ଜାନୁଆରୀ ପ୍ରଥମ ସପ୍ତାହରେ ପକ୍ଷୀ ଗଣନା
Advertisement

ଜାନୁଆରୀ ପ୍ରଥମ ସପ୍ତାହରେ ପକ୍ଷୀ ଗଣନା

ପ୍ରତ୍ୟେକ ବର୍ଷ ସାଇବେରିଆ (Siberia) , ଅଷ୍ଟ୍ରେଲିଆ, ମାଲଦ୍ବୀପ ତଥା ଦେଶ ଭିତରର ପକ୍ଷୀମାନେ ମଧ୍ୟ ଅଣ୍ଡା ଦେବାକୁ ହୀରାକୁଦ (Hirakud) ରିଜର୍ଭରକୁ ଆସିଥାନ୍ତି।

 ଜାନୁଆରୀ ପ୍ରଥମ ସପ୍ତାହରେ ପକ୍ଷୀ ଗଣନା

ଅଜୟ ନାଥ, ସମ୍ବଲପୁର: ଜାନୁଆରୀ ପ୍ରଥମ ସପ୍ତାହରେ ହେବ ପକ୍ଷୀ ଗଣନା। ସମ୍ବଲପୁର (Sambalpur) , ବରଗଡ଼ ଓ ଝାରସୁଗୁଡା ବନବିଭାଗର ମିଳିତ ଉଦ୍ୟମରେ ଏହି ପକ୍ଷୀ ଗଣନା ହେବ। ଏହାର ସୂଚନା ଦେଇଛନ୍ତି ବନ ବିଭାଗର ୱାଇଲ୍ଡ଼ ଲାଇଫ DFO ପ୍ରତାପ କୋଟାପଲ୍ଲୀ।

fallback

ଏଥର ହୀରାକୁଦ ରିଜର୍ଭରର ବିଭିନ୍ନ ଦିଗରୁ ପକ୍ଷୀ ଗଣନା (Birds counting) ପାଇଁ ୨୨ଟି ସେକ୍ଟର ଗଠନ କରାଯାଇଛି। ପ୍ରତ୍ୟେକ ବର୍ଷ ସାଇବେରିଆ (Siberia) , ଅଷ୍ଟ୍ରେଲିଆ, ମାଲଦ୍ବୀପ ତଥା ଦେଶ ଭିତରର ପକ୍ଷୀମାନେ ମଧ୍ୟ ଅଣ୍ଡା ଦେବାକୁ ହୀରାକୁଦ (Hirakud) ରିଜର୍ଭରକୁ ଆସିଥାନ୍ତି। ମୁଖ୍ୟତଃ ସେମାନ ନଭେମ୍ବର ମାସରୁ ଆସି ଫେବୃଆରୀ ଶେଷ ପର୍ଯ୍ୟନ୍ତ ଏହିଠାରେ ଅଣ୍ଡାଦାନ ସହ ଛୁଆ ଫୁଟାଇଥାନ୍ତି ତା ପରେ ଫେରିଯାନ୍ତି।

Also Read: ବିଲୁପ୍ତ ହେବ ମହାନଦୀର ବିରଳ କୁଡୋ ମାଛ

ଗତବର୍ଷ ହୀରାକୁଦ ରିଜର୍ଭରକୁ ୯୭ଟି ପ୍ରଜାତିର ପକ୍ଷୀ (Birds) ଙ୍କର ସମାଗମ ହୋଇଥିଲା। ଏଥର ୧୦୦ରୁ ଊର୍ଦ୍ଧ୍ବ ପ୍ରଜାତିର ପକ୍ଷୀଙ୍କର ଆଗମନ ନେଇ ବନ ବିଭାଗ ଆଶା ରଖିଛି। ଏହି ଅଞ୍ଚଳର ନୀଳ ଜଳରାଶି, ପ୍ରାକୃତିକ ପରିବେଶ ଓ ଜଳବାୟୁ ପକ୍ଷୀଙ୍କୁ ଆକୃଷ୍ଟ କରିଥାଏ। ଏଥର ପକ୍ଷୀମାନଙ୍କର ସମାଗମ ଆହୁରି ବେଶୀ ହେବ ବୋଲି ପୂର୍ବନୁମାନ କରାଯାଇଛି।