ନବବଧୂ ଯୌତୁକ ଜନିତ ହତ୍ୟା ଅଭିଯୋଗ
Advertisement
Article Detail0/zeeodisha/odisha711219

ନବବଧୂ ଯୌତୁକ ଜନିତ ହତ୍ୟା ଅଭିଯୋଗ

ପୁଣି ଏକ ନବବିବାହିତା ବଧୂକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏଭଳି ଏକ ସଙ୍ଗୀନ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ବି। ଶିକୁଳିପଦର ଗ୍ରାମରେ । ବିବାହର ବର୍ଷେ ନ ପୁରୁଣୁ ନବବଧୂର ମୃତ୍ୟୁକୁ ନେଇ ପରିବାର ଲୋକେ ଯୌତୁକ ଜନିତ ହତ୍ୟା ଅଭିଯୋଗ କରିଛନ୍ତି । ମୃତ ମହିଳା ଜଣଙ୍କ ହେଲେ ବି।ଶିକୁଳିପଦର ଗ୍ରାମର ରୁପେଲି ବୀରୋ ।  ତାଙ୍କୁ ଆଜ

ନବବଧୂ ଯୌତୁକ ଜନିତ ହତ୍ୟା ଅଭିଯୋଗ

ଗଜପତି: ପୁଣି ଏକ ନବବିବାହିତା ବଧୂକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏଭଳି ଏକ ସଙ୍ଗୀନ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ବି। ଶିକୁଳିପଦର ଗ୍ରାମରେ । ବିବାହର ବର୍ଷେ ନ ପୁରୁଣୁ ନବବଧୂର ମୃତ୍ୟୁକୁ ନେଇ ପରିବାର ଲୋକେ ଯୌତୁକ ଜନିତ ହତ୍ୟା ଅଭିଯୋଗ କରିଛନ୍ତି । ମୃତ ମହିଳା ଜଣଙ୍କ ହେଲେ ବି।ଶିକୁଳିପଦର ଗ୍ରାମର ରୁପେଲି ବୀରୋ ।  ତାଙ୍କୁ ଆଜି ଚନ୍ଦ୍ରଗିରି ମେଡିକାଲରେ ପରିବାର ଲୋକେ ମୂମୁର୍ଷୁ ଅବସ୍ଥାରେ ଭର୍ତ୍ତି କରିଯିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ମୋହନା ଥାନା ଅଧିକାରୀ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଘଟଣାରୁ ପ୍ରକାଶ ଯେ, ବି। ଶିକୁଳିପଦର ଗ୍ରାମର ହିମାଳୟ(ଛଦ୍ମନାମ) ଛିଞ୍ଚାଣି ସେହି ଗ୍ରାମର ପ୍ରମୋଦ ବୀରୋଙ୍କ ଝିଅ ରୁପେଲିକୁ ଗତ ଆଠ ମାସ ତଳେ ପ୍ରେମ ବିବାହ କରିଥିଲେ। ଯାହାକୁ ନେଇ ହିମାଳୟଙ୍କ ପରିବାର ଲୋକେ ବିରୋଧ କରି ଆସୁଥିଲେ। ଫଳରେ ହିମାଳୟ ନିଜ ସ୍ତ୍ରୀ ରୁପେଲିକୁ ନେଇ ଅନ୍ୟତ୍ର ରହୁଥିଲେ । ଗତ କିଛିଦିନ ତଳେ ହିମାଳୟର ପରିଵାର ଲୋକେ ସେମାନଙ୍କୁ ନିଜ ଘରକୁ ଡାକି ରହିବା ପାଇଁ କହିଥିଲେ । କିଛି ଦିନର ହସଖୁସିର ସଂସାର ଚାଲିବା ପରେ ରୁପେଲିଙ୍କ ଉପରେ କ୍ରମଶଃ ନିର୍ଯାତନା ଦେଇଥିଲେ। 

ଏମିତି କି ରୁପେଲି ଦୁଇ ମାସର ଗର୍ଭବତୀ ଥିବା ସମୟରେ ଯୋର ଜବରଦସ୍ତ ଔଷଧ ଦେଇ ଗର୍ଭପାତ କରାଇଥିଲେ ଶାଶୂଶ୍ୱଶୁର । 
ଆଜି କୌଣସି କାରଣକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମାର ପିଟ ହୋଇଥିଲା। ପରେ ସ୍ତ୍ରୀ ଲହୁଲୁହାଣ ହେବା ସହ ଘରେ ଥିବା ଔଷଧକୁ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ପରିବାର ଜାଣି ତୁରନ୍ତ ଚନ୍ଦ୍ରଗିରି ମେଡିକାଲ ଆଣିଥିଲେ। କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅପରପକ୍ଷରେ ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ହୋଇଥିବା ସନ୍ଦେହ କରାଯାଉଥିବା ସୂଚନା ଦେଇଛନ୍ତି ମୋହନା ଥାନାଧିକାରୀ ସୁଜିତ ନାୟକ। 

;