Advertisement
Article Detail0/zeeodisha/odisha700137

ଏଥର ମାସକୁ ପୂର୍ବରୁ ନିଷ୍କାସିତ ହୋଇପାରେ ହୀରାକୁଦର ପ୍ରଥମ ବନ୍ୟାଜଳ

ଏହି ଭାବରେ ଯଦି ଉପର ମୁଣ୍ଡରୁ ଜଳପ୍ରବାହ ଜାରି ରୁହେ, ତାହା ହେଲେ ଆଗାମୀ କିଛି ଦିନ ମଧ୍ୟରେ ଏହାର ସର୍ବୋଚ୍ଚ ଜଳସ୍ତର ୬୩୦ଫୁଟ ହୋଇଯାଇପାରେ ବୋଲି ବିଶେଷଜ୍ଞଙ୍କ ଠାରୁ ଜଣାପଡିଛି । 

ଏଥର ମାସକୁ ପୂର୍ବରୁ ନିଷ୍କାସିତ ହୋଇପାରେ ହୀରାକୁଦର ପ୍ରଥମ ବନ୍ୟାଜଳ

ଅଜୟ କୁମାର ନାଥ, ସମ୍ବଲପୁର: ଉପରମୁଣ୍ଡରେ କିଛି ଭଲ ବର୍ଷା ଯୋଗୁ ହୀରାକୁଦ ନଦୀବନ୍ଧର ଜଳସ୍ତରରେ ବର୍ତ୍ତମାନ ଆଖିଦୃଶିଆ ବୃଦ୍ଧି ଘଟୁଛି । ହୀରାକୁଦ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୮ଟା ସମୟରେ ଏହାର ଜଳସ୍ତର ୬୧୫.୫୪ ଫୁଟ ହୋଇଛି । ଭଲ ବର୍ଷା ଏବଂ ଉପର ମୁଣ୍ଡରୁ ଅଧିକ ଜଳ ପ୍ରବାହିତ ହେବା ଫଳରେ ଏଥର ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଅର୍ଥାତ ଏକ ମାସ ପୂର୍ବରୁ ହୀରାକୁଦ ନଦୀ ବନ୍ଧର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ଏହି ଭାବରେ ଯଦି ଉପର ମୁଣ୍ଡରୁ ଜଳପ୍ରବାହ ଜାରି ରୁହେ, ତାହା ହେଲେ ଆଗାମୀ କିଛି ଦିନ ମଧ୍ୟରେ ଏହାର ସର୍ବୋଚ୍ଚ ଜଳସ୍ତର ୬୩୦ଫୁଟ ହୋଇଯାଇପାରେ ବୋଲି ବିଶେଷଜ୍ଞଙ୍କ ଠାରୁ ଜଣାପଡିଛି ।

ଏଣୁ ସେହି ଅନୁସାରେ ଏଠାରୁ ବନ୍ୟାଜଳ ନିଷ୍କାସନ ମଧ୍ୟ ହେବ ଓ ସେଥିପାଇଁ ତଳ ଅଞ୍ଚଳରେ ବନ୍ୟାସ୍ଥିତି ବିପନ୍ନ ହେବାର ଆଶଙ୍କା କରାଯାଉଛି । ଏଥରର ବ୍ୟତିକ୍ରମ ହେଲା ଯେ, ପୂର୍ବ ବର୍ଷ ଅପେକ୍ଷା ଏଥର ନଦୀ ବନ୍ଧର ଜଳସ୍ତରରେ ରେକର୍ଡ ବୃଦ୍ଧି ଘଟିଛି । ସେଥିପାଇଁ ଆସନ୍ତା ୨୫ ତାରିଖ ଦିନ ୧୦ଟା ପରେ ଯେକୌଣସି ମୁହୂର୍ତ୍ତରେ ହୀରାକୁଦ ନଦୀ ବନ୍ଧର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ବନ୍ଧ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି । 

 

Add Zee News as a Preferred Source
About the Author