• ଗଞ୍ଜାମ ଭଞ୍ଜନଗର ବ୍ଲକ୍‌ କୁଟୁଣୁକୁମ୍ପା ଗାଁରେ ଗୁଳିମାଡ଼
  • ଗୁରୁତର ଆହତ ଶିବରାମ ନାୟକ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ,୧୧୫ଟି ନୂଆ କୋରୋନା ମାମଲା ଚିହ୍ନଟ, ୨୫୨ ମୃତ
  • ଦିନକରେ ରାଜ୍ୟରେ ଆଉ ୪୬୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ
  • ବାଲେଶ୍ବର ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ
  • ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍‌କୁ ବୋମା ବିସ୍ଫୋରଣ ଧମକ !
  • ନ୍ୟୁଜିଲାଣ୍ଡ ଟିମ୍‌କୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍‌
  • ଆସନ୍ତା ୨୫ରେ ଆମେରିକାରେ ଆୟୋଜିତ ହେବ କ୍ବାଡ଼ ସମ୍ମିଳନୀ
  • କେନ୍ଦୁଝରରେ ନେସ୍କୋ ଯନ୍ତ୍ରୀ ମହେଶ୍ଵର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି

ଚାରି ଦଶନ୍ଧିରୁ ଜଳ କଷ୍ଟ ଭୋଗୁଛନ୍ତି ବାଲପୁରବାସୀ

ପାନୀୟ ଜଳ ପାଇଁ ୨ କିଲୋମିଟର ଚାଲି ଚାଲି ଲମ୍ବା ଲାଇନ ଲଗାଇ ପାାଣି ଆଣିବାକୁ ପଡୁଥିବା ଅଭିଯୋଗ କରିଛନ୍ତି ବାଲପୁର ଗ୍ରାମବାସୀ। ପାନୀୟ ଜଳ ପାଇଁ ସଂଘର୍ଷ କରୁଛନ୍ତି ଗାଁ ଲୋକେ। ଜିଲ୍ଲା ପ୍ରଶାସନ ତଥା ନେତା ମନ୍ତ୍ରୀଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ ହେଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ମିଳି ପାରି ନାହିଁ ଟୋପାଏ ପାନୀୟ ଜଳ।  

 ଚାରି ଦଶନ୍ଧିରୁ ଜଳ କଷ୍ଟ ଭୋଗୁଛନ୍ତି ବାଲପୁରବାସୀ
ଡିଜାଇନ ଫଟୋ

ସମ୍ୱଲପୁର: ୪୦ ବର୍ଷ ହେଲାଣି ଜିଲ୍ଲାର ବାଲପୁରବାସୀ ଭୋଗୁଛନ୍ତି ପାନୀୟ ଜଳ କଷ୍ଟ। ପାନୀୟ ଜଳ ପାଇଁ ଚାଲୁଛନ୍ତି ୨ କିଲୋମିଟର। କୋରୋନା କଟକଣା ସାଙ୍ଗକୁ ପ୍ରବଳ ଗରମ ହେଇଛି। ଏପରି ସ୍ଥିତିରେ ପାନୀୟ ଜଳ ପାଇଁ ୨ କିଲୋମିଟର ଚାଲି ଚାଲି ଲମ୍ବା ଲାଇନ ଲଗାଇ ପାାଣି ଆଣିବାକୁ ପଡୁଥିବା ଅଭିଯୋଗ କରିଛନ୍ତି ବାଲପୁର ଗ୍ରାମବାସୀ। ପାନୀୟ ଜଳ ପାଇଁ ସଂଘର୍ଷ କରୁଛନ୍ତି ଗାଁ ଲୋକେ। ଜିଲ୍ଲା ପ୍ରଶାସନ ତଥା ନେତା ମନ୍ତ୍ରୀଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ ହେଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ମିଳି ପାରି ନାହିଁ ଟୋପାଏ ପାନୀୟ ଜଳ।  

ସମ୍ବଲପୁର ଜିଲ୍ଲା ରେଢାଖୋଲ (RedhaKhol) ବିଧାନସଭା ନିର୍ବାଚନ ମଣ୍ଡଳୀର ମାନେଶ୍ୱର ବ୍ଲକ ବାଲପୁର ଗ୍ରାମବାସୀଙ୍କ ଏମିତି ଅବସ୍ଥା ରହିଛି। ପ୍ରଚଣ୍ଡ ଖରାରେ ପିଇବା ପାଣି ପାଇଁ ଦହଗଞ୍ଜ ହେଉଛନ୍ତି ଗ୍ରାମବାସୀ। ଏହି ଗାଁରେ ୭୦ଟି ପରିବାର ରହୁ ଥିବାବେଳେ ଏବେ ଖରାଦିନେ ପାନୀୟ ଜଳ ପାଇଁ ସଂଘର୍ଷ କରିବାକୁ ପଡୁଛି ଲୋକଙ୍କୁ। ପିଇବା ପାଣି (Drinking Water) ଆଣିବାକୁ ୨ କିଲୋମିଟର ଦୂର ପର୍ଯ୍ୟନ୍ତ ଯିବାକୁ ପଡୁଛି ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଗାଁରେ ଥିବା କେତେକ ନଳକୂପ ଅଚଳ ଥିବାବେଳେ କେତେକ ନଳକୂପରେ ପାଣି ବାହାରୁ ଥିଲେ ମଧ୍ୟ ତାହା ପିଇବା ଯୋଗ୍ୟ ନୁହେଁ ବୋଲି ଗାଁ ଲୋକେ କହିଛନ୍ତି।

Also Read: ଆଶା ଦିଦିଙ୍କୁ Oximeter ବାଣ୍ଟିଲେ ଇଞ୍ଜିନିୟର ବିଧାୟକ

ଅନ୍ୟପଟେ ଗାଁରେ ଥିବା ଏକମାତ୍ର ସୋଲାର ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟ ଭଲ ଭାବେ କାର୍ଯ୍ୟ କରୁନାହିଁ। ଏ ପ୍ରକାର ପାନୀୟ ଜଳକଷ୍ଟ ଭୋଗୁଥିବା କାରଣରୁ ଗ୍ରାମବାସୀ ଜିଲ୍ଲାପାଳଙ୍କ ସହ ନେତା ମନ୍ତ୍ରୀଙ୍କୁ ମଧ୍ୟ ବାରମ୍ବାର ଗୁହାରି କରୁଛନ୍ତି। କିନ୍ତୁ ନେତା ମନ୍ତ୍ରୀ, ଜିଲ୍ଲାପାଳ ବଦଳିଛନ୍ତି ମାତ୍ର ତାଙ୍କ ଗାଁର ପାନୀୟ ଜଳ ସମସ୍ୟାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ। ଦୁଇ ଦୁଇ ଥରର ବିଜେଡିରୁ ବିଧାୟକ ହୋଇଥିବା ରୋହିତ ପୂଜାରୀ (Rohit Pujari) ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କ ଗାଁରେ ପାଦ ପକେଇ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏନେଇ ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ତଥା ସ୍ଥାନୀୟ ବିଧାୟକଙ୍କ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ।

ବର୍ଷେ ପରେ ଦେଶର ସ୍ୱାଧିନତାକୁ ୭୫ ବର୍ଷ ପୁରିବ। ବିକାଶ ପୁରୁଷ ବୋଲାଉଥିବା ନବୀନ (Naveen Patnaik) ସରକାରଙ୍କ ଶାସନକୁ ୨୦ ବର୍ଷ ବିତିଲାଣି। ତଥାପି ଆଜି ମଧ୍ୟ ଲୋକେ ପିଇବା ପାଣି ପାଇ ଡହଳ ବିକଳ ହେଉଛନ୍ତି। ଲକଡାଉନରେ ଜରୁରୀ ସାମଗ୍ରୀ ଆଣିବାକୁ ୫୦୦ ମିଟର ପର୍ଯ୍ୟନ୍ତ ଚାଲି ଚାଲି ଯିବାକୁ ଅନୁମତି ରହିଛି। କିନ୍ତୁ ପାଣି ପାଇଁ ବାଲପୁରବାସୀ ୨ କିଲୋମିଟର ଯାଉଛନ୍ତି। ହେଲେ ସେହି ପିଇବା ପାଣି ବୁନ୍ଦାଏ ପାଇଁ ୭୦ ପରିବାରକୁ ଆଉ କେତେ କାଳ ଅପେକ୍ଷା କରିବାକୁ ପଡିବ ବୋଲି ସାଧାରଣରେ ପ୍ରଶ୍ନ କରିଛନ୍ତି।