ଛାଡପତ୍ର ଦେଇ ସାରିଥିବା ନିଜର ସ୍ୱାମୀ ଓ ତାଙ୍କ ପରିବାର ଲୋକଙ୍କୁ ମହିଳା ପୋଲିସ କର୍ମଚାରୀଙ୍କ ଗାଳି ଗୁଳଜ ସହ ହତ୍ୟା ଧମକ । ସମ୍ବଲପୁର ବୁର୍ଲା ଡକ୍ଟରସ କଲୋନୀରେ ରହୁଥିବା ଚିନ୍ତାମଣି ଦାସ ନାମକ ଜଣେ ବ୍ୟକ୍ତି ଏମିତି ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି।
Trending Photos
)
ସମ୍ବଲପୁର: ପୋଲିସ ମାଁ ର ନିର୍ଯାତନା ପାଇଁ ୧୦ ବର୍ଷ ପୁଅର ମୁହ ଦେଖିପାରୁନାହି ବାପା । ପୁଅକୁ ଦେଖିବା ପାଇ ଚେଷ୍ଟା କଲେ ବାପା, ସ୍ତ୍ରୀ ଓ ତାଙ୍କ ପରିବାର ଲୋକଙ୍କ ଠୁ ମାଡ ଖାଇବା ସହ ହତ୍ୟା ଧମକ ମିଳୁଛି । ପୁର୍ଵରୁ ସ୍ତ୍ରୀ, ସ୍ଵାମୀ ଓ ଶାଶୁ ଶଶୁରଙ୍କୁ ନିର୍ଯାତନ ଦେବାରୁ ଛାଡପତ୍ର ଦେଇଥିଲେ । ସେପଟେ ପୀଡିତା ସ୍ଵାମୀ ନ୍ୟାୟ ଓ ନିଜର ତଥା ପକ୍ଷାଘାତରେ ପୀଡିତ ବାପା ଓ ମା'ଙ୍କର ସୁରକ୍ଷା ପାଇବା ପାଇଁ ଏସ ପି ଙ୍କ ଦ୍ଵାରସ୍ଥ ହୋଇଛନ୍ତି ।
ଛାଡପତ୍ର ଦେଇ ସାରିଥିବା ନିଜର ସ୍ୱାମୀ ଓ ତାଙ୍କ ପରିବାର ଲୋକଙ୍କୁ ମହିଳା ପୋଲିସ କର୍ମଚାରୀଙ୍କ ଗାଳି ଗୁଳଜ ସହ ହତ୍ୟା ଧମକ । ସମ୍ବଲପୁର ବୁର୍ଲା ଡକ୍ଟରସ କଲୋନୀରେ ରହୁଥିବା ଚିନ୍ତାମଣି ଦାସ ନାମକ ଜଣେ ବ୍ୟକ୍ତି ଏମିତି ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଚିନ୍ତାମଣି ଦାଶ ସମ୍ବଲପୁର ମମତା ଦାଶ ନାମକ ଜଣେ ପୋଲିସ କର୍ମଚାରୀଙ୍କୁ ୨୦୦୮ ମସିହାରେ ବିବାହ କରିଥିଲେ । ବିବାହର ୨ ବର୍ଷ ପରେ ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା । ପରେ ସ୍ତ୍ରୀ ମମତା ସ୍ଵାମୀ କୁ ବିଭିନ୍ନ ଆଳ ଦେଖାଇ ସ୍ଵାମି ଠୁ ଲକ୍ଷ ଲକ୍ଷ ଟଙ୍କା ନେବା ସହ ଘରେ ନିର୍ଯାତନ ଦେଇଥିଲେ ।
କିଛି ବର୍ଷ ପରେ ଚିନ୍ତାମଣି ମାନସିକ ନିର୍ଯାତନ ସହି ନପାରି ଉଭୟ ଙ୍କର ସମ୍ମତି ଅନୁଯାୟୀ କୋର୍ଟ ରେ ସ୍ତ୍ରୀ ଙ୍କୁ ଛାଡ ପତ୍ର ଦେଇଥିଲେ । ଛାଡପତ୍ର ପରେ ୧୦ ବର୍ଷର ପୁଅ ପୁର୍ଵତନ ସ୍ତ୍ରୀ ମମତା ଦାସ ଙ୍କ ସହ ରହିଛି । କୋର୍ଟର ନିୟମ ଅନୁଯାୟୀ ପୁଅକୁ ଦେଖିବା ଏବଂ କଥା ବାର୍ତ୍ତା ପାଇଁ ଅନୁମତି ରହିଛି। କିନ୍ତୁ ପୁଅକୁ ଚିନ୍ତାମଣି ଦେଖିବା ପାଇ ଚେଷ୍ଟା କଲେ ବାରମ୍ବାର ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ମିଥ୍ୟା କେଶ ରେ ଫସାଇବା, ଧମକ ଚମକ ସହ ହତ୍ୟା ପରି ଧମକ ମିଳୁଛି । ଏପରିକି ଗତ ୧୩ ତାରିଖରେ ମଧ୍ୟ ଚିନ୍ତାମଣି ନିଜର ପୁଅକୁ ଦେଖିବା ପାଇଁ ମମତା କୁ ଫୋନ କରିଥିଲେ । ହେଲେ ତାର ପର ଦିନ ତାଙ୍କର ସ୍ତ୍ରୀ ମମତା ଙ୍କ ଭାଇ ଦୀପକ ଦାସ ଓ ତାଙ୍କର କିଛି ବନ୍ଧୁ ଚିନ୍ତାମଣି ଙ୍କ ଘରକୁ ଯାଇ ତାଙ୍କୁ ହତ୍ୟା ଧମକ ଦେବା ସହ ପଥର ମାରିଥିବା ଅଭିଯୋଗ ହୋଇଛି।
ସେପଟେ ଚିନ୍ତାମଣି ଘରକୁ ମମତାର ଭାଇ ଦୀପକ ସାଙ୍ଗଙ୍କ ସହ ମାଡ ମାରି ଆସିବା ପରଠୁ ତାଙ୍କ ପରିବାର ଲୋକେ ଭୟଭୀତ ରହିଛନ୍ତି । ସେହି ସମୟରେ ଚିନ୍ତାମଣି ସହ ଯୁକ୍ତି ତର୍କରେ ପରେ ତାଙ୍କ ମା'ଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ଦୀପକ । ବାପା ପାରଲେସିସ ହୋଇଥିବାରୁ କିଛି କରିପାରୁନଥିବା କହିଛନ୍ତି । ଏମିତିକି ଦୁଇ ଦିନ ପୁର୍ବରୁ ଚିନ୍ତାମଣି ସମ୍ବଲପୁର ଆସୁଥିବା ସମୟରେ ଦୀପକର କିଛି ସାଙ୍ଗ ରାସ୍ତାରେ ତାକୁ ଅଟକାଇ ଧମକ ଚମକ ଦେଇଥିଲେ । ସମ୍ବଲପୁର ଏସପି ଙ୍କ କାର୍ଯ୍ୟାଳୟରେ ପୋଲିସ ବିଭାଗରେ କାର୍ଯ୍ୟ କରୁଥିବାରୁ ମାନ୍ୟବର କୋର୍ଟକୁ ମଧ୍ୟ ଗାଳି ଗୁଳଜ କରୁଥିବା ସହ ଧମକ ଦେଉଥିବାର ଅଭିଯୋଗ ହୋଇଛି। ସେପଟେ ଏନେଇ ଚିନ୍ତାମଣି ନିଜ ପରିବାର ସହ ସମ୍ବଲପୁର ଏସପିଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଛନ୍ତି।
ମମତା ଦାସ ଓ ତାଙ୍କ ଭାଇ ଦୀପକ ଦାସ ଦୁହେ ପୋଲିସ ବିଭାଗରେ ଚାକିରୀ କରୁଥିବାରୁ ପୋଲିସ ଚାକିରୀ ର ତାକତ ଦେଖାଇ ଏଭଲି ବିଭିନ୍ନ ସମୟ ରେ ଧମକ ଦେଉଥିଲେ । ଏମିତିକି ପୁର୍ବରୁ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ମାମଲା ରୁଜୁ କରିନଥିଲା ।