• କାଲିଠୁ କଟକ ଜିଲ୍ଲାରେ ଖୋଲିବ ସବୁ ଧର୍ମାନୁଷ୍ଠାନ
  • EVM ବଦଳରେ ବାଲାଟ ପେପର୍‌ ମାମଲାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
  • ଆଜି CBSEର ଦଶମ ଶ୍ରେଣୀ ଫଳାଫଳ
  • cbse.gov.inରେ ଫଳ ପ୍ରକାଶ
  • ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ରେଜଲ୍ଟ ପ୍ରକାଶ କରିଛି CBSE
  • ଭୁବନେଶ୍ବର ଜୟଦେବ ବିହାର ଛକରେ ମହିଳାଙ୍କଠୁ ୧୦ ଲକ୍ଷ ଟଙ୍କା ଲୁଟ୍
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୩୦ ହଜାର ୫୪୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୧୧୨୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୯ କୋରୋନା ଆକ୍ରାନ୍ତ ମୃତ

କୋରୋନା ପାଇଁ ପରୀକ୍ଷା ବନ୍ଦ, ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ

କେବେ ହେବ ପରୀକ୍ଷା । ଆଉ କେବେ ବାହାରିବ ଫଳ । ମହାମାରୀ କୋରୋନା ସଂକ୍ରମଣ ଦ୍ୱାରା ସାରା ବିଶ୍ୱ ଏବେ ଆତଙ୍କ ଅବସ୍ଥାରେ ଥିବା ବେଳେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଅଧାରୁ ଠପ୍ ହୋଇଯାଇଛି । ତେବେ ଲକ୍ ଡାଉନ ସହ ସ୍ଥ

କୋରୋନା ପାଇଁ ପରୀକ୍ଷା ବନ୍ଦ, ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: କେବେ ହେବ ପରୀକ୍ଷା । ଆଉ କେବେ ବାହାରିବ ଫଳ । ମହାମାରୀ କୋରୋନା ସଂକ୍ରମଣ ଦ୍ୱାରା ସାରା ବିଶ୍ୱ ଏବେ ଆତଙ୍କ ଅବସ୍ଥାରେ ଥିବା ବେଳେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଅଧାରୁ ଠପ୍ ହୋଇଯାଇଛି । ତେବେ ଲକ୍ ଡାଉନ ସହ ସ୍ଥିତିରେ ସାମାନ୍ୟ ସୁଧାର ଆସୁଥିବା ବେଳେ ବଳକା ପରୀକ୍ଷା ନେଇ ଏଯାବତ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ତାରିଖ ସ୍ପଷ୍ଟ କରାଯାଇନାହିଁ । ସେହିପରି ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ଖାତା ରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସୁବିଧା ଓ କୋଭିଡ ୧୯ ଗାଇଡଲାଇନକୁ ସଠିକ ଭାବେ ପାଳନ କରିବା ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଭାଗ ।

ଅଧାରେ ଯୁକ୍ତ ଦୁଇ ପରୀକ୍ଷା । ଅଟକିଯାଇଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । କେବେ ଦେବେ ପରୀକ୍ଷା ଆଉ କେବେ ବାହାରିବ ରେଜଲ୍ଟ ତାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ । ଚଳିତ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ନେଇ ଏପରି ଆଶା ଆଶଙ୍କା ଦେଖାଦେଇଛି । ୩ ମାର୍ଚ୍ଚରୁ ୨୧ ମାର୍ଚ୍ଚ ମଧ୍ୟରେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ହୋଇ କୋରୋନା କଟକଣା ହେତୁ ବନ୍ଦ ହାଇଯାଇଛି । ବିଜ୍ଞାନରେ ତିନୋଟି ବିଷୟ, କଳାରେ ସାତଟି, ବାଣିଜ୍ୟରେ ତିନୋଟି ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ଚାରିଟି ପେପର ବାକି ରହିଛି । ତେବେ ଏସବକୁ ପରୀକ୍ଷା କେବେ ହେବ ସେନେଇ ଗଣଶିକ୍ଷା ବିଭାଗ ନା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏଯାଇଁ ନିର୍ଦ୍ଧିଷ୍ଟ ତାରିଖ ଘୋଷଣା କରିନଥିବା ବେଳେ ପ୍ରସ୍ତୁତି ନେଇ ଛାତ୍ରଛାତ୍ରୀଙ୍କ ମନରେ ଚିନ୍ତା ବଢିଛି ।

ସେପଟେ ଏନେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ୟୁଜିସି ଗାଇଡ଼ଲାଇନ ଅନୁସାରେ ସେପ୍ଟେମ୍ବରରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଥିବାରୁ ଜୁଲାଇ ସୁଦ୍ଧା ସମସ୍ତ ବଳକା ପରୀକ୍ଷା, ଖାତା ଦେଖା ଓ ଫଳାଫଳ ପ୍ରକାଶ କରାଯିବା ଦିଗରେ ଉଦ୍ୟମ କରାଯାଉଛି । ଏହାସହ ମାଟ୍ରିକ ମୂଲ୍ୟାୟନ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୧୦ କିଲୋମିଟର ଦୂରରୁ କେତେ ମୂଲ୍ୟାୟନକାରୀ ଆସୁଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ସେହି ପରିଧି ଭିତରେ ଥିବା ମୂଲ୍ୟାୟନ କେନ୍ଦ୍ରରେ ନିୟୋଜିତ କରିବାକୁ ବିଭାଗ ବ୍ୟବସ୍ଥା କରୁଥିବା କହିଛନ୍ତି ମନ୍ତ୍ରୀ । ଆବଶ୍ୟକ ପଡିଲେ ମୂଲ୍ୟାୟନ କେନ୍ଦ୍ର ବଢାଯିବା ସହ ସମସ୍ତ କେନ୍ଦ୍ରରେ ସଠିକ୍ ଭାବେ କୋଭିଡ୍ ୧୯ ଗାଇଡଲାଇନ ପାଳନ କରାଯିବ ବୋଲି ସେ କହିଛନ୍ତି ।