Advertisement
Article Detail0/zeeodisha/odisha706845

ସମ୍ବଲପୁରରେ ଗୁରୁପୂର୍ଣ୍ଣିମା ପାଳନ

ପତଞ୍ଜଳି ପକ୍ଷରୁ ଗୁରୁପୁର୍ଣ୍ଣିମା....

ସମ୍ବଲପୁରରେ ଗୁରୁପୂର୍ଣ୍ଣିମା ପାଳନ

ସମ୍ବଲପୁର: ଗୁରୁଙ୍କ ପାଇଁ ଦିନଟିଏ।ଗୁରୁପୂର୍ଣିମା। ସାରା ଭାରତରେ ଏହି ଦିନ ଗୁରୁଙ୍କୁ ପୂଜା କରାଯାଏ। ଗୁରୁଙ୍କ ଉଦ୍ଦେଶ୍ୱରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି। ସମ୍ବଲପୁର ପତଞ୍ଜଳି ଯୋଗ ସମିତି ତରଫରୁ ଏହି ଦିବସକୁ ଯୋଗ ଓ ଯଜ୍ଞ କରି ପାଳନ କରାଯାଇଛି। 

ପ୍ରଥମେ ଯୋଗ ଗୁରୁ ରାମଦେବ ବାବାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ତାପରେ ହୋମଯଜ୍ଞ କରାଯାଇଥିଲା। ସଙ୍ଗଠନର ସମସ୍ତ ସଦସ୍ୟ ସାମାଜିକ ଦୂରତା ଅବଲମ୍ବନ ପୂର୍ବକ ଯୋଗ ଧ୍ୟାନ କରିଥିଲେ ଏବଂ ଗୁରୁଙ୍କ ଉଦ୍ଦେଶ୍ୟରେ ନିଜକୁ ସମର୍ପିତ କରିଥିଲେ। ଗୁରୁଙ୍କ ଆଶୀର୍ବାଦ ଓ ଦିଗଦର୍ଶନ ରେ ଏବଂ ଯୋଗ ମାଧ୍ୟମରେ କିଭଳି ଭାବରେ ନିଜକୁ ସୁସ୍ଥ ରଖିହେବ ସେ ବାବଦରେ ପତଞ୍ଜଳୀ ଯୋଗ ସମିତିର ସଭ୍ୟା ଗିରିଜା ଦେବୀ ସମସ୍ତଙ୍କୁ କହିଥିଲେ।

Add Zee News as a Preferred Source
About the Author