ମଧ୍ୟାହ୍ଣରେ ବିଲରେ ଲାଗିଥିବା ନିଆଁ ବ୍ୟାପିବାରୁ କଳକାରଖାନାଟି ଜଳି ଯାଇଛି। ୩ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
Trending Photos
ମୁକେଶ ପ୍ରଧାନ, ଝାରସୁଗୁଡା: ଲଖନପୁର ବ୍ଲକ ସାହାଜବାହାଲ ନିକଟରେ ଥିବା ଇଣ୍ଡ ଭାରତ ଏନର୍ଜି ଲିମିଟେଡରେ ଅଗ୍ନିକାଣ୍ଡ। ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ। ଆଜି ମଧ୍ୟାହ୍ଣରେ ବିଲରେ ଲାଗିଥିବା ନିଆଁ ବ୍ୟାପିବାରୁ କଳକାରଖାନାଟି ଜଳି ଯାଇଛି। ୩ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ଦୀର୍ଘ ଦିନ ହେବ ଭାରତ ଏନର୍ଜି କଳକାରଖାନା (Energy Plant) ବନ୍ଦ ପଡିଛି। କୌଣସି କାରଣରୁ ଆଜି ମଧ୍ୟାହ୍ଣ ପ୍ରାୟ ୧୨ଟାରେ କାରଖାନା ନିକଟସ୍ଥ ବିଲରେ ନିଆଁ। ଆଉ ନିଆଁ ବ୍ୟାପୀ ଭିଷଣ ଧରଣର ଅଗ୍ନିକାଣ୍ଡର (Fire incident) ରୂପ ନେଇ କମ୍ପାନୀରେ ପହଞ୍ଚିଥିଲା। ଯାହାଫଳରେ କମ୍ପାନୀର ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଅନୁମାନ କରାଯାଉଛି।
Also Read: ଜଳୁଛି ଜଙ୍ଗଲ ମନ୍ତ୍ରୀଙ୍କ ଜିଲ୍ଲା
ନିଆଁକୁ ଆୟତ୍ତ କରିବା ପାଇଁ ତିନୋଟି ଦମକଳ ଗାଡି (Fire Brigade) ନିୟୋଜିତ ହୋଇଥିଲେ। ହେଲେ ଅଗ୍ନିକାଣ୍ଡ ଘଟିବା ଫଳରେ କୋଲ ହ୍ୟାଣ୍ଡଲିଂ ପ୍ଲାଣ୍ଟରେ ବ୍ୟବହୃତ ହେଉଥିବା ବେଲ୍ଟ ଓ କ୍ରସର ହାଉସରେ ବ୍ୟବହୃତ ହେଉଥିବା ପାଞ୍ ଟି ରୋଲର ସମ୍ପୂର୍ଣ୍ଣ ଜଳିଯାଇ ନଷ୍ଟ ହୋଇଯାଇଛି।