ରାଜରାସ୍ତା କଡରେ ଝୁଲୁଛି କାଳ! ଟଙ୍କା ଖାଇ ଠିକାଦାର ଚମ୍ପଟ, ଅଭିଯୋଗ କଲେ ଶୁଣୁନି ବିଦ୍ୟୁତ ବିଭାଗ
Advertisement

ରାଜରାସ୍ତା କଡରେ ଝୁଲୁଛି କାଳ! ଟଙ୍କା ଖାଇ ଠିକାଦାର ଚମ୍ପଟ, ଅଭିଯୋଗ କଲେ ଶୁଣୁନି ବିଦ୍ୟୁତ ବିଭାଗ

ରାଜରାସ୍ତା କଡରେ ମାଳ ମାଳ ହୋଇ ବିଦ୍ୟୁତ ଖୁଣ୍ଟ ପୋତାଯାଇଛି। ଖୁଣ୍ଟ ଚାରି ପାଖେ ଲଟାବୁଦା ମାଡିବା ସହ ବିପଦପୁର୍ଣ୍ଣ ଭାବେ ମୁଖୁଳା ବିଦ୍ୟୁତ ତାର ଓହଳି ରହିଛି। କେଉଁଠି ଚାଷ ଜମି ଉପରେ ତାର ଲମ୍ବି ରହିଛି ତ ଆଉ କେଉଁଠି ରାସ୍ତା ଉପରେ ମୃତ୍ୟୁର ଫାସ ହୋଇ ପଡିରହିଛି। ଏହି ଦୃଶ୍ୟ ଗଜପତି ଜିଲ୍ଲା ମୋହନା ଠାରୁ ଅନ୍ତରବାକୁ ସଂଯୋଗ କରୁଥିବା ରାଜରାସ୍ତା ପାର୍ଶ୍ବରେ ହେଖିବାକୁ ମିଳୁଛି।

ଡିଜାଇନ୍ ଫଟୋ

ଗଜପତି: ଗ୍ରାମାଞ୍ଚଳରେ ବିଦ୍ୟୁତିକରଣ କରିବା ଲକ୍ଷ୍ୟରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଅନେକ ସ୍ଥାନରେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଉଦାସିନତା ମନୋଭାବ ଯୋଗୁଁ ଆସିଥିବା ଯୋଜନା ବର୍ଷ ବର୍ଷ ଧରି ଅଧପନ୍ଥାରିଆ ଅବସ୍ଥାରେ ପଡିରହିଛି। ଯାଫଳରେ ଅଞ୍ଚଳବାସୀ ଯୋଜନାର ସୁବିଧା ତ ପାଇବା ଦୂରର କଥା ତାହା ପ୍ରମୁଖ ଦୁର୍ଘଟଣାର କାରଣ ପାଲଟିଛି। ଏଭଳି ଦୃଶ୍ୟ ମୋହନା ଠାରୁ ଅନ୍ତରବାକୁ ଯୋଗାଯୋଗ ରାସ୍ତା କଡ଼ ବିଦ୍ୟୁତ ଖୁଣ୍ଟରେ ଦେଖିବାକୁ ମିଳୁଛି।

ରାଜରାସ୍ତା କଡରେ ମାଳ ମାଳ ହୋଇ ବିଦ୍ୟୁତ ଖୁଣ୍ଟ ପୋତାଯାଇଛି। ଖୁଣ୍ଟ ଚାରି ପାଖେ ଲଟାବୁଦା ମାଡିବା ସହ ବିପଦପୁର୍ଣ୍ଣ ଭାବେ ମୁଖୁଳା ବିଦ୍ୟୁତ ତାର ଓହଳି ରହିଛି। କେଉଁଠି ଚାଷ ଜମି ଉପରେ ତାର ଲମ୍ବି ରହିଛି ତ ଆଉ କେଉଁଠି ରାସ୍ତା ଉପରେ ମୃତ୍ୟୁର ଫାସ ହୋଇ ପଡିରହିଛି। ଏହି ଦୃଶ୍ୟ ଗଜପତି ଜିଲ୍ଲା ମୋହନା ଠାରୁ ଅନ୍ତରବାକୁ ସଂଯୋଗ କରୁଥିବା ରାଜରାସ୍ତା ପାର୍ଶ୍ବରେ ହେଖିବାକୁ ମିଳୁଛି। ଅନ୍ତରବା ଅଞ୍ଚଳର ଆଠ ଗୋଟି ପଞ୍ଚାୟତକୁ ଚନ୍ଦ୍ରଗିରିରୁ ବିଦ୍ୟୁତ ସଂଯୋଗ ହୋଇଛି। କିନ୍ତୁ ଘଞ୍ଚ ଜଙ୍ଗଲ ଦେଇ ବିଦ୍ୟୁତ ସରବରାହ ସଠିକ ମିଳୁନଥିବା ଯୋଗୁଁ ଅଞ୍ଚଳବାସୀ ସରକାରଙ୍କ ନିକଟରେ ବାରମ୍ବାର ଦାବି ପରେ ମୋହନାରୁ ଅନ୍ତରବାକୁ ୬ ବର୍ଷ ତଳେ ବିଦ୍ୟୁତଖୁଣ୍ଟ ପୋତାଯିବା ସହ ତାର ଟଣାଯାଇଥିଲା। ହେଲେ ସମ୍ପୃକ୍ତ ଠିକାଦାର କାମ ନ କରି ଅଧାରୁ କେଉଁଆଡେ ଚମ୍ପଟ ମାରିଥିବା ବେଳେ ଏବେ ଓହଳି ରହିଥିବା ତାରକୁ ଦୁର୍ବୃତ୍ତମାନେ କାଟି ନେଉଥିବା ଅଭିଯୋଗ ହୋଇଛି। 

Also Read: ବନ୍ଦ ଘରୁ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର; ରକ୍ତରେ ଜୁଡୁବୁଡୁ ସ୍ତ୍ରୀ, ଦୁଲାରେ ଝୁଲୁଥିଲା ସ୍ୱାମୀ

ବିପଦପୁର୍ଣ୍ଣ ଭାବେ ଅଓଳି ରହିଥିବା ବିଦ୍ୟୁତ ତାର ଅନେକ ଚାଷ ଜମି ଓ ରାସ୍ତା ଉପରେ ପଡିରହିଥିବା ବେଳେ ଦୁର୍ଘଟଣା ଘଟିବା ଆଶଙ୍କା ରହିଛି। ଏହା ସହ ଗୋରୁଗାଈ ଚରାଇବା ମଧ୍ୟ କଷ୍ଠସାଧ୍ୟ ହେଉଛି। ଏହାକୁ ପ୍ରତିବାଦ କରି ଅଧାପନ୍ଥାରିଆ ଅବସ୍ଥାରେ ପଡିରହିଥିବା ବିଦ୍ୟୁତସଂଯୋଗୀକରଣକୁ ତୁରନ୍ତ ସମ୍ପୁର୍ଣ୍ଣ କରିବାକୁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ବାରମ୍ବାର ଦାବି ଜଣାଇ ନୟାନ୍ତ ହୋଇଥିବା ସ୍ଥାନୀୟ ଜନପ୍ରତିନିଧି ତଥା ପୂର୍ବତନ ସରପଞ୍ଚ, ବାଲେନ୍ତିନ ମାଝି କହିଛନ୍ତି। ଆଗାମୀ ଦିନରେ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରାନଗଲେ ଜନଆନ୍ଦୋଳନ ହେବା ସୁନିଶ୍ଚିବୋଲି ସେ ଚେତାବନୀ ଦେଇଛନ୍ତି। 

fallback

ସେପଟେ ଏ ସଂପର୍କରେ ମୋହନା ଟିପିସିଏଲ ବିଭାଗୀୟ ସହକାରୀ ଯନ୍ତ୍ରୀ କେ ଚନ୍ଦ୍ରୀୟା ରେଡ୍ଡିଙ୍କୁ ଜୀ ଓଡିଶା ପ୍ରତିନିଧି ପଚାରିବାରୁ ସେ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି। କିନ୍ତୁ ଠିକାଦାର ଅଧାରୁ କାମଛାଡି ଚାଲିଯାଇଛି, ତାହାକୁ ଅତିଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି ସହକାରୀ ଯନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ମୋହନା ଠାରୁ ଅନ୍ତରବାକୁ ବିଦ୍ୟୁତ ସଂଯୋଗୀକରଣ ଅଧପନ୍ଥାରିଆ ଅବସ୍ଥାରେ ପଡିରହିଥିବା ବେଳେ ବିଦ୍ୟୁତ ସଂଯୋଗ ହେଲେ ଅଞ୍ଚଳର ଆଠଗୋଟି ପଞ୍ଚାୟତବାସୀ ଉପକୃତ ହୋଇପାରିବେ।

fallback