳାପାଳ ଏନେଇ ତାଙ୍କର କ୍ଷମତା ନାହିଁ ବୋଲି କହିଥିବା ଏହି ମହିଳା ଫୁଟବଲ ଖେଳାଳି ମାନେ କହିଛନ୍ତି।ସ୍ଥାନୀୟ ବିଧାୟକ ମଧ୍ୟ ତାଙ୍କ ପ୍ରତି ଜାତିଆଣ ଭାବ ନେଇ ଆକ୍ଷେପ କରିଥିବାର ଅଭିଯୋଗ କରିଛନ୍ତି।

ଗୋଟିଏ ପଟେ ସରକାର ମହିଳା ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ଯୋଜନା ମାନ ତିଆରି କରୁଛନ୍ତି କିନ୍ତୁ ଅନ୍ୟପଟେ ଯେଉଁମାନେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ତାଙ୍କୁ ଅବହେଳା କରାଯାଉଛି।ଏ କେମିତି ଦୋମୁହାଁ ନୀତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।