ଗଜପତି: ଚର୍ଚ୍ଚ ସମ୍ମୁଖରେ ମହିଳା ଧାରଣା ଦେଇଛନ୍ତି। ପୁନଃ ଚର୍ଚ୍ଚ ଖୋଲିବା ଏବଂ ଯାଜକଙ୍କୁ ହଟାଇବା ଦାବିରେ ଛଅ ଦିନ କାଳ ଅହରହ ଆନ୍ଦୋଳନ କରୁଛନ୍ତି। ଏଭଳି ଏକ ଘଟଣା ଗଜପତି ଜିଲ୍ଲା ମୋହନା ବ୍ଳକର ସର୍ବପୁରାତନ ଚାନ୍ଦିପୁଟ ଅଞ୍ଚଳରେ ଦେଖିବାକୁ ମିଳିଛି।


COMMERCIAL BREAK
SCROLL TO CONTINUE READING

ମୋହନା ବ୍ଳକର ଚାନ୍ଦିପୁଟସ୍ଥିତ ରୋମାନ କ୍ୟାଥଲିକ ଚର୍ଚ୍ଚ ସମ୍ମୁଖରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ମହିଳାମାନେ ଅଗୋରାତ୍ର ଗଣଧାରଣା ଦେଇଛନ୍ତି। ପ୍ରବଳ ଥଣ୍ଡା-କାକର ସତ୍ତ୍ବେ ଖୋଲା ଆକାଶ ତଳେ ଆଜକୁ ଛ ଦିନ ଓ ରାତି ହେବ ସେମାନେ ଧର୍ମଘଟ ଚଳାଇଆସିଛନ୍ତି। ଚର୍ଚ୍ଚର ଯାଜକ ଜୋଶେଫ ପାଣୀଙ୍କ ବହିଷ୍କାର ଓ ଚର୍ଚ୍ଚ ଖୋଲିବା ଦାବିରେ ଚର୍ଚ୍ଚ ଫାଟକ ସମ୍ମୁଖରେ ମହିଳାମାନେ ଧାରଣାରତ ଅଛନ୍ତି। 


Also Read: ନୂଆବର୍ଷର ପ୍ରଥମ ଦିନରେ ଶନିଙ୍କ କୋପ ଦୃଷ୍ଟି! ଏହି ୫ ରାଶି ଉପରେ ପଡିପାରେ ପ୍ରଭାବ


୧୯୬୮ ମସିହାରେ ପ୍ରତିଷ୍ଠିତ ହୋଇଥିବା ବିବାଦୀୟ ସେଣ୍ଟମେରୀ କ୍ୟାଥଲିକ ଚର୍ଚ୍ଚଟି ବ୍ରହ୍ମପୁର ଧର୍ମପ୍ରଦେଶ ଅଧିନରେ ରହିଛି। ଦୀର୍ଘ ୨୨ ବର୍ଷ ଧରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗିରହିଛି। ଫଳରେ ବର୍ଷ ବର୍ଷ ଧରି ଖ୍ରୀଷ୍ଟଧର୍ମୀୟ ଶ୍ରଦ୍ଧାଳୁମାନେ ଚର୍ଚ୍ଚକୁ ପ୍ରବେଶ ଓ ଇଶ୍ୱରଙ୍କ ଆରଧାନା କରିବାରୁ ବଞ୍ଚିତ ଅଛନ୍ତି। ବିବାଦୀୟ କ୍ଷେତ୍ର ଭାବେ ରହିଥିବା ଏହି ଚର୍ଚ୍ଚ ପରିସରରେ ଅକ୍ଟୋବର ୩ ତାରିଖରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୧୪୪ ଜାରି ରହିଛି। ତେବେ ୧୪୪ ସତ୍ତ୍ୱେ କିଛି ବାହାର ଲୋକଙ୍କୁ ଫାଦର ଯୋଶେଫ ପାଣି ଚର୍ଚ୍ଚ ଭିତରକୁ ଡାକି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି। 



ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବା କିଛି ବାହାର ଲୋକଙ୍କୁ ଚର୍ଚ୍ଚ ପରିସରରୁ ଧରି ସ୍ଥାନୀୟ ମହିଳାମାନେ ପୋଲିସର ଜିମା ଦେଇଥିଲେ। ଏହା ସତ୍ବେ କୌଣସି ସୁଫଳ ନ ମିଳିବା ହେତୁ ଆଇନ ଉଲଂଘନକୁ ପ୍ରତିବାଦ ସ୍ବରୁପ ହାତରେ ବିଭିନ୍ନ ପ୍ଳାକାର୍ଡ ଧରି ମହିଳାମାନେ ଧର୍ମ ପାଇଁ ଧର୍ମଘଟ ଚଲାଇଆସିଛନ୍ତି। ଯେ ପର୍ଯ୍ୟନ୍ତ ଦାବି ପୁରଣ ନହୋଇଛି ସେ ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି ସ୍ଥାନୀୟ ମହିଳାମାନେ କହିଛନ୍ତି।