ରେଢାଖୋଲରେ ହାତୀ ଉତ୍ପାତ, ଲୋକ ଭୟଭୀତ
Advertisement

ରେଢାଖୋଲରେ ହାତୀ ଉତ୍ପାତ, ଲୋକ ଭୟଭୀତ

ରେଢାଖୋଲ ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ ଲାଗିରହିଛି । ଏହି ବନଖଣ୍ଡରେ ଥିବା ଗ୍ରାମାଞ୍ଚଳରେ ବଣୁଆ ହାତୀଙ୍କ ପାଇଁ ଲୋକେ ସଦାସର୍ବଦା ଆତଙ୍କିତ ହୋଇ ଜୀବନ ବିତାଉଛନ୍ତି। କେତେବେଳେ ଯେ ବଣୁଆ ହାତୀ ଆସି ଗ୍ରାମର ଲୋକଙ୍କ ଉପରେ ଆକ୍ରମଣ କରିବା ସହ ଘର ଦ୍ୱାର ଭାଙ୍ଗି ଦେବେ ତାହା କହିହେବନି ।  ଗତ ଦୁଇ ଦିନ ତଳେ ରାତ

ରେଢାଖୋଲରେ ହାତୀ ଉତ୍ପାତ, ଲୋକ ଭୟଭୀତ

ସମ୍ବଲପୁର: ରେଢାଖୋଲ ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ ଲାଗିରହିଛି । ଏହି ବନଖଣ୍ଡରେ ଥିବା ଗ୍ରାମାଞ୍ଚଳରେ ବଣୁଆ ହାତୀଙ୍କ ପାଇଁ ଲୋକେ ସଦାସର୍ବଦା ଆତଙ୍କିତ ହୋଇ ଜୀବନ ବିତାଉଛନ୍ତି। କେତେବେଳେ ଯେ ବଣୁଆ ହାତୀ ଆସି ଗ୍ରାମର ଲୋକଙ୍କ ଉପରେ ଆକ୍ରମଣ କରିବା ସହ ଘର ଦ୍ୱାର ଭାଙ୍ଗି ଦେବେ ତାହା କହିହେବନି । 

ଗତ ଦୁଇ ଦିନ ତଳେ ରାତିରେ ପୁଣିଥରେ ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ରେଙ୍ଗାଲୀ ବଡମାଲ ପଞ୍ଚାୟତର ଡୁଡାବାହାଲ ଗ୍ରାମରେ ବଣୁଆ ହାତୀ ଉତ୍ପାତ କରିଥିବା ଜଣାପଡ଼ିଛି। ହାତୀ ଉତ୍ପାତରେ ଲୋକଙ୍କ ଘର ଭାଙ୍ଗିଥିବା ଅଭିଯୋଗ ହୋଇଛି । ଡୁଡାବାହାଲ ଗ୍ରାମରେ ଫକୀର ପ୍ରଧାନ ନିଜ ଘରେ ଶୋଇଥିବା ବେଳେ ସହ ତାଙ୍କ ବହୁ କ୍ଷୟକ୍ଷତି ହୋଇଛି । ଏନେଇ ବନବିଭାଗକୁ ଖବର ଦିଆଯିବା ପରେ ବନବିଭାଗର ଏକ ଟିମ ଗ୍ରାମକୁ ଆସି ସ୍ଥିତିର ଅନୁଧ୍ୟାନ କରିଥିବା ଜଣାପଡିଛି । 

ତେବେ ଏହି ଅଞ୍ଚଳରେ ବାରମ୍ବାର ବଣୁଆ ହାତୀ ଆକ୍ରମଣ କରିବା ସହ ଲୋକଙ୍କ ଘର ଦ୍ୱାର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ହେଉଛି। ତଥାପି ଏଦିଗରେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ କ୍ଷତିଗ୍ରସ୍ତ ପରିବାର ଦାବି କରିଛନ୍ତି ।