ଫୋନରେ ଅଭିଯୋଗ କରିପାରିବେ ଆପଣ, ତାହା ପୁଣି ଏସପିଙ୍କ ପାଖରେ...

କୋରୋନା ମୁକାବିଲା ବେଳେ ଝାରସୁଗୁଡ଼ା ଏସପିଙ୍କ ନିଆରା ଉଦ୍ୟମ

ଫୋନରେ ଅଭିଯୋଗ କରିପାରିବେ ଆପଣ, ତାହା ପୁଣି ଏସପିଙ୍କ ପାଖରେ...
ଫଟୋ ସୌଜନ୍ୟ: ଜୀ ମିଡିଆ

ମୁକେଶ ପ୍ରଧାନ, ଝାରସୁଗୁଡ଼ା: ଲୋକଙ୍କ ସହ ଫୋନରେ ଯୋଡ଼ିହେବେ ଝାରସୁଗୁଡ଼ା ଏସପି । ଏଥର ସିଧାସଳଖ ଫୋନ କରି ଏସପିଙ୍କ ପାଖରେ ନିଜର ଅଭିଯୋଗ କରିପାରିବେ ଜିଲ୍ଲାବାସୀ । ଲକଡାଉନ ଓ କୋରୋନା ମୁକାବିଲା ଯୋଗୁ ଲୋକେ ଘରେ ରହିବାକୁ ବାଧ୍ୟ ହେଉଥିବାରୁ ଏଭଳି ଅଭିନବ ପ୍ରୟାସ କରିଛନ୍ତି ଏସପି  ଶ୍ରୀ ରାହୁଲ ପି ଆର । ସପ୍ତାହକୁ ଗୋଟିଏ ଦିନ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଫୋନରେ ଉପଲବ୍ଧ ରହିବାକୁ ସେ ନିଷ୍ପତ୍ତି ନେଇଛନ୍ତି । 

ଏସପିଙ୍କ ପାଖରେ ଅଭିଯୋଗ, ତାହା ପୁଣି ଫୋନ ମାଧ୍ୟମରେ । ଜନତାଙ୍କ ଅଭିଯୋଗକୁ ଫୋନରେ ଶୁଣିବେ ଏସପି । ଘରେ ବସି ଏସପିଙ୍କ ପାଖରେ ଅଭିଯୋଗ କରିବେ ଲୋକ । ପ୍ରତ୍ୟେତ ସପ୍ତାହ ସୋମବାର ଦିନ ଫୋନରେ ଉପଲବ୍ଧ ହେବେ ଝାରସୁଗୁଡ଼ା ଏସପି । ସକାଳ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଲୋକଙ୍କ ଅଭିଯୋଗ ଫୋନରେ ଶୁଣିବେ । 

6

ତେବେ ଏସପିଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଲୋକ ପ୍ରଶାସନକୁ ଏହା ଆହୁରି କ୍ରିୟାଶୀଳ କରିବ ବୋଲି ବୁଦ୍ଧିଜୀବୀ କହିଛନ୍ତି ।