• ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ୍
  • ସର୍ତ୍ତମୂଳକ ଜାମିନ୍ ପ୍ରଦାନ କଲେ ହାଇକୋର୍ଟ
  • ଗୋବିନ୍ଦ ସାହୁ କଲେଜରେ ଚାଲୁଥିଲା ସେକ୍ସ ରାକେଟ : ମହାଲିଙ୍ଗ କଲେଜ ଛାତ୍ର
  • କିଙ୍ଗ୍ ଖାନ୍ ଶାହାରୁଖଙ୍କ ମୁମ୍ବାଇ ସ୍ଥିତ ‘ମନ୍ନତ’ ଘରେ ଲାଗିଲା ନୋଟିସ୍
  • ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ପହଂଚିଲେ ଏନସିବିର ଟିମ୍
  • ମମିତା ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ
  • ମମିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଦେବାକୁ ଦାବି
  • ମମିତା ମେହେର ହତ୍ୟାକାଣ୍ଡ ମାମଲା : ବର୍ଷିଲେ ଲେଖାଶ୍ରୀ ସାମନ୍ତସିଂହାର
  • କହିଲେ ‘ଗୃହମନ୍ତ୍ରୀଙ୍କୁ ଖସାଇ ଦେବାକୁ ଚାହୁଁଛି ପୋଲିସ’
  • କଳାହାଣ୍ଡି ମହାଲିଙ୍ଗରେ ଡିଆଇଜି ଓ ଏସପି

ଏବେ ଏତେ ତ ଆଗକୁ କେତେ?

ନଳକୂପର ପାରିପାର୍ଶ୍ବିକ ପରିସ୍ଥିତି ଦେଖି ଅନୁମାନ କରିପାରୁଥିବେ ଯେ ପାନୀୟ ଜଳ ଟିକେ ପାଇବା ପାଇଁ କେତେ କଷ୍ଟ କରିବାକୁ ପଡୁଛି। ବଡି ଭୋରରୁ ନଳକୂପରେ ଲାଇନ ଲାଗିଲେ ମଧ୍ୟ ଗୋଟିଏ ହାଣ୍ଡି ପାଣି ପାଇଁ ବହୁ ସମୟ ଅପେକ୍ଷା କରିବାକୁ ପଡେ।

ଏବେ ଏତେ ତ ଆଗକୁ କେତେ?
ଏବେ ଏତେ ତ ଆଗକୁ କେତେ?

ଅଜୟ ନାଥ, ସମ୍ବଲପୁର: ମୌଳିକ ସୁବିଧାରୁ ବଞ୍ଚିତ ଗୋଟିଏ ଗାଁ। ଯେଉଁଠାରେ କି ପିଇବା ପାଣି ପାଇଁ ପ୍ରତିଦିନ ହେଉଛି ପାଟିତୁଣ୍ଡ। ନଳକୂପର ପାରିପାର୍ଶ୍ବିକ ପରିସ୍ଥିତି ଦେଖି ଅନୁମାନ କରିପାରୁଥିବେ ଯେ ପାନୀୟ ଜଳ ଟିକେ ପାଇବା ପାଇଁ କେତେ କଷ୍ଟ କରିବାକୁ ପଡୁଛି। ବଡି ଭୋରରୁ ନଳକୂପରେ ଲାଇନ ଲାଗିଲେ ମଧ୍ୟ ଗୋଟିଏ ହାଣ୍ଡି ପାଣି ପାଇଁ ବହୁ ସମୟ ଅପେକ୍ଷା କରିବାକୁ ପଡେ।

ଏଭଳି ଦୟନୀୟ ଦୃଶ୍ୟଟି ସମ୍ବଲପୁର (Sambalpur) ଜିଲ୍ଲା ଧନକଉଡା ବ୍ଲକ ଅନ୍ତର୍ଗତ ଶାସନ ଓ ବିଶାଳଖିଣ୍ଡା ଗ୍ରାମପଞ୍ଚାୟତର କାଳେଶ୍ୱର ଟିକ୍ରା ଗାଁରେ ପ୍ରତ୍ୟକ ଦିନ ଦେଖିବାକୁ ମିଳେ। ଆଦିବାସୀ ଅଧ୍ୟୁଷିତ କାଳେଶ୍ୱର ଟିକ୍ରା (Kaleswar Tikra)  ଗାଁରେ ପ୍ରାୟ ୩୦୦ ଲୋକ ବସବାସ କରନ୍ତି। ଆଉ ସେମାନଙ୍କ ପନୀୟ ଜଳ ର ଗୋଟିଏ ମାତ୍ର ସ୍ରୋତ ହେଉଛି ନଳକୂପ। ତାହାପୁଣି ଏବେ ଅଚଳ ହେବା ଅବସ୍ଥାରେ ପଡିଛି

Also Read: ହୀରାକୁଦ ଡ୍ୟାମ୍ ନିଷିଦ୍ଧାଞ୍ଚଳରେ ଫଟୋ ସେସନ୍

ଗୋଟିଏ ବାଲ୍ଟି ସଫା ପାଣି (Drinking Water) ପାଇଁ ଧୀରେ ଧୀରେ ନଳକୂପ (tubewell ହେଣ୍ଡଲ ମାରିବାକୁ ପଡିଥାଏ। ଜୋରରେ ପାଣି ମାରିଲେ ସେଥିରୁ ନାଲି ମଇଳା ପାଣି ବାହାରୁଛି। ଗାଁରେ ତିନୋଟି ନଳକୂପ ଅଛି, କିନ୍ତୁ ଦୁଇଟି ସମ୍ପୂର୍ଣ୍ଣ ରୂପେ ଅଚଳ ହୋଇଥିବା ବେଳେ ଗୋଟିଏ ଚଳନୀୟ ରହିଛି। ତାହା ପୁଣି ଅର୍ଦ୍ଧ ଅଚଳ କହିଲେ ଅତ୍ୟୁକ୍ତି ହେବ ନାହିଁ।

ବର୍ତ୍ତମାନ ସମୟରେ କୌଣସି ଉପାୟ ନପାଇ ଅନେକ ଗ୍ରାମବାସୀ ନିକଟସ୍ଥ ପୋଖରୀ ଉପରେ ନିର୍ଭର କରୁଛନ୍ତି। ସେଠାରୁ ପାଣି ଆଣି ତାକୁ ପିଇବା ସହ ଘର କାମରେ ବ୍ୟବହାର କରୁଛନ୍ତି। ଫଳରେ ଗ୍ରାମବାସୀ ଅନେକ ସମୟରେ ଜଳବାହିତ ରୋଗ ସହ ଚର୍ମ ରୋଗରେ ମଧ୍ୟ ପୀଡିତ ହେଉଥିବାର ଅଭିଯୋଗ ହେଉଛି। ଶୀତ ସମୟରେ ଯଦି ପାନୀୟ ଜଳ ପାଇଁ ଏତେ କଷ୍ଟ କରିବାକୁ ପଡୁଛି ତା ହେଲେ ଗ୍ରୀଷ୍ମ ଋତୁ କଥା ନ କହିବା ଭଲ। 

Also Read: ଆଗକୁ ପୌର ନିର୍ବାଚନ, ଫ୍ଲାଇଓଭର ଲୋକାର୍ପଣକୁ ଉଠିଲା ପ୍ରଶ୍ନ

ଆଖପାଖ ଗାଁ ପର୍ଯ୍ୟନ୍ତ ପାନୀୟ ଜଳର ସୁବିଧା କରିଥିବା ବେଳେ କାଳେଶ୍ୱର ଟିକ୍ରା ଗାଁ ପ୍ରତି ବିମୁଖ କାହିଁକି ବୋଲି ସରକାରଙ୍କୁ ଲୋକେ ପ୍ରଶ୍ନ କରିଛନ୍ତି। ଭୋଟ ସମୟରେ ନେତା, ବିଧାୟକ ଆସି ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ଭୋଟ ପରେ ତାଙ୍କ ଗାଁର ମୌଳିକ ସୁବିଧା ମଧ୍ୟ ପୂରଣ କରିପାରିନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଦିନକୁ ଦିନ ପାନୀୟ ଜଳ ସଙ୍କଟ ତୀବ୍ର ହେଉଥିବା କାରଣରୁ କାଳେଶ୍ୱର ଟିକ୍ରା ଅଞ୍ଚଳବାସୀ ସରକାରୀ ବାବୁ ତଥା ନେତାଙ୍କୁ ଅନୁରୋଧ କରିଥିଲେ। କିନ୍ତୁ କୌଣସି ସୁଫଳ ନ ମିଳିବା କାରଣରୁ ବାଧ୍ୟ ହୋଇ ପାନୀୟ ଜଳ ସଙ୍କଟ ଅଭିଯୋଗ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେପଟେ ଖୁବଶୀଘ୍ର ପାନୀୟ ଜଳର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସ୍ଥାନୀୟ ପଞ୍ଚାୟତ ପକ୍ଷରୁ କୁହାଯାଇଥିଲା।