ସ୍ୱାଭିମାନ ଅଞ୍ଚଳରେ ଏନକାଉଣ୍ଟର, ମାଓ ସାମଗ୍ରୀ ଜବତ

ମାଲକାନଗିରିରେ ଏନକାଉଣ୍ଟର, ଜଣେ ମାଓବାଦୀ ମୃତ...

ସ୍ୱାଭିମାନ ଅଞ୍ଚଳରେ ଏନକାଉଣ୍ଟର, ମାଓ ସାମଗ୍ରୀ ଜବତ

ମାଲକାନଗିରି: ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପୁଣି ପୋଲିସ ମାଓବାଦୀ ମୁହାଁମୁହିଁ । ସ୍ୱାଭିମାନ ଅଞ୍ଚଳର ଆନ୍ଧ୍ରପ୍ରଦେଶ(Andhrapradesh) ସୀମାନ୍ତ ଗୁଜେଡି ଅଞ୍ଚଳରେ ଗୁଳିବିନିମୟ ଚାଲୁଥିବା ସୂଚନା । ମାଲକାନଗିରି ଏସଓଜି, ଡିଭିଏଫ ଓ ଆନ୍ଧ୍ର ଗ୍ରେହଣ୍ଡଙ୍କ ମିଳିତ ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ସହ ମୁହାଁମହିଁ ହୋଇଥିଲା ଏବଂ ପରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି । 

ଗତ ୧୬ ଜୁଲାଇରେ ମଧ୍ୟ ସ୍ୱାଭିମାନ ଅଞ୍ଚଳରେ ଗୁଳି ବିନିମୟ ହୋଇଥିବା ବେଳେ ପୋଲିସ ଦ୍ୱାରା ବ୍ୟପକ ମାଓ ସାମଗ୍ରୀ ଜବତ ହୋଇଥିଲା । ସେହି ଗୁଳିବିନିମୟ ସମୟରେ ମାଓ ନେତା ଆରକେ ଓ ଆନ୍ଧ୍ରରୁ ଖସି ପଳାଇଥିଲେ ତେବେ ବର୍ତ୍ତମାନ ପୁଣି ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଏହି ଗୁଳିବିନିମୟ ଜାରି ରହିଛି ।

ମାଲକାନଗିରି ଅନ୍ଧ୍ର ସୀମାନ୍ତରେ ପୋଲିସ ମାଓବାଦୀ ଗୁଳିବିନିମୟ ଘଟଣାରେ ପୋଲିସକୁ ମିଳିଲା ବଡ଼ ସଫଳତା । ଅନେକ ମାଓ ସାମଗ୍ରୀ ଏବଂ ହତିଆର ଜବତ କରିଛି ପୋଲିସ । ଗତକାଲି ଆନ୍ଧ୍ର ଗ୍ରେହଣ୍ଡ, ଡିଭିଏଫ ଓ ଏସଓଜିଙ୍କ ମିଳିତ ଅପରେସନ ବେଳେ ଏହି ସଫଳତା ମିଳିଛି । ଏହି ଗୁଳି ବିନିମୟରେ ଜଣେ ହାର୍ଡକର ମାଓବାଦୀ ମୃତ୍ୟୁ ହୋଇଥିବା ବେଳେ ତାର ମୃତ ଶରୀରକୁ ମଧ୍ୟ ଆନ୍ଧ୍ର ପୋଲିସ ଜବତ କରିଛି ।