ସମ୍ବଲପୁରରେ ଅବସ୍ଥିତ ରାଜ୍ୟର ଏକ ମାତ୍ର ଗାନ୍ଧୀ ମନ୍ଦିରରେ ଜିଲ୍ଲା ପ୍ରଶାସନ ତରଫରୁ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ପରେ ସବୁକିଛି ଶୂନସାନ। ବର୍ଷକ ଥରେ, ଦୁଇ ଥର ଗାନ୍ଧିଙ୍କ ମନ୍ଦିରରେ ଜିଲ୍ଲା ପ୍ରଶାସନ, ନେତା ମନ୍ତ୍ରୀଙ୍କ ପାଦ ପଡେ। ଅଉ ବଳକା ସମୟରେ ଅବହେଳିତ ହୋଇ ରୁହନ୍ତି ମହାତ୍ମା।
Trending Photos
ସମ୍ବଲପୁର: ଆଜି ରାଜ୍ୟ ପାଳନ କରୁଛି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଅନେକ କାର୍ଯ୍ୟକ୍ରମ କରାଯାଉଛି। କିନ୍ତୁ ସମ୍ବଲପୁରରେ ଅବସ୍ଥିତ ରାଜ୍ୟର ଏକ ମାତ୍ର ଗାନ୍ଧୀ ମନ୍ଦିରରେ ଜିଲ୍ଲା ପ୍ରଶାସନ ତରଫରୁ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ପରେ ସବୁକିଛି ଶୂନସାନ। ବର୍ଷକ ଥରେ, ଦୁଇ ଥର ଗାନ୍ଧିଙ୍କ ମନ୍ଦିରରେ ଜିଲ୍ଲା ପ୍ରଶାସନ, ନେତା ମନ୍ତ୍ରୀଙ୍କ ପାଦ ପଡେ। ଅଉ ବଳକା ସମୟରେ ଅବହେଳିତ ହୋଇ ରୁହନ୍ତି ମହାତ୍ମା।
ଆଜି ସକାଳୁ ସମ୍ବଲପୁର ଜିଲ୍ଲା ପ୍ରଶାସନ (Sambalpur Dist. Admin) ତରଫରୁ ପ୍ରଥମେ କମିଶନର କଲୋନୀସ୍ଥିତ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ତାପରେ ସମ୍ବଲପୁରରେ ଅବସ୍ଥିତ ରାଜ୍ୟର ଏକ ମାତ୍ର ଗାନ୍ଧୀମନ୍ଦିରକୁ ଯାଇ ଉପ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର, ଜିଲ୍ଲା ପ୍ରକଳ୍ପ ଅଧିକାରୀ ସୁକାନ୍ତ ତ୍ରିପାଠୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କ ସ୍ମୃତି ଚାରଣ କରିଥିଲେ।
Also Read: ପୁଣି ଫେରିଲା ରାଗିଂ: ୧୮ ଡାକ୍ତରୀ ଛାତ୍ରଙ୍କୁ ୫୪ ହଜାର ଫାଇନ
ଠିକ ୧୦୦ ବର୍ଷ ପୂର୍ବେ ଆଜିର ଦିନରେ ଜାତିର ପିତା ମହାତ୍ମା ଗାନ୍ଧୀ (Mahatma Gandhi) ଓଡିଶାରେ ପାଦ ଦେଇଥିଲେ। ତାଙ୍କର ନୀତି ଆଦର୍ଶରେ ବିଶ୍ୱବାସୀଙ୍କୁ ପ୍ରେରଣା ଦେଇଛି। ଆଜି ପର୍ଯ୍ୟନ୍ତ ଲୋକେ ତାଙ୍କର ନୀତି ଆଦର୍ଶକୁ ଅନୁପାଳନ କରୁଛନ୍ତି। ସମ୍ବଲପୁର (Sambalpur) ରେ ମଧ୍ୟ ପୂଜ୍ୟ ବାପୁଙ୍କର ଦୁଇ ଦୁଇ ଥର ପାଦ ପଡ଼ିଥଲା। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୭୨ ମସିହାରେ ପ୍ରଥମ କରି ରେଢ଼ାଖୋଲର ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାର (Abhimanyu Kumar), ଗାନ୍ଧୀ ମନ୍ଦିର (Gandhi Temple) ତିଆରି କରିବା ପାଇଁ ନିଷ୍ପତ୍ତି ନେଇଥିଲେ।
ସେହି ସମୟରେ ଥିବା ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କର ହାତରେ ୨୩ ମାର୍ଚ୍ଚ ୧୯୭୨ ମସିହାରେ ଗାନ୍ଧୀ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ୧୯୭୩ ମସିହାରେ ଉଦ୍ୟୋକ୍ତା ଅଭିମନ୍ୟୁ କୁମାରଙ୍କ ଉଦ୍ୟମରେ ଆରମ୍ଭ ହୋଇ ୧୯୭୪ ମସିହାରେ ସମ୍ପୂର୍ଣ୍ଣ ହୋଇଥିଲା। ସେତେବେଳେର ମୁଖ୍ୟମନ୍ତ୍ରୀ ନନ୍ଦିନି ଶତପଥୀ (Nandini Satpathy) ଏହି ଗାନ୍ଧୀମନ୍ଦିରକୁ ଉଦଘାଟନ କରିଥିଲେ। ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଉଦାସୀନତା କାରଣରୁ ଆଜି ପର୍ଯ୍ୟନ୍ତ କୌଣସି ଉନ୍ନତିମୂଳକ କାମ ହୋଇ ପାରିନାହିଁ। ନିଜସ୍ୱ ଉଦ୍ୟମରେ ସେହି ସ୍ଥାନରେ ବାସ କରୁଥିବା ଦଳିତମାନେ ଆଜି ପର୍ଯ୍ୟନ୍ତ ରାଜ୍ୟର ଏକ ମାତ୍ର ଗାନ୍ଧୀ ମନ୍ଦିରକୁ ପରିଚାଳନା କରୁଛନ୍ତି।
Also Read: ସୋସିଆଲ ମିଡିଆ ପାଇଁ ସାତ ଜନ୍ମର ସାଥି ହେଲେ ଦୁଇ ଦିବ୍ୟାଙ୍ଗ
ସବୁଦିନ ଏହି ମନ୍ଦିରରେ ରାମଧୁନ (Randhun) ସହ ଦଳିତ ସମ୍ପ୍ରଦାୟ (Dalit Community) ର ବ୍ୟକ୍ତିମାନେ ପୂଜାର୍ଚ୍ଚନା କରନ୍ତି। ବର୍ତ୍ତମାନ କ୍ଷେତ୍ରରେ ରାଜ୍ୟ ସରକାର ପର୍ଯ୍ୟଟନକୁ ଗୁରୁତ୍ୱ ଦେଉଥିବା ବେଳେ ରାଜ୍ୟର ଏକ ମାତ୍ର ଗାନ୍ଧୀମନ୍ଦିରର ଉନ୍ନତିକରଣ କରି ପର୍ଯ୍ୟଟକଙ୍କ ପାଇଁ ସୁବିଧା କଲେ ୧୯୭୪ ରେ ନିର୍ମିତ ଏହି ମନ୍ଦିର ଲୋକଲୋଚନକୁ ଆସି ଆହୁରି ପ୍ରସିଦ୍ଧି ପାଇପରନ୍ତା। କିଛି ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି ଯେ, କେବଳ ଗାନ୍ଧୀଜୟନ୍ତୀରେ ବାପୁ ସମସ୍ତଙ୍କ ମନେ ପଡନ୍ତି। ଆଉ ବଳକା ସମୟରେ କାହାରି ମନ୍ଦିରକୁ କାହାର ପାଦ ପଡେନାହିଁ।