ନିମ୍ବପତ୍ର, ତେଜପତ୍ର, ଅଦା, ଅମୃତଭଣ୍ଡା ପତ୍ର, ଜଷ୍ଟି ମଧୁ, ହଳଦୀ ଓ ଘିଅରେ ପ୍ରସ୍ତୁତ କାଢ଼ାର ନିୟମିତ ସେବନ । ବାହାର ବିଷାକ୍ତ ବାତାବରଣରୁ ବର୍ତ୍ତିବାକୁ ହେଲେ ନାକର ଛିଦ୍ରରେ ଗାଈ ଘିଅ ଲଗାଇବାକୁ ହେବ । ତୁଳସୀ, ମହୁ ନିୟମିତ ସେବନ କଲେ କୋରୋନା ଭଳି ମହାବିପତ୍ତିରୁ ବର୍ତ୍ତିପାରିବା ବୋଲି କହିଛନ୍ତି ଜଗତଗୁରୁ ।
Trending Photos
)
ସଞ୍ଜୟ ମହାପାତ୍ର, ପୁରୀ: କୋରୋନା ଭଳି ମହାମାରୀ ରୋଗର ନିରାକରଣ ନିମିତ୍ତ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଦେଇଛନ୍ତି ପରାମର୍ଶ । ସମ୍ପୂର୍ଣ ଆୟୁର୍ବେଦ ପଦ୍ଧତିରେ ପ୍ରସ୍ତୁତ କାଢ଼ା ଓ ଘିଅ ତଥା ଗୋମୂତ୍ର ବ୍ୟବହାର କରି କୋରୋନା ମହାମାରୀ ରୋଗ ଠାରୁ ବର୍ତ୍ତିବାର ବାଟ ଦେଖାଇଛନ୍ତି ଜଗତଗୁରୁ । ପୁରୀ ଗୋବର୍ଦ୍ଧନ ମଠରେ ଚାଲିଥିବା ବିଜ୍ଞାନ ସଂଗୋଷ୍ଠୀ କାର୍ଯ୍ୟକ୍ରମରେ ଦେଶ ତଥା ବିଦେଶର ବିଭିର୍ଣ୍ଣ ପ୍ରାନ୍ତରୁ ବୈଜ୍ଞାନିକ, ଡାକ୍ତରମାନଙ୍କ ସହ ଭିଡିଓ କନଫରେନସିଂ ମାଧ୍ୟମରେ ଆଲୋଚନା କରି ରୋଗ ନିରାକରଣ ଓ ବିଜ୍ଞାନ ସହ ଜ୍ଞାନର ପରିଭାଷା ସମ୍ବନ୍ଧରେ ଆଲୋଚନା ମଧ୍ୟ କରିଛନ୍ତି ।
ସମ୍ପୂର୍ଣ ଆୟୁର୍ବେଦିକ ପ୍ରଣାଳୀରେ କୋରୋନାରୁ ବର୍ତ୍ତିବାର ବାଟ ଦେଖାଇଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ନିମ୍ବପତ୍ର, ତେଜପତ୍ର, ଅଦା, ଅମୃତଭଣ୍ଡା ପତ୍ର, ଜଷ୍ଟି ମଧୁ, ହଳଦୀ ଓ ଘିଅରେ ପ୍ରସ୍ତୁତ କାଢ଼ାର ନିୟମିତ ସେବନ । ବାହାର ବିଷାକ୍ତ ବାତାବରଣରୁ ବର୍ତ୍ତିବାକୁ ହେଲେ ନାକର ଛିଦ୍ରରେ ଗାଈ ଘିଅ ଲଗାଇବାକୁ ହେବ । ତୁଳସୀ, ମହୁ ନିୟମିତ ସେବନ କଲେ କୋରୋନା ଭଳି ମହାବିପତ୍ତିରୁ ବର୍ତ୍ତିପାରିବା ବୋଲି କହିଛନ୍ତି ଜଗତଗୁରୁ । ସୃଷ୍ଟିର ସରଞ୍ଚନା ପାଇଁ ପ୍ରୟୋଜନର ଜ୍ଞାନ ନ ଥିବାରୁ ଏଭଳି ପରିଣତି ଘଟିଛି । କିଭଳି ଭାବରେ ଆମେମାନେ ସଚେତନ ରହିବା ସହ ଏହି ଆୟୁର୍ବେଦ ଚିକିତ୍ସାକୁ ଆପଣେଇବା ସେ ସମ୍ପର୍କରେ ସେ କହିଛନ୍ତି ।
ବିଜ୍ଞାନର ପରିଭାଷା, ଉଦ୍ଦେଶ୍ୟ, ପ୍ରଭେଦ, ବୈଜ୍ଞାନିକ ଉଦ୍ଦେଶ୍ୟ ଭଳି ୮ ଟି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେଉଛି । ଦେଶ ତଥା ବିଦେଶର ବୈଜ୍ଞାନିକମାନେ ଭିଡିଓ କନଫରେନସିଂ ଦ୍ୱାରା ନିଜର ମତବ୍ୟକ୍ତ କରିଥିଲେ । ଭଗବାନ ଜଗତର ସୃଷ୍ଟି କର୍ତ୍ତା ଏବଂ ଜଳ,ବାୟୁ, ଆକାଶ, ପ୍ରାଣୀ, ଉଦ୍ଭିଦର ସୃଷ୍ଟିକର୍ତ୍ତା ମାନବ ସମାଜ । ବିକାଶ ନାମରେ ପୃଥିବୀ, ବାୟୁ, ଜଳ, ଆକାଶ ଯେଉଁଭଳି ନଷ୍ଟ ହେଉଛି । ଫଳରେ ଏଭଳି ମହାମାରୀ ସୃଷ୍ଟି ହେଉଛି ବୋଲି ଜଗତଗୁରୁ କହିବା ସହ ବେଦ, ଶାସ୍ତ୍ର ଓ ଉପନିଷଦ ଆଜି ବି ବିଜ୍ଞାନ ସହ ସାମଞ୍ଜସ୍ୟ ରଖିଥିବା ବେଳେ ସମସ୍ତଙ୍କ ପାଇଁ ସୁମଙ୍ଗଳ ବୋଲି କହିଛନ୍ତି ଜଗତଗୁରୁ ।
ତେବେ ଗତକାଲି ଗୋବର୍ଦ୍ଧନ ମଠରେ ଆରମ୍ଭ ହୋଇଥିବା ଏହି ବିଜ୍ଞାନ ସଙ୍ଗଷ୍ଠୀ ୫ ଦିନ ଧରି ଚାଲିବାକୁ ଥିବା ଭିଡିଓ କନଫରେନ୍ସରେ ଇସ୍ରୋ, ଡିଆରଡିଓର ବୈଜ୍ଞାନିକମାନେ ଯୋଗଦାନ କରି ଦେଶକୁ ପ୍ରଗତି ପଥରେ ଆଗେଇ ନେବାକୁ ପ୍ରୟାସ ଜାରି ରଖିଛନ୍ତି ।