ଗଞ୍ଜେଇ ଚାଷର ଚରାଭୁଇଁ ପାଲଟିଛି ଗଜପତି

ଜିଲ୍ଲାର ମୋହନା ଓ ଆର ଉଦୟଗିରି ଅଞ୍ଚଳରେ ବ୍ୟାପକ ମାତ୍ରାରେ ଗଞ୍ଜେଇ ଚାଷ ହେଉଥିବା ବେଳେ ବହୁ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କ ଚରାଭୂଇଁ ପାଲଟିଛି । ଅଞ୍ଚଳରୁ ଦୈନିକ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ବିଭିନ୍ନ ରାସ୍ତା ଦେଇ ଚୋରାଚାଲାଣ ହେଉଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ଏସପିଙ୍କ ଯୋଗଦାନ ପରେ ଏହାକୁ ରୋକିବାକୁ ଧରପଗଡ ଅଭିଯାନ ଯୋରଦାର କରିଛନ୍ତି । 

ଗଞ୍ଜେଇ ଚାଷର ଚରାଭୁଇଁ ପାଲଟିଛି ଗଜପତି

ଗଜପତି: ଜିଲ୍ଲାର ମୋହନା ଓ ଆର ଉଦୟଗିରି ଅଞ୍ଚଳରେ ବ୍ୟାପକ ମାତ୍ରାରେ ଗଞ୍ଜେଇ ଚାଷ ହେଉଥିବା ବେଳେ ବହୁ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କ ଚରାଭୂଇଁ ପାଲଟିଛି । ଅଞ୍ଚଳରୁ ଦୈନିକ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ବିଭିନ୍ନ ରାସ୍ତା ଦେଇ ଚୋରାଚାଲାଣ ହେଉଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ଏସପିଙ୍କ ଯୋଗଦାନ ପରେ ଏହାକୁ ରୋକିବାକୁ ଧରପଗଡ ଅଭିଯାନ ଯୋରଦାର କରିଛନ୍ତି । 

ତେବେ ପ୍ରତିଦିନ ଭଳି ଏସପି ନିର୍ଦ୍ଦେଶ କ୍ରମେ ମୋହନା ପୋଲିସ ପେଟ୍ରୋଲିଂ ସମୟରେ ଗତକାଲି ଚାନ୍ଦିପୁଟ ଲୁହାଗୁଡି ରାସ୍ତାରେ  ୧୪ଚକିଆ ପିଆଜ ବୋଝେଇ ଟ୍ରକ (OR14W7277)ରୁ ଯାଞ୍ଚବେଳେ ୩୮ବସ୍ତା-ଗଞ୍ଜେଇ, ଯାହାର ସମୁଦାୟ ଓଜନ(୧୦କ୍ବିଣ୍ଟାଲ ୫୭କେଜି)ମିଳିଥିଲା. ଏଥିରେ ସମ୍ପୃକ୍ତ ୨ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆକୁ ଗିରଫ କରାଯାଇଛି. ଦୁଇ ଅଭିଯୁକ୍ତ ହେଲେ ବିହାର ପ୍ରଦେଶର ଓରାଙ୍ଗାବାଦ ଜିଲ୍ଲା ବାଲୁଗଣି ଥାନା ମିମିତି ଗ୍ରାମର ନିକିଲ କୁମାର ଏବଂ ଅନୁରାଗ କୁମାର । 

ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୫୦ଲକ୍ଷରୁ ଉର୍ଦ୍ଧ୍ବ ହେବ । ଉକ୍ତ ଗଞ୍ଜେଇ ନେଇ ଆର ଉଦୟଗିରି ଅଞ୍ଚଳରୁ ବନାରାସକୁ ଟ୍ରାନ୍ସପୋର୍ଟ କରୁଥିବା ମୋହନା ଥାନା ଅଧିକାରୀ ସୁଜିତ ନାୟକ ସୁଚନା ଦେଇଛନ୍ତି । ଗତ କିଛି ଦିନ ହେଲା ଲଗାତାର ଗଞ୍ଜେଇ ଚୋରା ଚାଲାଣ କୁ ଧରିବାରେ ସଫଳତା ହାସଲ କରିପାରିଛି ମୋହନା ପୋଲିସ।