ଅଭାବୀର ଅଭାବନୀୟ ଦୃଶ୍ୟ; ମୂଲଚାଲ୍ କରି ଦିନକର ଶିଶୁକୁ ବିକି ଦେଲା ବାପା
Advertisement

ଅଭାବୀର ଅଭାବନୀୟ ଦୃଶ୍ୟ; ମୂଲଚାଲ୍ କରି ଦିନକର ଶିଶୁକୁ ବିକି ଦେଲା ବାପା

ପିଲା ବିକ୍ରି ସମ୍ପର୍କରେ ମେଡିକାଲ କତୃପକ୍ଷଙ୍କ ନିକଟରେ କିଛି ଖବର ନଥିବା ଜଣାପଡିଛି। ଅନ୍ୟପଟେ ଚାଇଲ୍ଡ୍ ହେଲ୍ପଲାଇନ ଏସମ୍ପର୍କରେ ଖବର ପାଇ ଧର୍ମଶାଳା ଡାକ୍ତରଖାନାରେ ପଚରାଉଚରା କରିଛି।

ଡିଜାଇନ୍ ଫଟୋ

ଯାଜପୁର: ପୁଣି ବଦନାମ ହେଲା ପ୍ରଗତିର ପ୍ରୟୋଗଶାଳାରେ। ଜିଲ୍ଲାର ଧର୍ମଶାଳା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଦରିଦ୍ରତା ପାଇଁ ଦିନକର ଶିଶୁକନ୍ୟାକୁ ବାପା ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। କୋତପୁର ପଂଚାୟତର ସାନରାଇପଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମଳିଛି।
 
ସୂଚନା ପ୍ରକାରେ, ସାନରଇପଡା ଗ୍ରାମର ରାମଚନ୍ଦ୍ର ବେହେରାଙ୍କ ଝିଅ କାଞ୍ଚନ ଗତ ୨୭ ତାରିଖରେ ଧର୍ମଶାଳା ଡାକ୍ତରଖାନାରେ ଏକ ଶିଶୁ କନ୍ୟାକୁ ଜନ୍ମଦେଇଥିଲେ। ୨୮ ତାରିଖରେ ତାଙ୍କ ସ୍ୱାମୀ ନଟବର ମଧ୍ୟସ୍ଥି ସାହାର୍ଯ୍ୟରେ ଉକ୍ତ ଶିଶୁକନ୍ୟାକୁ ମହାକାଳପଡା ଅଂଚଳର ଜଣେ ଲୋକକୁ ୭ ହଜାର ଟଙ୍କାରେ ବିକିଦେଇଛନ୍ତି। କାଞ୍ଚନଙ୍କ ସ୍ୱାମୀ ପିଲାଙ୍କୁ ପୋଷିବାକୁ ଅସମର୍ଥ ଥିବାରୁ ପିଲାକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। 

Also Read: ଆହୁରି ଥରିବ ରାଜ୍ୟ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ପିଲା ବିକ୍ରି ସମ୍ପର୍କରେ ମେଡିକାଲ କତୃପକ୍ଷଙ୍କ ନିକଟରେ କିଛି ଖବର ନଥିବା ଜଣାପଡିଛି। ଅନ୍ୟପଟେ ଚାଇଲ୍ଡ୍ ହେଲ୍ପଲାଇନ ଏସମ୍ପର୍କରେ ଖବର ପାଇ ଧର୍ମଶାଳା ଡାକ୍ତରଖାନାରେ ପଚରାଉଚରା କରିବା ସହ କୋତପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛି। ଦାରିଦ୍ର୍ୟ ପାଇଁ ଶିଶୁକୁ ବିକ୍ରି କରିଥିବା ନଟ ସ୍ୱିକାର କରିଥିବା ସୂଚନା ମିଳିଛି। ବିକ୍ରି ଶିଶୁକୁ ଉଦ୍ଧାର କରି ମାଆ କାଞ୍ଚନଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ କହିଛି।  

ପୂର୍ବରୁ ନଟବର ଓ କାଞ୍ଚନଙ୍କର ୨ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ଏବେ ପୁଣି ଗୋଟିଏ ଶିଶୁକନ୍ୟା ଜନ୍ମ ହୋଇଛି। ତେଣୁ ଭରଣ ପୋଷଣ ପାଇଁ ସକ୍ଷମ ନଥିବାରୁ କିଛିଟା ଟଙ୍କା ପାଇଁ ନଟ ନିଜ ଶିଶୁକନ୍ୟାକୁ ବିକ୍ରି କରି ଦେଇଥିଲେ ବୋଲି ପରିବାର ଲୋକେ କହିଛନ୍ତି। ବିବାହ ପରେ ଦୀର୍ଘ ୧୦ ବର୍ଷ ହେବ କାଞ୍ଚନ ନିଜ ବାପ ଘରେ ରହି ଆସୁଛନ୍ତି। ନଟ ମୂଲ ଲାଗି ଘର ଚଳାନ୍ତି। ପୂର୍ବରୁ ଏହି ଦମ୍ପତ୍ତି ତାଙ୍କ ତୃତୀୟ ସନ୍ତାନଙ୍କୁ ଜଣେ ସମ୍ପର୍କୀୟଙ୍କୁ ଦେଇଥିବା କହୁଯାଉଛି।