ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା, ମରୁଡି ସହାୟତା ପାଇବାରୁ ବଞ୍ଚିତ ଚାଷୀ

ଜିଲ୍ଲାର ଯୁଜୁମୁରା ବ୍ଳକରେ ଏକ ବ୍ୟାଙ୍କର ଅବହେଳା ପାଇଁ ଚାରିଗୋଟି ପଞ୍ଚାୟତର ଚାଷୀ ଗତବର୍ଷର ମରୁଡି ସହାୟତା ପାଇ ପାରି ନଥିବା ଅଭିଯୋଗ ହୋଇଛି । ଏନେଇ କ୍ଷତିଗ୍ରସ୍ତ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବା ସହ ସମ୍ବଲପୁର ଜିଲ୍ଲା ପ୍ରଶାସନ ଏହା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ମରୁଡି ସହାୟତାରୁ ବଞ୍ଚିତ ହୋଇଥିବା ଚାଷୀମାନେ। 

ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା, ମରୁଡି ସହାୟତା ପାଇବାରୁ ବଞ୍ଚିତ ଚାଷୀ

ସମ୍ବଲପୁର: ଜିଲ୍ଲାର ଯୁଜୁମୁରା ବ୍ଳକରେ ଏକ ବ୍ୟାଙ୍କର ଅବହେଳା ପାଇଁ ଚାରିଗୋଟି ପଞ୍ଚାୟତର ଚାଷୀ ଗତବର୍ଷର ମରୁଡି ସହାୟତା ପାଇ ପାରି ନଥିବା ଅଭିଯୋଗ ହୋଇଛି । ଏନେଇ କ୍ଷତିଗ୍ରସ୍ତ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବା ସହ ସମ୍ବଲପୁର ଜିଲ୍ଲା ପ୍ରଶାସନ ଏହା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ମରୁଡି ସହାୟତାରୁ ବଞ୍ଚିତ ହୋଇଥିବା ଚାଷୀମାନେ।

ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଳକର ଚାରିଟି ପଞ୍ଚାୟତର ଚାଷୀ ବ୍ଳକରେ ଥିବା ୟୁନିୟନ ବ୍ୟାଙ୍କର ନାଁରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଚାଷୀମାନେ ଅଭିଯୋଗ କରିଛନ୍ତି ଯେ ବ୍ୟାଙ୍କର ଅବହେଳା ପାଇଁ ଗତ ବର୍ଷର ମରୁଡି ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି ବିଭିନ୍ନ ପଞ୍ଚାୟତର ଏକାଧିକ ଚାଷୀ । ଚାଷୀଙ୍କ ଅଭିଯୋଗ ଅନୁସାରେ ଯୁଜୁମୁରା ବ୍ଳକର ଲିପିଣ୍ଡା, ଯୁଜୁମୁରା, କେସାପାଲି, କୟାକୁଦ ପଞ୍ଚାୟତର ପ୍ରାୟ ୭୦ ଜଣ ଚାଷୀ ଯୁଜୁମୁରା ବ୍ଳକ ପରିସରରେ ଥିବା ୟୁନିୟନ ଵ୍ୟାଙ୍କର ଶାଖା ଜରିଆରେ AIC ବୀମା କମ୍ପାନୀରେ କୄଷି ଋଣ କରିବା ସହ କୄଷି ବୀମା ଯୋଜନାରେ ବୀମା ରାଶି ଟଙ୍କା ଜମା କରିଥିଲେ । 

ବର୍ତ୍ତମାନ ଜିଲ୍ଲାର ଅନ୍ୟ ପଞ୍ଚାୟତରେ ଚାଷୀମାନେ ମରୁଡି ସହାୟତା ପାଇଥିବା ବେଳେ ଏହି ଚାରି ପଞ୍ଚାୟତରେ ଚାଷୀ ମରୁଡି ବୀମା ବର୍ତ୍ତମାନ ପର୍ଯ୍ୟନ୍ତ ଟଙ୍କା ପାଇ ପାରିନାହାନ୍ତି । ଏହି ଚାରି ଗୋଟି ପଞ୍ଚାୟତ ର   ୭୦ ଜଣ ଚାଷି ଜଣ ପିଛା ୨୫୦୦ ଟଙ୍କା ହିସାବରେ  କୄଷି ବିମା ପାଇ ଉଦ୍ଦିଷ୍ଟ  ଟଙ୍କା ମଧ୍ୟ ଜମା କରିଥିଲେ । ତେବେ ଜୁଜୁମୁରା ୟୁନିୟନ ବ୍ୟାଙ୍କ କର୍ତ୍ତୃପକ୍ଷ ଚାଷି ଙ୍କ ଦ୍ୱ୍ରାରା ଦିଆଯାଇଥିବା କୄଷି ବୀମା  ଟଙ୍କାକୁ AIC ବୀମା କମ୍ପାନୀରେ ଜମା କରିନଥିବା ଅଭିଯୋଗ କରିଛନ୍ତି ଚାଷୀ । ତେଣୁ ଗତବର୍ଷର ମରୁଡି କ୍ଷୟକ୍ଷତି ସହାୟତା  ଜନିତ ବୀମା ଟଙ୍କା ପାଇବାରୁ ବହୁ ଚାଷୀ ବଞ୍ଚିତ ହୋଇଥିବା ଅଭିଯୋଗ କରାଯାଇଛି   । 

ଏନେଇ ମରୁଡି ସହାୟତା ପାଇନଥିବା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥିସହ ଯୁଜୁମୁରା ବ୍ଳକର ମରୁଡି ବୀମା ରାଶି ଟଙ୍କା ପାଇବାରୁ ବଞ୍ଚିତ ହୋଇଥିବା ଚାଷୀ ଯୁଜୁମୁରା ୟୁନିୟନ ବ୍ୟାଙ୍କ ମ୍ୟାନେଜରଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ । ୟୁନିୟନ ବ୍ୟାଙ୍କ ପକ୍ଷରୁ ତୁରନ୍ତ ଏହା ଉପରେ ପଦକ୍ଷେପ ନେବାକୁ ଦାବି କରିଥିଲେ ଚାଷୀ। ପରେ ଯୁଜୁମୁରା ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ମଧ୍ୟ ଏକ ଦାବିପତ୍ର ଦିଆଯାଇ ବ୍ୟାଙ୍କର ଅବହେଳା ପାଇ ଯେଉଁ ଚାଷୀ ମରୁଡି ବୀମା ଟଙ୍କା ପାଇବାରୁ ବଞ୍ଚିତ ହେଇଛନ୍ତି, ଜିଲ୍ଲା ପ୍ରଶାସନ ଚାଷୀମାନେ ଯେଉଁଭଳି ବୀମା ଟଙ୍କା ପାଇପାରିବେ ସେନେଇ ପଦକ୍ଷେପ ନେବାକୁ ଦାବି କରିଥିଲେ । ଅପରପକ୍ଷରେ ଏନେଇ ଏନେଇ ଯୁଜୁମୁରା ୟୁନିୟନ ବ୍ୟାଙ୍କ ଶାଖାର ମ୍ୟାନେଜର ଏହା ଉପରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ ।