ଦାନ୍ତ ପାଇଁ ଦନ୍ତା ଶିକାର: ହାତୀର ମୃତଦେହ ଠାବ, ଶିକାରୀ କାଟି ନେଲା ଦାନ୍ତ
Advertisement

ଦାନ୍ତ ପାଇଁ ଦନ୍ତା ଶିକାର: ହାତୀର ମୃତଦେହ ଠାବ, ଶିକାରୀ କାଟି ନେଲା ଦାନ୍ତ

ପ୍ରତିବର୍ଷ ସଂରକ୍ଷିତ ଓ ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ଶହ ଶହ ଏକର ଅଞ୍ଚଳରେ ବିପୁଳ ମାତ୍ରାରେ ଗଂଜେଇ ଚାଷ କରାଯାଉଥିଲେ ମଧ୍ୟ ଏହା ବନ ବିଭାଗର ଅଧିକାରୀ କିମ୍ବା କର୍ମଚାରୀଙ୍କ ଦୃଷ୍ଟିକୁ ଆସିପାରୁନାହିଁ । କଥାରେ ଅଛି ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ । ଏହି ନିତିରେ ବନ ବିଭାଗର ଏହି ନିଦ୍ରା ଜିଲାର ଜଙ୍ଗଲ ସଂପଦ ଓ ବନ୍ୟଜନ୍ତୁମାନଙ୍କ ପାଇଁ ବିପଦର କାରଣ ପାଲଟିବାରେ ଲାଗିଛି ।

ଦାନ୍ତ ପାଇଁ ଦନ୍ତା ଶିକାର: ହାତୀର ମୃତଦେହ ଠାବ, ଶିକାରୀ କାଟି ନେଲା ଦାନ୍ତ

ହିମାଂଶୁ ଶେଖର୍ ସାହୁ, ବୌଦ୍ଧ: ଜିଲ୍ଲା ବନ ବିଭାଗ ବଘିଆପଡା ସେକସନର ଭୁର୍କିପଡା ଜଙ୍ଗଲରେ  ଏକ ଦନ୍ତା ହାତୀ (Elephant) ର ଗଳିତ ଶବ ମଙ୍ଗଳବାର ଦିନ ବୌଦ୍ଧ ବନ ବିଭାଗ (Boudh Forest Division) ପକ୍ଷରୁ ଠାବ କରାଯାଇଛି । ମିଳିଥିବା ସୂଚନା ମୁତାବକ, ଭୁର୍କିପଡା ଜଙ୍ଗଲରେ ଏକ ଦନ୍ତା ହାତୀର ଗଳିତ ଶବ ପଡି ରହିଥିବା ଲୋକଙ୍କ ମଧ୍ୟରେ ଆଲୋଚନା ହେବା ସହିତ ଏହି ସୂଚନା ବନ ବିଭାଗ ନିକଟରେ ପହଞ୍ଚିଥିଲା । ହାତୀକୁ କେହି ଶିକାରୀ ଦାନ୍ତ ଉଦ୍ଦେଶ୍ୟରେ ମାରି ଦେଇଥିବା ଜଣାପଡିଛି । 

ହାତୀ (Elephant) ଟି ଦୀର୍ଘ ୧୦/୧୨  ଦିନ ହେବ ମରିପଡିଥିବା ବେଳେ ଏବେ ଦେହ ସାରା ପୋକ ହୋଇଯିବା ସହ ଶବଟି ପଚିଯାଇଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ସେକସନର ବିଟ ଗାର୍ଡ କୌଣସି ସୁତ୍ରରୁ ଏହି ଖବର ପାଇ ବନ କର୍ମଚାରୀଙ୍କୁ ଜଣାଇଥିଲେ । ଖବର ପାଇ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ଓ ଅନ୍ୟ କର୍ମଚାରୀମାନେ ଉକ୍ତ ଜଙ୍ଗଲକୁ  ଯାଇ ହାତୀର ଗଳିତ ଶବ ଦେଖିବାକୁ ପାଇଥିଲେ । କିନ୍ତୁ ଶିକାରୀ ହାତୀର ଦାନ୍ତକୁ ନେଇଯାଇଥିବା ଜଣାପଡିଛି ।  

ପରେ ପଶୁ ଚିକିତ୍ସକଙ୍କୁ ନେଇ ହାତୀ (Elephant) ର ଶବ ବ୍ୟବଛେଦ ପରେ ଜଙ୍ଗଲ ମଧ୍ୟରେ ପୋତି ଦିଆଯାଇଥିବା ଜଣାପଡିଛି । ତେବେ ଜଙ୍ଗଲ ମଧ୍ୟରେ ହାତୀଟି ୧୦/୧୨ ଦିନ ମରି ପଡିଥିବାବେଳେ କିନ୍ତୁ ବନବିଭାଗ ପାଖରେ ଖବର ନଥିବା  ବିଭାଗୀୟ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବୌଦ୍ଧ (Boudh) ଜିଲ୍ଲାରେ ଅବାଧରେ ପଶୁ ଶିକାର ଚାଲିଥିବାବେଳେ ବନ ବିଭାଗ ନୀରବ ଦର୍ଶକ ସାଜିଥିବା ଜଣାପଡିଛି । 

ଏହା ବି ପଢ଼ନ୍ତୁ:-କଙ୍ଗାରୁ କୋର୍ଟ ଆଗରେ ହାର ମାନିଲା ପ୍ରେମ, ବିବାହ ବିଚ୍ଛେଦ ସହି ନ ପାରି ଜୀବନ ହାରିଲେ ଯୁବକ

ଏହା ବି ପଢ଼ନ୍ତୁ:-'ଆପଣ ଭଗବାନ ଶ୍ରୀରାମଙ୍କୁ କାହିଁକି ଏତେ ଘୃଣା କରୁଛନ୍ତି?', କଂଗ୍ରେସକୁ ଟାର୍ଗେଟ କଲେ ହାର୍ଦ୍ଦିକ

ଏହା ବି ପଢ଼ନ୍ତୁ:-କଂଗ୍ରେସ ଅଧ୍ୟକ୍ଷା ଗଠନ କଲେ ୩ଟି କମିଟି, ସଚିନ ସମେତ ଜି-୨୩ର ଅନେକ ନେତାଙ୍କୁ ମିଳିଲା ବଡ଼ ଦାୟିତ୍ୱ

ସେହିପରି ପ୍ରତିବର୍ଷ ସଂରକ୍ଷିତ ଓ ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ଶହ ଶହ ଏକର ଅଞ୍ଚଳରେ ବିପୁଳ ମାତ୍ରାରେ ଗଂଜେଇ ଚାଷ କରାଯାଉଥିଲେ ମଧ୍ୟ ଏହା ବନ ବିଭାଗର ଅଧିକାରୀ କିମ୍ବା କର୍ମଚାରୀଙ୍କ ଦୃଷ୍ଟିକୁ ଆସିପାରୁନାହିଁ । କଥାରେ ଅଛି ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ । ଏହି ନିତିରେ ବନ ବିଭାଗର ଏହି ନିଦ୍ରା ଜିଲାର ଜଙ୍ଗଲ ସଂପଦ ଓ ବନ୍ୟଜନ୍ତୁମାନଙ୍କ ପାଇଁ ବିପଦର କାରଣ ପାଲଟିବାରେ ଲାଗିଛି ।