ଗ୍ରାମର କିଛି ଆଦିବାସୀ ଲୋକ ଚଢଉ କରିବାକୁ ଯାଇଥିବା ବିଭାଗର କର୍ମଚାରୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ। କିନ୍ତୁ କର୍ମଚାରୀମାନେ ଅଳ୍ପକେ ବର୍ତ୍ତିଯାଇଥିଲେ।
Trending Photos
)
ପ୍ରେମାନନ୍ଦ ପୁଜାରୀ, ଗଜପତି: ବେଆଇନ ଭାବେ ଚାଲିଥିବା ରନ୍ଧା ମଦ କାରବାର ଦମନ ଅଭିଯାନରେ ଗଜପତି ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା। ମଙ୍ଗଳବାର ପୁଣି ଆର.ଉଦୟଗିରି ବ୍ଲକ ପୁରୁଣାପାଣି ଅଞ୍ଚଳରେ ଚଢଉ କରି ବିପୁଳ ପରିମାଣର ପୋଚ ଓ ଦେଶୀ ମଦ ଜବତ କରିଛି।
ଗତ ୨୨ ତାରିଖରେ ଆର.ଉଦୟଗିରି ବ୍ଲକ ପୁରୁଣାପାଣି ଅଞ୍ଚଳର ତମ୍ପା ଗ୍ରାମରେ ଅବକାରୀ ବିଭାଗ (Excise Dept) ଚଡଉ କରିଥିଲା। ସେହି ସମୟରେ ଗ୍ରାମର କିଛି ଆଦିବାସୀ ଲୋକ ଚଢଉ କରିବାକୁ ଯାଇଥିବା ବିଭାଗର କର୍ମଚାରୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ। କିନ୍ତୁ କର୍ମଚାରୀମାନେ ଅଳ୍ପକେ ବର୍ତ୍ତିଯାଇଥିଲେ। ଘଟଣାକୁ ଗମ୍ଭିରତା ନେବା ସହ ଜିଲ୍ଲା ପ୍ରସାଶନର ନିର୍ଦ୍ଦେଶ କ୍ରମେ ଆଜି ପୁଣି ତମ୍ପା ଗ୍ରାମର ବିଭିନ୍ନ ସ୍ଥାନରେ ୬୦ରୁ ୭୦ ଜଣ ଷ୍ଟାଫ୍ ଚଡାଉ କରିଥିଲେ।
Also Read: ଦେଉଳ ନେଇଛି ଜଳସମାଧି! ମହାନଦୀ ପରେ ବୈତରଣୀରେ କୀର୍ତ୍ତିରାଜି
ପାରଳାଖେମୁଣ୍ଡି (Paralakhemundi) ଅବକାରୀ ନିରୀକ୍ଷକ ପଦ୍ମ ଚରଣ ସାହୁ ଓ ମୋହନା ମାଜିଷ୍ଟେଟଙ୍କ ଉପସ୍ଥିତିରେ ଚଢାଉ କରାଯାଇଥିଲା। ଏହି ଚଢଉ ବେଳେ ବିପୁଳ ପରିମାଣର ପୋଚ ଜବତ କରାଯାଇଛି। ଦୀର୍ଘ ଚାରି ଘଣ୍ଟାର ଛାନଭିନ୍ ପରେ ଦୁଇ ଟନ ଛଅ କ୍ୱିଣ୍ଟାଲ ଗୁଡ, ମହୁଲ ପୋଚ ଓ ୨୬୦ ଲିଟର ଦେଶୀ ମଦ ପୋଚ ନଷ୍ଟ କରାଯାଇଥିବା ଅବକାରୀ ବିଭାଗର ଇନ୍ସିପେକ୍ଟର ସୂଚନା ଦେଇଛନ୍ତି।