Advertisement
Article Detail0/zeeodisha/odisha702532
Zee OdishaOdisha Stateକନ୍ଧମାଳ ଠାରୁ ଯୋଜନ ଦୂରରେ ସରକାରୀ ଯୋଜନା

କନ୍ଧମାଳ ଠାରୁ ଯୋଜନ ଦୂରରେ ସରକାରୀ ଯୋଜନା

ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମାଳମାଳ ଯୋଜନା କରିଛନ୍ତି ରାଜ୍ୟ ସରକାର। ଏହି ଯୋଜନା ମାଧ୍ୟମରେ ରାଜ୍ୟର ପ୍ରତିଟି ଗରୀବ ଯେପରି ଉପକୃତ ହେବା ନେଇ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି। କିନ୍ତୁ ବାସ୍ତବ ସ୍ଥିତି କିଛି ଭିନ୍ନ ବୟାନ କରୁଛି।  ସରକାରଙ୍କ ଏହି ଯୋଜନା ଯେ ବାସ୍ତବସ୍ଥିତି ଠାରୁ ଯୋଜନ ଯୋଜନ ଦୂରରେ ରହିଛି ତାହା କହିଲେ ଅତ୍ୟୁକ୍ତି ହେବ ନାହ

କନ୍ଧମାଳ ଠାରୁ ଯୋଜନ ଦୂରରେ ସରକାରୀ ଯୋଜନା

କନ୍ଧମାଳ: ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମାଳମାଳ ଯୋଜନା କରିଛନ୍ତି ରାଜ୍ୟ ସରକାର। ଏହି ଯୋଜନା ମାଧ୍ୟମରେ ରାଜ୍ୟର ପ୍ରତିଟି ଗରୀବ ଯେପରି ଉପକୃତ ହେବା ନେଇ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି। କିନ୍ତୁ ବାସ୍ତବ ସ୍ଥିତି କିଛି ଭିନ୍ନ ବୟାନ କରୁଛି।  ସରକାରଙ୍କ ଏହି ଯୋଜନା ଯେ ବାସ୍ତବସ୍ଥିତି ଠାରୁ ଯୋଜନ ଯୋଜନ ଦୂରରେ ରହିଛି ତାହା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏକଥା ଆମେ କହୁନାହୁଁ ବରଂ କହୁଛନ୍ତି କନ୍ଧମାଳ ଜିଲ୍ଲାର ବାସିନ୍ଦା। ଏହି ଗ୍ରାମର ବୁଡ୍ରାପାଙ୍ଗା ଗ୍ରାମର ଅଧିକାଂଶ ବାସିନ୍ଦା ତଥା ପିଲାଛୁଆମାନେ ଅପୁଷ୍ଟିର ଶିକାର ହେଉଛନ୍ତି। କାଛୁକୁଣ୍ଡିଆରେ ଭର୍ତ୍ତି ଶିଶୁମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ମିଳିପାରୁନଥିବା ଅଭିଯୋଗ ହୋଇଛି। 

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସୋନପୁର ପଞ୍ଚାୟତର ବୁଡ୍ରାପାଙ୍ଗା ଗ୍ରାମରେ ବାସ କରୁଥିବା ଅଷ୍ପିନ ପ୍ରଧାନଙ୍କ ଏକ ବର୍ଷର ଶିଶୁ ପୁତ୍ର ବିଜୁ ଅପପୃଷ୍ଟିର ଶିକାର ହୋଇଥିବା ଦେଖିବାକୁ ମିଳିଛି। ତେବେ ପରିବାରଟି ଅତି ଗରିବ ଶ୍ରେଣୀର ହୋଇଥିବାରୁ ଶିଶୁ ପୁତ୍ରର ଚିକିତ୍ସା କରାଇ ପାରିନାହାନ୍ତି ବାପା ଅଷ୍ପିନ। ତାଙ୍କ କହିବା ଅନୁଯାୟୀ ଗତ ବର୍ଷ ଜୁନ ମାସରେ ବିଜୁ ଜନ୍ମ ହୋଇଥିଲା। ହେଲେ ଜନ୍ମ ହେବାର ଏକ ବର୍ଷ ରୁ ଉର୍ଦ୍ଧ୍ୱ ଦିନ ହୋଇଯାଇଥିଲେ ମଧ୍ୟ ବିଜୁର ଶରୀରର କୌଣସି ଉନ୍ନତି ହେଉନାହିଁ। ସେ ଜନ୍ମ ସମୟରେ ଯେଉଁଭଳି ଥିଲା ଏବେ ମଧ୍ୟ ସେଭଳି ରହିଛି । ଏପରିକି ସେ ଅପୁଷ୍ଟିର ଶିକାର ହୋଇଥିବା ନେଇ ଅଷ୍ପିନ ଅଭିଯୋଗ କରିଛନ୍ତି। 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଉ ବୟସ ଅନୁପାତରେ ଓଜନ କମ କମି ଯାଉଛି। ଯାହାକୁ ନେଇ ପରିବାର ଲୋକ ବେଶ ଚିନ୍ତାରେ ପଡିଯାଇଥିବା ବେଳେ ଶିଶୁ ଅପପୃଷ୍ଟିର ଶିକାର ହୋଇଥିବାର ଛାପ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ।ଆଉ ସେପଟେ ଏ ସମ୍ପର୍କରେ ଦାରିଙ୍ଗବାଡ଼ି ସମନ୍ୱିତ ଶିଶୁ ବିକାଶ ବିଭାଗ ପାଖରେ କୌଣସି ସୂଚନା ନଥିବା ଘଟଣା ଅତ୍ୟନ୍ତ ଲଜ୍ଜାଜନକ ବିଷୟ। ଘଟଣା ସମ୍ପର୍କରେ ଜାଣିବା ପାଇଁ ସିଡିପିଓ ଦ୍ରୋପଦୀ କଅଁରଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି ଏହାର ତଦନ୍ତ କରାଯିବ। 

Add Zee News as a Preferred Source

ବୁଡ୍ରାପାଙ୍ଗା ଗ୍ରାମର ଶିଶୁ କେବଳ ଯେ ଅପପୃଷ୍ଟିର ଶିକାର ହୋଇନି।ଏହି ଗ୍ରାମର ଅନେକ ଶିଶୁ ପାନୀୟ ଜଳର ସମସ୍ୟା ହେତୁ ବିଭିନ୍ନ ଚର୍ମରୋଗରେ ମଧ୍ୟ ଶିକାର ହେଉଥିବା ଦେଖିବାକୁ ମିଳିଛି।  ତେବେ ଗ୍ରାମରେ ଏହି ଘଟଣା କମିବା ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଏହା ଆଗାମୀ ଦିନରେ ବୁଡ୍ରାପାଙ୍ଗା ଗ୍ରାମ ପାଇଁ ମହାମାରୀର ରୂପ ଯେ ନ ନେବ ତାହା କହି ହେବନାହିଁ । 

About the Author