ଆରମ୍ଭ ହୋଇଗଲାଣି ଆଇପିଏଲ ସିଜିନ, ପୋଲିସ ରାଡାରରେ ଜୁଆ-ଜୁଆଡି
Advertisement

ଆରମ୍ଭ ହୋଇଗଲାଣି ଆଇପିଏଲ ସିଜିନ, ପୋଲିସ ରାଡାରରେ ଜୁଆ-ଜୁଆଡି

ଏହି କ୍ରମରେ ଗଞ୍ଜାମ ଜିଲ୍ଲାରେ ଜୁଆର କ୍ରେଜ ଅଧିକ ମାତ୍ରାରେ ରହିଥିବା ବେଳେ ବେଆଇନ ଖେଳ ଓ ଖେଳାଳିଙ୍କ ଉପରେ ନଜର ରଖିବା ଲାଗି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ପୋଲିସ ।

 ଆରମ୍ଭ ହୋଇଗଲାଣି ଆଇପିଏଲ ସିଜିନ, ପୋଲିସ ରାଡାରରେ ଜୁଆ-ଜୁଆଡି

ରାଧେଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ସେପ୍ଟମ୍ବର ୧୯ ତାରିଖ ଶନିବାରଠୁ ସଂଯୁକ୍ତ ଅମିରାତ-ୟୁଏଇ (UAE-United Arab Emirates) ଠାରେ ଆରମ୍ଭ ହୋଇଯାଇଛି IPL 2020 ୧୩ ତମ ସଂସ୍କରଣ । ଆଉ ଚାରିଆଡେ ଦେଖାଦେଲାଣି  ଆଇପିଏଲ ଫିବର (IPL Fever)। ହେଲେ ସବୁଥର ଭଳି ଏଥର ମଧ୍ୟ ଆଇପିଏଲ ସିଜିନ (IPL Season)ରେ ଜୁଆ (Gambiling)କୁ ନେଇ ଜୁଆଡି (Gambler) ମଧ୍ୟ ପୁରା ପ୍ରସ୍ତୁତ ହୋଇଛନ୍ତି । 

ବନ୍ଦ କୋଠରି ମଧ୍ୟରେ ଆତ୍ମଗୋପନ (Underground) କରି ଅନ୍ ଲାଇନ (On LIne) ମାଧ୍ୟମରେ କୋଟି କୋଟି ଟଙ୍କା ବାଜି ଲାଗୁଥିବା ବେଳେ ସ୍ୱଳ୍ପ ସମୟରେ ଅଧିକ ଅର୍ଥ ଉପାର୍ଜନର ଲୋଭ ହିଁ ପଥଭ୍ରଷ୍ଟ କରୁଛି ଛାତ୍ର (student) ଓ ଯୁବପିଢିଙ୍କୁ (youngesters)। 

ଏହି କ୍ରମରେ ଗଞ୍ଜାମ ଜିଲ୍ଲାରେ ଜୁଆର କ୍ରେଜ ଅଧିକ ମାତ୍ରାରେ ରହିଥିବା ବେଳେ ବେଆଇନ ଖେଳ ଓ ଖେଳାଳିଙ୍କ ଉପରେ ନଜର ରଖିବା ଲାଗି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ପୋଲିସ । କରୋନା କାଳରେ ଜମିବ ଆଇପିଏଲ ଧୂନ୍ । ଦେଶ ବାହାରେ କ୍ରିକେଟର ଦେଖାଇବେ ନିଜର ଜଲୱା । ଖେଳକୁ ଉପଭୋଗ କରିବା ସହ ଅନ୍ ଲାଇନ ଜୁଆକୁ ନେଇ ବନ୍ଦ କୋଠରୀ ପ୍ରସ୍ତୁତ ରହିଛନ୍ତି ଜୁଆଡି । ବିଶାଖାପାଟଣା ଓ କଲିକତା ଅଞ୍ଚଳରେ ରହି ଜୁଆଡି ନିଜର ରିମୋଟ ଚଲାଇବାକୁ ପ୍ରସ୍ତୁତ ରହିଥିବା ବେଳେ ଆରମ୍ଭରୁ ହିଁ ଗଞ୍ଜାମରେ ଜୁଆଡିଙ୍କ  ମଧ୍ୟରେ ଦେଖା ଦେଖା ଦେଲାଣି ତପ୍ତରତା । 

ରାତି ଅଧିଆ ଧନୀ ହେବା ଲୋଭରେ ଯୁବପିଢି ଏହି ଖେଳ ପ୍ରତି ଆକର୍ଷିତ ହୋଇ ପ୍ରତିଟି ବଲରେ ଲକ୍ଷ ଲକ୍ଷ ଟଙ୍କା ବାଜି ଲଗାଉଛନ୍ତି । ଜିଲ୍ଲାରେରେ ପ୍ରତିବର୍ଷ ଆଇପି ଏଲ ସମୟରେ ଜୁଆର ଏଭଳି କ୍ରେଜ ଦେଖିବାକୁ ମିଳୁଥିବା ବେଳେ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ତନାଘନା । ଫୋନ ମାଧ୍ୟମରେ ସେମାନଙ୍କ ଗ୍ରାହକଙ୍କୁ ଯୋଗାଯୋଗ କରି ଆଇପିଏଲ ଖେଳକୁ ନେଇ ଜୁଆଖେଳ ଚଲାଇଥିବା ହେତୁ ପୋଲିସ ଜୁଆଡିଙ୍କ ଉପରେ ନଜର ରଖିବା ଲାଗି ସ୍ୱତନ୍ତ୍ର ରଣନୀତି ଆପଣାଇଛି। 

ସହଜ ଉପାୟରେ ରାତିଅଧିଆ ଧନୀ ହେବାର ସ୍ୱପ୍ନ ଯୁବପିଢିକୁ ଟାଣି ନେଉଛି ଜୁଆ ଆଡକୁ । ଆଉ ଧିରେ ଧିରେ ଅନ୍ଧାକାରର ବୁଡିଆଣି ଜାଲରେ ଛନ୍ଦି ହେଉଯାଉଛି ଶିକ୍ଷିତ ବେକାର ଯୁବକଙ୍କ ଭବିଷ୍ୟତ । ବିଗତ ୩ ବର୍ଷ ମଧ୍ୟରେ ୫୦ରୁ ଉର୍ଦ୍ଧ୍ୱ ଜୁଆଡିଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ବେଳେ କୋଟି କୋଟି ଟଙ୍କା ଜବତ କରିଛି । ଚଳିତ ବର୍ଷ ଖେଳ ଆରମ୍ଭରୁ ହିଁ ସେମାନଙ୍କୁ କାବୁ କରିବା ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । 

ଏପଟେ ପାର୍ବଣ ରୁତୁ ଆରମ୍ଭରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜମିଲାଣି ଜୁଆ ଆଡ୍ଡା । ଜୁଆଡିଙ୍କୁ ଲଗାମ ଲଗାଇବା ଲାଗି ଗଞ୍ଜାମ ପୋଲିସ ପୁରା ସଜାଗ ଥିବା ବେଳେ ବିଗତ ୫ ମାସ ମଧ୍ୟରେ ୧୪୪ଟି ମାମଲା ରୁଜୁ କରିବା ୮୯୨ ଜୁଆଡିଙ୍କୁ ଗିରଫ କରିବା ସହ ୧୬ ଲକ୍ଷ ଟଙ୍କା ଜବତ କରିଛି ।

ଏପ୍ରିଲରେ ୫୪ଟି କେସ ରୁଜୁ କରିବା  ୩୨୩ ଜଣ ଗିରଫ ହେବା ସହ ୩ ଲକ୍ଷ ୨୩ ହଜାର, ମେ ରେ ୨୪ଟି କେସରେ ୧୬୮ ଗିରଫ ସହ ୩ ଲକ୍ଷ ୫୫ ହଜାର, ଜୁନରେ ୪୧ଟି କେସ ରୁଜୁ ସହ ୨୫୧ ଗିରଫ ହୋଇଥିବା ବେଳେ ୪ ଲକ୍ଷ ୨୩ ହଜାର, ଜୁଲାଇରେ ୧୨ଟି କେସରେ ୬୧ ଜଣ ଗିରଫ ସହ ୯୨ ହଜାର, ଅଗଷ୍ଟରେ ୧୩ଟି କେସରେ ୮୯ ଜଣ ଗିରଫ ସହ ୨ ଲକ୍ଷ ୧୮ ଟଙ୍କା ଜବତ କରାଯାଇଛି । ପୂଜାକୁ ଦୃଷ୍ଟିରେ ରଖି ଜିଲ୍ଲାର ୨୪ଟି ଥାନା ପୁରା ସଜାଗ ଥିବା ଏସପି କହିଛନ୍ତି ।