ତହସିଲଦାରଙ୍କୁ ଏମିତି ଦଣ୍ଡ : ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ
Advertisement

ତହସିଲଦାରଙ୍କୁ ଏମିତି ଦଣ୍ଡ : ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

ଅଭିଯୋଗ ନଶୁଣି ନିସ୍ପତ୍ତି ନେବା ତହସିଲଦାରଙ୍କୁ ପଡ଼ିଲା ମହଙ୍ଗା। ଯେଣକୁ ତେଣ ନିତି ଭଳି ବିନା ଶୁଣାଣୀରେ ହାଇକୋର୍ଟ ଶୁଣାଇଲେ ଦଣ୍ଡାଦେଶ । ଫଳସ୍ୱରୂପ ଦଣ୍ଡ ଅନୁଯାୟୀ ତହସିଲଦାର ୫୦ ଟି ଚାରା ରୋପଣ କରି ତାର ଯତ୍ନ ନେବେ।

ତହସିଲଦାରଙ୍କୁ ଏମିତି ଦଣ୍ଡ : ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ : ନ୍ୟାୟାଧୀଶ ଶୁଣାଇଲେ ଅଜବ ଦଣ୍ଡାଦେଶ ।  ଓଡିଶା ହାଇକୋର୍ଟ ପ୍ରଥମଥର ପାଇଁ କୌଣସି ଏକ ମାମଲାର ବିଚାର କରି ଦୋଷୀଙ୍କୁ ଗଛ ଲଗାଇବା ଭଳି ଦଣ୍ଡରେ ଦଣ୍ଡିତ କରିଛନ୍ତି ।  ବଲନା ମୌଜା ଅନ୍ତର୍ଗତ ଜଣେ ନିରକ୍ଷର ମହିଳାଙ୍କ କଥାକୁ ଠିକଭାବରେ ନଶୁଣି କାକଟପୁର ତହସିଲଦାର ବିରଞ୍ଚି ନାରାୟଣ ବେହେରା ଜରିମାନା କରିଥିବାରୁ ଦଣ୍ଡ ସ୍ୱରୂପ ମାନ୍ୟବର ହାଇକୋର୍ଟ କଟକ ସିଡ଼ିଏ ଅନ୍ତର୍ଗତ କୌଣସି ସେକ୍ଟରରେ ଅତି କମ୍ ରେ ୫୦ଟି ଗଛ ଲଗାଇବାକୁ ପଡ଼ିବ ବୋଲି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ “ଅଦାଲତ ତହସିଲଦାରଙ୍କୁ ଏହି ନିର୍ଦ୍ଦେଶ ଦେଉଛନ୍ତି କି କଟକ ବିକାଶ ପ୍ରାଧିକରଣ(Cuttack Development Authority)ର କୌଣସି ସେକ୍ଟର ଅଞ୍ଚଳର ରାସ୍ତାକଡ଼ରେ ଅତି କମ୍ ରେ ୫୦ ଗଛ ଲଗାଇବେ” । ଜଷ୍ଟିସ୍ ବିଶ୍ୱନାଥ ରଥ( Justice Biswanath Rath )ଙ୍କ ଏକକ ଜଜ୍ ବେଞ୍ଚ ଗତ ୧୮.୦୫.୨୦୨୨ ତାରିଖର ଆଦେଶରେ ଏହା କହିଛନ୍ତି । “ମାମଲାର ସ୍ଥିତି  ଏବଂ ଜଣେ ବ୍ୟକ୍ତିଙ୍କୁ ତାଙ୍କ ବାସଭବନରୁ ବହିଷ୍କାର ଘଟଣାରେ ଜଡିତ ହୋଇଥିବାରୁ ତହସିଲଦାରଙ୍କର ଏହା ପ୍ରଥମେ ଜାଣିବାର ଆବଶ୍ୟକତା ରହିଥିଲାକି  ଜବରଦଖଲକାରୀ ଜଣେ ଶିକ୍ଷିତ ତଥା ଆଇନ ଜାଣିଥିବା ବ୍ୟକ୍ତି କି ନୁହେଁ । ଜବରଦଖଲକାରୀ  ଦୁର୍ବଳ ଶ୍ରେଣୀର କିମ୍ବା ସମାଜର ଅବହେଳିତ ବର୍ଗର ଅଟନ୍ତି କି ? ଏହାସହିତ ତାଙ୍କ ପାଖରେ ଓକିଲଙ୍କ ସହାୟତା ନେବାପାଇଁ ଯଥେଷ୍ଟ ପରିମାଣର ଆୟ ଅଛିକି ନାହିଁ । ଏ ସମସ୍ତ ବିଷୟକୁ  ତହସିଲଦାରଙ୍କୁ ଦେଖିବାର ଥିଲା ବୋଲି ଅଦାଲତ କହିଛନ୍ତି । କୋର୍ଟଙ୍କ ମୁତାବକ “O.P.L.E ର ଧାରା ୭ ଅନୁଯାୟୀ ତହସିଲଦାରଙ୍କୁ କାର୍ଯ୍ୟ କରିବାର ଥିଲା । ତେବେ ଏହି ଆଦେଶର ନକଲକୁ ମୁଖ୍ୟ ସଚିବ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଆଇନ ବିଭାଗର ମୁଖ୍ୟ ସଚିବଙ୍କୁ ପଠାଯାଇଛି ଏବଂ ଆଇନ ଅନୁଯାୟୀ ତହସିଲଦାରଙ୍କ ଦ୍ୱାରା ଏପରି ତ୍ରୁଟିର ପୁନରାବୃତ୍ତି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଏପରି ଅନାବଶ୍ୟକ ମୋକଦ୍ଦମା କୁ ନେଇ ଅଯଥା ହାଇକୋର୍ଟଙ୍କ ଉପରେ ଚାପ ସୃଷ୍ଟି କରିବା ଉପରେ ପ୍ରତିବନ୍ଧକ ଲଗାଇବାକୁ  କୋର୍ଟ କହିଛନ୍ତି ।

ସୂଚନା ଅନୁଯାୟୀ ସରକାରୀ ଜମିରେ ଏକ ଚାଳଘର ନିର୍ମାଣ ଅଭିଯୋଗରେ ଗତ ବର୍ଷ ସେପ୍ଟେମ୍ବର ମାସରେ ମିତା ଦାସ ନାମକ ଜଣେ ମହିଳାଙ୍କ ଉପରେ ତହସିଲଦାର ଶ୍ରୀବେହେରା ଜୋରିମାନା ଲଗାଇଥିଲେ । ଅଧିକାରୀ ଜଣକ ତାଙ୍କ କଥା ନ ଶୁଣି ତାଙ୍କ ଉପରେ ଜରିମାନା ଲଗାଇଛନ୍ତି ଏବଂ ତାଙ୍କୁ ଜବରଦଖଲକାରୀ ବୋଲି ଘୋଷଣା କରିଥିବା ନେଇ  ଶ୍ରୀମତି ଦାସ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ।