ପଶ୍ଚିମ ଦେଶରୁ ପଶ୍ଚିମ ଓଡ଼ିଶା; ସାତ ଜନ୍ମ ପାଇଁ ୭୦୦୦ କିମି ଯାତ୍ରା, ଏମିତି ହେଲା ପ୍ରେମ
Advertisement

ପଶ୍ଚିମ ଦେଶରୁ ପଶ୍ଚିମ ଓଡ଼ିଶା; ସାତ ଜନ୍ମ ପାଇଁ ୭୦୦୦ କିମି ଯାତ୍ରା, ଏମିତି ହେଲା ପ୍ରେମ

ପୁଣି ଜଣେ ବିଦେଶିନୀ ଓଡିଶାର ବହୂ ସାଜିଛନ୍ତି। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଦେଢ଼ଗାଁ ଗାଁରେ ସୋମବାର ଏକ ବିବାହର ଉତ୍ସବ ଦେଖିବାକୁ ମିଳିଥିଲା। ଏହି ବିବାହରେ ବର ଭାରତୀୟ ହୋଇଥିବା ବେଳେ କନ୍ୟା ଜଣେ ବିଦେଶିନୀ ଥିଲେ। ସମ୍ପୂର୍ଣ୍ଣ ଓଡିଆ ରିତିନୀତିରେ ବିବାହ ସମ୍ପନ୍ନ ହୋଇଛି।

ସୌ- ସୋସିଆଲ ମିଡିଆ

ବଲାଙ୍ଗୀର: ବିଦେଶିନୀ ହେଲେ ଓଡିଆଣୀ ବୋହୂ। ପ୍ରେମ ପାଇଁ ସାତଦରିଆ ପାରହୋଇ ବୋହୂ ସାଜିଛନ୍ତି ଜର୍ମାନୀର ଝିଅ ଏମା ୱେଦେମଷେକ। ବିଦେଶୀ ସଂସ୍କୃତିରେ ଛୋଟରୁ ବଡ଼ ହୋଇଥିଲେ ମଧ୍ୟ ଆଜି ତାଙ୍କ ଭାରତୀୟ ବୋହୂ ହେବାର ସ୍ୱପ୍ନ ସାକାର ହୋଇଛି। ଭାରତୀୟ ସଂସ୍କୃତିକୁ ଭଲ ପାଇ ଆଜି ବଲାଙ୍ଗୀର ବୋହବ ହୋଇ ଏମା ନିଜକୁ ଗର୍ବିତ ମନେ କରିଛନ୍ତି। 

ପୁଣି ଜଣେ ବିଦେଶିନୀ ଓଡିଶାର ବହୂ ସାଜିଛନ୍ତି। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଦେଢ଼ଗାଁ ଗାଁରେ ସୋମବାର ଏକ ବିବାହର ଉତ୍ସବ ଦେଖିବାକୁ ମିଳିଥିଲା। ଏହି ବିବାହରେ ବର ଭାରତୀୟ ହୋଇଥିବା ବେଳେ କନ୍ୟା ଜଣେ ବିଦେଶିନୀ ଥିଲେ। ସମ୍ପୂର୍ଣ୍ଣ ଓଡିଆ ରିତିନୀତିରେ ବିବାହ ସମ୍ପନ୍ନ ହୋଇଛି। ବାଜା ମହୂରୀ ସାଙ୍ଗକୁ ରୋଶଣୀ ଓ ଭୋଜିଭାତ ସବୁର ଆୟୋଜନ ମଧ୍ୟ ହୋଇଛି। ଆଉ ଗାଁରେ ବିଦେଶିନୀ ବୋହୂକୁ ଦେଖି ଗ୍ରାମବାସୀଙ୍କ ଖୁସି ନକହିଲେ ନସରେ।

Also Read: ଚଉଠି ରାତିରେ ନିଜ ପତ୍ନୀଙ୍କୁ ଦେଖି ଯୁବକ ଅଚେତ, ଏହାର କାରଣ ଜାଣିଲେ ଉଡ଼ି ଯିବ ଆପଣଙ୍କ ହୋଶ୍!

ଦେଢ଼ଗାଁ ଗାଁର ପ୍ରେମଲାଲ ସେନାପତିଙ୍କ ପୁଅ ସୌରଭ ସେନାପତି ଜର୍ମାନୀ ମ୍ୟୁନିଚ ସହରରେ ଏକ ପ୍ରତିଷ୍ଠିତ କମ୍ପାନୀରେ କାମ କରନ୍ତି। ସେଠାରେ ଜର୍ମାନୀ ସ୍ଲୋଭେନିଆ ସହରର ଏମା ୱେଦେମଷେକ ନାମକ ଝିଅ ମଧ୍ୟ କାମ କରନ୍ତି। କାମ କରିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ତିନି ବର୍ଷ ପ୍ରେମ ସମ୍ପର୍କ ପରେ ଉଭୟେ ନିଜ ନିଜ ପରିବାର ବର୍ଗଙ୍କୁ ତାଙ୍କ ମନ କଥା ଜଣାଇଥିଲେ। ଉଭୟଙ୍କ ପରିବାର ରାଜି ହେବା ପରେ ଏମା ଓ ସୌରଭ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। 

fallback

ଚଳିତ ମାସ ୨୦ ତାରିଖରେ ସମ୍ପୂର୍ଣ୍ଣ ଭାରତୀୟ ସଂସ୍କୃତିରେ ଏମା ଓ ସୌରଭଙ୍କ ବିବାହ ସମ୍ପନ୍ନ ହୋଇଛି। ଭୁବନେଶ୍ୱରର ଏକ ହୋଟେଲରେ ବିବାହ ଉତ୍ସବ ଆୟୋଜନ କରାଯାଇଥିଲା। ସୋମବାର ସୌରଭଙ୍କ ଜନ୍ମସ୍ଥାନ ଦେଢ଼ଗାଁ ଠାରେ ଭୋଜିଭାତର ବ୍ୟବସ୍ଥା ହୋଇଥିଲା। ଏଥିରେ ଏମା ଓ ସୌରଭଙ୍କ ପରିବାର, ସମ୍ପର୍କୀୟ ଓ ଗ୍ରାମବାସୀମାନେ ସାମିଲ ହୋଇଥିଲେ। ପ୍ରଥମ ଥର ଏମାଙ୍କ ପରିବାର ଏଭଳି ଆୟୋଜନ ଦେଖି ଆଚମ୍ବିତ ହୋଇଯାଇଥିଲେ। କିନ୍ତୁ ସେମାନେ ଏହାର ଭରପୁର ମଜା ମଧ୍ୟ ନେଇଥିଲେ। 

Also Read: କେବଳ ଗୋଟିଏ ରାତି ପାଇଁ ବିବାହ କରନ୍ତି କିନ୍ନର, ଜାଣନ୍ତୁ ଏହା ପଛର ରହସ୍ୟ

ବର୍ତ୍ତମାନ ବିଦେଶୀମାନେ ଭାରତୀୟ ସଂସ୍କୃତି ପ୍ରତି ବେଶ ଆକର୍ଷିତ ହେଉଛନ୍ତି। ଓଡିଆ ରିତିନୀତି ଓ ପରମ୍ପରା ମଧ୍ୟ ସେମାନଙ୍କୁ ବିଭୋର କରୁଛି। ଆଉ ଭାରତୀୟଙ୍କ ପ୍ରେମରେ ପଡିଥିବା ବିଦେଶିନୀମାନେ ସାତ ଦରିଆ ଡେଇଁ ନିଜ ସ୍ୱପ୍ନର ରାଜକୁମାର ନିକଟକୁ ଦୌଡି ଆସୁଛନ୍ତି। ନିକଟ ଅତିତରେ ଅନେକ ବିଦେଶିନୀ ଓଡିଆ ପୁଅଙ୍କୁ ବିବାହ କରିଛନ୍ତି। ଆଉ ବିବାହ ପରେ ଅନେକ କନ୍ୟା ଓ ବର କିଛି ଦିନ ଘରେ ରହି ପୁଣି ବିଦେଶକୁ ଫେରିଯିବାର ମଧ୍ୟ ନଜିର ରହିଛି। ଏଭଳି କ୍ଷତ୍ରରେ ଭାରତୀୟ ବା ଓଡିଆ ସଂସ୍କୃତି ପ୍ରତି ସେମାନଙ୍କ ଭଲପାଇବା କେତି ଦିନ ରହିବ ତାହା ସବୁଠୁ ବଡ ପ୍ରଶ୍ନ।  

ବିଶେଷ କରି ପଶ୍ଚିମ ଓଡିଶାକୁ ଅଧିକ ବିଦେଶିନୀ ବହୂ ଆସୁଥିବା ଦେଖିବାକୁ ମିଳୁଛି। ଋଷ, ବ୍ରିଟେନ, ନେପାଳ, ଜର୍ମାନ ପରି ଦେଶର ଝିଅମାନେ ଏଠାରେ ବିବାହ କରିଛନ୍ତି। କୁହାଯାଉଛି ଯେ, ପଶ୍ଚିମ ଓଡିଶାରୁ ଅଧିକ ଯୁବପିଢି ରୋଜଗାର ପାଇଁ ବିଦେଶକୁ ଯାଉଛନ୍ତି। ସେଠାରେ ବିଦେଶିନୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠୁଛି। ଆଉ ଶେଷରେ ବିବାହ କରିବାକୁ ନିଷ୍ପତ୍ତି ନେଉଛନ୍ତି। ପ୍ରାୟତଃ ବିବାହକୁ କନ୍ୟାର ପରିବାର ଲୋକେ ସମର୍ଥନ କରୁଥିବା ଦେଖିବାକୁ ମିଳୁଛି।