ଝାରସୁଗୁଡାରୁ ଚେନ୍ନାଇକୁ ଉଡିଲା ବିମାନ, ଜାଣନ୍ତୁ Daily Schedule
Advertisement

ଝାରସୁଗୁଡାରୁ ଚେନ୍ନାଇକୁ ଉଡିଲା ବିମାନ, ଜାଣନ୍ତୁ Daily Schedule

ଆଜି ପ୍ରଥମ ଦିନରେ ଚେନ୍ନାଇରୁ ୯୩ ଜଣ ଯାତ୍ରୀ ଝାରସୁଗୁଡା ଆସିଛନ୍ତି। ସେହିପରି ଝାରସୁଗୁଡାରୁ ୮୪ ଜଣ ଯାତ୍ରୀ ଚେନ୍ନାଇକୁ ଉଡାଣ ଭରିଛନ୍ତି।

ଡିଜାଇନ ଫଟୋ

ଝାରସୁଗୁଡା: ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର (Veer Surendra Sai Airport) ରୁ ଆଜିଠାରୁ ଚେନ୍ନାଇକୁ ବିମାନ ସେବା ଆରମ୍ଭ ହୋଇଛି। ସ୍ପାଇସଜେଟ ପକ୍ଷରୁ ଏହି ସେବା ଆରମ୍ଭ କରାଯାଇଛି। ଆଜି ପ୍ରଥମ ଦିନରେ ଚେନ୍ନାଇରୁ ୯୩ ଜଣ ଯାତ୍ରୀ ଝାରସୁଗୁଡା ଆସିଛନ୍ତି। ସେହିପରି ଝାରସୁଗୁଡାରୁ ୮୪ ଜଣ ଯାତ୍ରୀ ଚେନ୍ନାଇକୁ ଉଡାଣ ଭରିଛନ୍ତି। 

ଆଜି ପ୍ରଥମ ଦିନରେ ଝାରସୁଗୁଡା (Jharsuguda) କୁ ବିମାନଟି ଅପରାହ୍ଣ ୦୩:୨୦ରେ ପହଂଚି ପୁଣି ୦୩:୫୦ରେ ଚେନ୍ନାଇ (Chennai) ଅଭିମୁଖେ ଉଡାଣ ଭରିଥିଲା। ଚେନ୍ନାଇକୁ ବିମାନ ସେବା ଆରମ୍ଭ ହେବାଦ୍ୱାରା ଚିକିତ୍ସା, ପର୍ଯ୍ୟଟନ, ହୋଟେଲ ଶିଳ୍ପ, ଟେକ୍ସଟାଇଲ ଶିଳ୍ପ ଆଦି ପାଇଁ ସହାୟକ ହେବ। ସ୍ଥାନୀୟ ଲୋକେ ଅଳ୍ପ ସମୟରେ ଏବଂ ଆରମରେ ଚେନ୍ନାଇରୁ ଝାରସୁଗୁଡାକୁ ଯାତାୟତ କରିପାରିବେ। ଆଗାମୀ ଦିନରେ ଦେଶର ପ୍ରତ୍ୟେକ ବିମାନ ବନ୍ଦରକୁ ଝାରସୁଗୁଡାରୁ ସିଧାସଳଖ ଭାବରେ  ବିମାନ ସେବା ପ୍ରଦାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତି କହିଛନ୍ତି। 

Also Read: ବୁର୍ଲା ମେଡିକାଲରେ 'stretcher' ସଂକଟର ନଗ୍ନଦୃଶ୍ୟ

ପ୍ରକାଶ ଯୋଗ୍ୟ ଯେ, ସ୍ପାଇସଜେଟ (SpiceJet)ର ବିମାନ ପ୍ରତ୍ୟେକ ଦିନ ଚେନ୍ନାଇରୁ ଅପରାହ୍ଣ ୦୧:୧୦ ମନିଟରେ ବାହରି ଅପରାହ୍ଣ ୦୩:୦୦ ରେ ଝାରସୁଗୁଡା ପହଂଚିବ। ଏହାପରେ ଅପରାହ୍ଣ ୦୩:୩୦ରେ ଝାରସୁଗୁଡାରୁ ଉଡାଣ ଭରି ୦୫:୧୫ରେ ଚେନ୍ନାଇ ପହଂଚିବା ପାଇଁ ସମୟ ସାରଣୀ ସ୍ଥିର କରାଯାଇଛି।