ମଦ୍ୟପ ଶିକ୍ଷକଙ୍କ ଜାତିଆଣ ଆକ୍ଷେପ
Advertisement

ମଦ୍ୟପ ଶିକ୍ଷକଙ୍କ ଜାତିଆଣ ଆକ୍ଷେପ

ଭିନ୍ନ ମୋଡ଼ ନେଲା ମଦ୍ୟପ ଶିକ୍ଷକଙ୍କ ଉନ୍ମତକାଣ୍ଡ ଘଟଣା। 

ମଦ୍ୟପ ଶିକ୍ଷକଙ୍କ ଜାତିଆଣ ଆକ୍ଷେପ

ସୁଜିତ ବିଷୋୟୀ, ଗଜପତି: ଭିନ୍ନ ମୋଡ଼ ନେଲା ମଦ୍ୟପ ଶିକ୍ଷକଙ୍କ ଉନ୍ମତକାଣ୍ଡ ଘଟଣା। ଓଲଟି ମଦ୍ୟପ ଶିକ୍ଷକ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ନାମରେ ଆଣିଲେ ଜାତିଆଣ ଆକ୍ଷେପ ଅଭିଯୋଗ। ପୋଲିସ  ପୂର୍ବରୁ ଘଟଣାର ଆପୋଷ ବୁଝାମଣା ହେବା ପାଇଁ ଚାପ ପକାଉଥିଲା। ହେଲେ ଜୀ ଓଡ଼ିଶାରେ ଖବର ପ୍ରକାଶ ପାଇବା ପରେ ଶିକ୍ଷକଙ୍କ ନାମରେ ମାମଲା ରୁଜୁ କରିଥିଲା ପୋଲିସ। ଏବେ ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ତାଙ୍କ ସ୍ୱାମୀଙ୍କ ନାମରେ ଶିକ୍ଷକ ଜଣକ ଜାତିଆଣ ଆକ୍ଷେପ କରିଥିବା ନେଇ ଦାରିଙ୍ଗବାଡି ଥାନାରେ ୨୨/୨୧ରେ ରୁଜୁ ହୋଇଛି ମାମଲା।

ଅଧିକ ପଢନ୍ତୁ: ମିଆଁମାରରେ ଯୁଦ୍ଧ ଭଳି ପରିସ୍ଥିତି, ନିଜ ନାଗରିକଙ୍କୁ ସଚେତନ କରାଇଲା ଆମେରିକା

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ସୋନପୁର ଉପସ୍ୱାସ୍ଥ୍ୟ କେନ୍ଦ୍ରର ମହିଳା ସ୍ୱାସ୍ଥ୍ୟ କର୍ମୀ ବୁଲିଦେଇ ସାହୁଙ୍କୁ ଗତ ୯ ତାରିଖରେ ଔଷଧୀୟ ମଶାରୀ ବଣ୍ଟନ କରିବା ସମୟରେ ସ୍ଥାନୀୟ ଅଞ୍ଚଳର ଦବେଡ଼ି ବିଦ୍ୟାଳୟର ଶିକ୍ଷକ ସରୋଜ କୁମାର ସିଂ ମଦ୍ୟପାନ କରି ଗଣ୍ଡଗୋଳ ସହ ଦୁର୍ବ୍ୟବହାର କରିଥିଲେ। ଏହା ସହ ସେଠାରେ ଉପସ୍ଥିତ ଥିବା ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ମଧ୍ୟ  ଦୁର୍ବ୍ୟବହାର କରିବା ସହ ଗଣ୍ଡଗୋଳ କରି ଗାଁରୁ ବହାରିଯିବାକୁ ଧମକ  ଦେଇଥିଲେ। 

ଅଧିକ ପଢନ୍ତୁ: ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ପାଇଁ ଦାୟୀ କିଏ? ଉତ୍ତର ରଖିଲେ ଧର୍ମେନ୍ଦ୍ର ପ୍ରଧାନ

ଆଉ ଏନେଇ ମଦ୍ୟପ ଶିକ୍ଷକଙ୍କ ବିରୋଧରେ ସ୍ୱାସ୍ଥ୍ୟ ବିଭାଗ ଓ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ କିନ୍ତୁ ମାମଲାକୁ ରୁଜୁ କରୁ ନଥିଲା। ଓଲଟି ଏହି ଘଟଣାର ଆପୋଷବୁଝାମଣା ହୋଇଯାଆନ୍ତୁ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା। ହେଲେ ଏହି ଘଟଣାକୁ ନେଇ ଜି ଓଡ଼ିଶାରେ ଖବର ପ୍ରକାଶ ପାଇବା ପରେ ଦାରିଙ୍ଗବାଡି ପୋଲିସ ତତ୍ପରତା ଦେଖାଇବା ସହ ମଦ୍ୟପ ଶିକ୍ଷକଙ୍କ ନାମରେ ଗତ ୧୨ ତାରିଖ ଦିନ ୨୧/୨୧ ରେ ମାମଲା ରୁଜୁ କରିଥିଲା। 

ଅଧିକ ପଢନ୍ତୁ: ଆଜି ୬ ଘଣ୍ଟିଆ ଓଡ଼ିଶା ବନ୍ଦ

ଆଉ ତାର ପରବର୍ତ୍ତୀ ସମୟରେ ଅର୍ଥାତ ୧୩ ତାରିଖ ଦିନ ଶିକ୍ଷକ ସରୋଜ କୁମାର ସିଂ ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ତାଙ୍କ ସ୍ୱାମୀ ଉଭୟଙ୍କ ନାମରେ ସରୋଜଙ୍କୁ ଛୋଟ ଜାତି କହି ମାରପିଟ କରିଥିବାର ନେଇ ଦାରିଙ୍ଗବାଡି ଥାନାରେ ଅଭିଯୋଗ କରିଛନ୍ତି।ଆଉ ପୋଲିସ ସେ ଅନୁଯାଇ ମାମଲା ମଧ୍ୟ ରୁଜୁ କରିସାରିଛି।ହେଲେ ଏଠି ଗୋଟିଏ କଥା ତ ସ୍ପଷ୍ଟ ଯେ ମଦ୍ୟପ ଶିକ୍ଷକ ଜଣକ ନିଜର ଭୁଲକୁ ଲୁଚାଇବାକୁ ଯାଇ ଜାତିଆଣ ଆକ୍ଷେପ ନାମରେ ଏଭଳି ଅଭିଯୋଗ ଆଣିଛନ୍ତି।