ସମ୍ବଲପୁର: ଜିଲ୍ଲାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା। ଗତକାଲି ସମ୍ବଲପୁର ଗସ୍ତରେ ଆସିଥିଲେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ରେଢାଖୋଲ ବିଧାୟକ ରେହିତ ପୂଜାରୀ। ମନ୍ତ୍ରୀ ପଦ ପାଇବା ପରେ ସେ ପ୍ରଥମ ଥର ପାଇଁ ସମ୍ବଲପୁର ଗସ୍ତ କରିଛନ୍ତି।  ମନ୍ତ୍ରୀଙ୍କ ଗସ୍ତ ସମୟରେ ଦଳୀୟ କର୍ମୀ ଏବଂ ସାଧାରଣ ଲୋକଙ୍କ ଦ୍ବାରା ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଗତ ଶନିବାର ସନ୍ଧ୍ୟା ପାୟ ୬ଟା ସମୟରେ ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀ ଧନୁପାଲି ଛକ ଠାରେ ପହଞ୍ଚି ଥିଲେ। 


COMMERCIAL BREAK
SCROLL TO CONTINUE READING

ଏଠାରେ ଦଳୀୟ କର୍ମୀଙ୍କ ସହ ସାଧାରଣ ଲୋକଙ୍କ ଦ୍ବାରା ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହା ପରେ ତାଙ୍କୁ ଗୋବିନ୍ଦତୋଳା, ଚାରଭାଟି ଛକ, ଜେଲ ଛକ, କାଲାମ ଛକ, ଲକ୍ଷ୍ମୀ ଟକିଜ ଛକ, ମୁଦିପଡା ଛକ କୁଞ୍ଜେଲ ପଡା ଛକ ଠାରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହା ପରେ ସେ ସମଲେଶ୍ୱରୀ ମନ୍ଦିରକୁ ଯାଇ ମାଆଙ୍କ ଦର୍ଶନ କରିବା ପରେ ପାଟଣେଶ୍ୱରୀ ମନ୍ଦିର ଯାଇ ଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ରାଜ୍ୟର ବିକାଶରେ ସେ ସହାୟକ ହେବେ ବୋଲି କହିଥିଲେ। ଶିକ୍ଷା କ୍ଷେତ୍ରର ସମସ୍ତ ଦିଗକୁ ପ୍ରାଧାନ୍ୟ ଦିଆ ଯାଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ରାଜ୍ୟର ବିଭିନ୍ନ ବିଶ୍ଵ ବିଦ୍ୟାଳୟର ଉନ୍ନତି ପାଇଁ ଆଗକୁ କାର୍ଯ୍ୟ କରିବେ ବୋଲି ମତ ପ୍ରକାଶ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ।