Advertisement
Article Detail0/zeeodisha/odisha683614
Zee OdishaOdisha Stateହୀରାକୁଦରେ ବିଦେଶୀ ପକ୍ଷୀଙ୍କ ଭିଡ଼

ହୀରାକୁଦରେ ବିଦେଶୀ ପକ୍ଷୀଙ୍କ ଭିଡ଼

ସମ୍ବଲପୁର ଜିଲ୍ଲାର ହୀରାକୁଦ ଜଳଭଣ୍ଡାର କେବଳ ଯେ ଏକ ବିଦ୍ୟୁତ ଶକ୍ତି ଉତ୍ପାଦନ କେନ୍ଦ୍ର ଓ ପର୍ଯ୍ୟଟନ ସ୍ଥଳ ଭାବେ ପରିଚିତ ତାହା ନୁହେଁ । ଏହା ରାଜ୍ୟ ତଥା ଦେଶ ବାହାରର ବିଭିନ୍ନ ପ୍ରକାର ପକ୍ଷୀଙ୍କ ଅଣ୍ଡାଦାନ ଏବଂ ବସା ତିଆରି ପାଇଁ ଏକ ଉତ୍କୃଷ୍ଟ ସ୍ଥଳ ମଧ୍ୟ। ସେଥିପାଇଁ ପ୍ରତ୍ୟେକ ବର୍ଷ ଏଠାକୁ ରାଜ୍ୟ ତଥା ଦେଶ ବାହାରୁ ଅନେକ ପ୍ରକାର ପକ୍ଷୀ ଅଣ୍ଡା

ହୀରାକୁଦରେ ବିଦେଶୀ ପକ୍ଷୀଙ୍କ ଭିଡ଼

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ହୀରାକୁଦ ଜଳଭଣ୍ଡାର କେବଳ ଯେ ଏକ ବିଦ୍ୟୁତ ଶକ୍ତି ଉତ୍ପାଦନ କେନ୍ଦ୍ର ଓ ପର୍ଯ୍ୟଟନ ସ୍ଥଳ ଭାବେ ପରିଚିତ ତାହା ନୁହେଁ । ଏହା ରାଜ୍ୟ ତଥା ଦେଶ ବାହାରର ବିଭିନ୍ନ ପ୍ରକାର ପକ୍ଷୀଙ୍କ ଅଣ୍ଡାଦାନ ଏବଂ ବସା ତିଆରି ପାଇଁ ଏକ ଉତ୍କୃଷ୍ଟ ସ୍ଥଳ ମଧ୍ୟ। ସେଥିପାଇଁ ପ୍ରତ୍ୟେକ ବର୍ଷ ଏଠାକୁ ରାଜ୍ୟ ତଥା ଦେଶ ବାହାରୁ ଅନେକ ପ୍ରକାର ପକ୍ଷୀ ଅଣ୍ଡା ଦେବା ପାଇଁ ଆସନ୍ତି। ତେବେ ଚଳିତ ବର୍ଷ ଲକଡାଉନ ଯୋଗୁ ପରିବେଶ ପ୍ରଦୁଷଣ କମିଛି. ଏହି ଅଞ୍ଚଳରେ ଲୋକଙ୍କ ଗମନା ଗମନ  କମିଥିବାରୁ ଅଧିକ ସଂଖ୍ୟକ ପକ୍ଷୀ ଆସିଥିବାର ପକ୍ଷୀ ବିଶେଷଜ୍ଞ ଙ୍କ ମତ। 

ସେପଟେ ଏଠାକୁ ଅଷ୍ଟ୍ରେଲିଆ ର Oriental Pratinicole ପରି ବେଦେଶୀ ପକ୍ଷୀ ମଧ୍ୟ ଅଣ୍ଡା ଦେବା ଆସୁଥିବାର ପକ୍ଷୀ ବିଶେଷଜ୍ଞ କହିଛନ୍ତି। ଚଳିତ ବର୍ଷ ଏଠାକୁ ୧୩ ପ୍ରକାର ଗ୍ରାଉଣ୍ଡ ନେଷ୍ଟଟିଙ୍ଗ ପକ୍ଷୀ ଆସିଥିବାର ବନ ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟତଃ ୨୦୧୦ ମସିହାରୁ ଏହି ପ୍ରଜାତିର ପକ୍ଷୀ ଅଣ୍ଡା ଦାନ ପାଇଁ ଆସୁଥିବାର ପକ୍ଷୀ ବିଶେଷଜ୍ଞ କହିଛନ୍ତି।ଏହା ସହ Small Pratinicole, black winged stilt, little tern,Little ringed plover  Red wattled Lepwinn  ପରି ସମୁଦାୟ ୧୩ ପ୍ରକାର ପକ୍ଷୀ ଆସୁଥିବା ପକ୍ଷୀ ବିଶେଷଜ୍ଞ କୁହନ୍ତି।

ତେବେ ସମ୍ବଲପୁର ବନ ବିଭାଗ ତରଫରୁ କୁହାଯାଇଛି ଯେ କେବଳ ରାଜ୍ୟ ବାହାରର ପକ୍ଷୀ ଅଣ୍ଡା ଦେବାକୁ ଆସୁଛନ୍ତି। ଏହି ପକ୍ଷୀ ମୁଖ୍ୟତଃ ଏପ୍ରିଲରୁ ଜୁନ ମାସ ପର୍ଯ୍ୟନ୍ତ ଏଠାରେ ରୁହଁନ୍ତି। ଏହି ପକ୍ଷୀ ସବୁ ଜଳଭଣ୍ଡାରର ଆଦ୍ର ଭୂମିରେ ଅଣ୍ଡା ଦିଅନ୍ତି ଓ ଏପ୍ରିଲ ସୁଦ୍ଧା ଛୁଆ ଧରି ନିଜ ଅଞ୍ଚଳକୁ ଚାଲିଯାନ୍ତି। ଏଠିକାର ଜଳବାୟୁ ଓ ପରିବେଶ ଏହି ପକ୍ଷୀଙ୍କ ଅଣ୍ଡା ଦାନ ପାଇଁ ଉତ୍କୃଷ୍ଟ ହୋଇଥିବାରୁ ଏମାନେ ଏଠାକୁ ଆସନ୍ତି ବୋଲି କୁହାଯାଏ।

Add Zee News as a Preferred Source
About the Author