ମୌସୁମୀ ଛୁଇଁବା ପରେ ବଦଳୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହିରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା କାଲି ଦିନ ୧୦ଟା ପରେ ଯେ ଯେକୌଣସି ସମୟରେ ନିଷ୍କାସନ ହେବ ପ୍ରଥମ ବନ୍ୟାଜଳ। ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ତଳିଆ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ଖାଲି ପାଇଁ ସତର୍କ ସୂଚନା ଜାରି କରିଛି।
Trending Photos
)
ସମ୍ବଲପୁର: ମୌସୁମୀ ଛୁଇଁବା ପରେ ବଦଳୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହିରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା କାଲି ଦିନ ୧୦ଟା ପରେ ଯେ ଯେକୌଣସି ସମୟରେ ନିଷ୍କାସନ ହେବ ପ୍ରଥମ ବନ୍ୟାଜଳ। ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ତଳିଆ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ଖାଲି ପାଇଁ ସତର୍କ ସୂଚନା ଜାରି କରିଛି। ଜଳଭଣ୍ଡାରରେ ବର୍ତ୍ତମାନ ୬୧୬। ୫୦ ଫୁଟ ଜଳସ୍ତର ରହିଛି। ସେପଟେ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ।
ବର୍ଷା ଋତୁ ଆସିଲେ ସମସ୍ତଙ୍କ ନଜର ହୀରାକୁଦ ଜଳଭଣ୍ଡାର ଉପରେ ରହିଥାଏ। ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା କାଲି ଟା ପରେ ଯେ କୌଣସି ମୁହୂର୍ତ୍ତରେ ମହାନଦୀ କୁ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟାଜଳ ଓ ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ନେଇ ସୂଚନା ମଧ୍ୟ ଦିଆଯାଇଛି । ମହାନଦୀର ତଳିଆ ଅଞ୍ଚଳକୁ ଏହି ସମୟ ସୁଦ୍ଧା ଖାଲି କରିବାକୁ ବନ୍ଧ କର୍ତ୍ତୃପକ୍ଷ ୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ପତ୍ର ଲେଖି ଜଣାଇ ଦେଇଛନ୍ତି ।
ସେପଟେ ହୀରାକୁଦ, ବୁର୍ଲା ଓ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଘନ ଘନ ପ୍ରଚାର କରାଯାଉଛି । ଦିନ ୧୦ଟା ପରେ ମହାନଦୀ ଅବବାହିକାରେ ବୁଲା ବୁଲି ନକରିବାକୁ ସତର୍କ ସୂଚନା ଦିଆଯାଉଛି । ଆଜି ହୀରାକୁଦ ଜଳଭଣ୍ଡାରରେ ୬୧୬। ୨୯ ଫୁଟ ପାଣି ରହିଛି। ପାଣିପାଗ ସୂଚନା ଅନୁଯାୟୀ ଏଥର ହୀରାକୁଦ ଉପର ଓ ତଳ ମୁଣ୍ଡରେ ଗତବର୍ଷ ଠାରୁ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି। ତେଣୁ ବନ୍ଧ କର୍ତ୍ତୃପକ୍ଷ ଜଳଭଣ୍ଡାରକୁ କିଛି ମାତ୍ରାରେ ଖାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଗତ କିଛି ଦିନ ଧରି ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଜଳଭଣ୍ଡାରକୁ ପ୍ରଚୁରମାତ୍ରାରେ ବର୍ଷାଜଳ ପ୍ରବେଶ କରୁଛି। ଏବେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮୫ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧୪ ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ଗତବର୍ଷ ଅଗଷ୍ଟ ୧୪ ତାରିଖରେ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ପ୍ରଥମ ବନ୍ୟାଜଳ ନିଷ୍କାସନ ବେଳକୁ ଜଳଭଣ୍ଡାରର ଜଳସ୍ତର ୬୧୮ ଫୁଟ ଛୁଇଁଥିଲା ବୋଲି ସୂଚନା ଦିଆଯାଇଛି । ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ତାରିଖ ଧାର୍ଯ୍ୟ ପରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।