ସାତ ମହଲା ବିଶିଷ୍ଟ ଝାରସୁଗୁଡା ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ନିଆଁରେ ପୋଡି ହୋଇଥିବା ରୋଗୀ। ନାହିଁ ସ୍ୱତନ୍ତ୍ର ବ୍ୟବସ୍ଥା। ବାଧ୍ୟ ହୋଇ ଯାଉଛନ୍ତି ରାଉରକେଲା ବା ବୁର୍ଲାକୁ ଏବଂ ସେଠାରେ ମୃତ୍ୟୁ ମୁଖରେ ପଡୁଛନ୍ତି ରୋଗୀ। CDMO କହିଛନ୍ତି ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ବର୍ଣ୍ଣ ୟୁନିଟରେ ସ୍ୱ
Trending Photos
)
ମୁକେଶ ପ୍ରଧାନ, ଝାରସୁଗୁଡ଼ା: ସାତ ମହଲା ବିଶିଷ୍ଟ ଝାରସୁଗୁଡା ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ନିଆଁରେ ପୋଡି ହୋଇଥିବା ରୋଗୀ। ନାହିଁ ସ୍ୱତନ୍ତ୍ର ବ୍ୟବସ୍ଥା। ବାଧ୍ୟ ହୋଇ ଯାଉଛନ୍ତି ରାଉରକେଲା ବା ବୁର୍ଲାକୁ ଏବଂ ସେଠାରେ ମୃତ୍ୟୁ ମୁଖରେ ପଡୁଛନ୍ତି ରୋଗୀ। CDMO କହିଛନ୍ତି ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ବର୍ଣ୍ଣ ୟୁନିଟରେ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା।
ଝାରସୁଗୁଡା ଭଳି ଏକ ଶିଳ୍ପ ସମୃଦ୍ଧ ଜିଲ୍ଲାରେ ଅଛି ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ, ବଡ଼ ବଡ଼ ହୋଟେଲ, ଏପରିକି ସାତ ମହଲା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। କିନ୍ତୁ ନାମକୁ ମାତ୍ର ଅଛି ଏଠାରେ ଗୋଟିଏ ବର୍ଣ୍ଣ ୟୁନିଟ ବା ଜଳାପୋଡ଼ା ବିଭାଗର ସ୍ୱତନ୍ତ୍ର ୱାର୍ଡ। ଶିଳ୍ପ ଏବଂ ଖଣି ସଂସ୍ଥା ରେ ଦୁର୍ଘଟଣା ହେଲେ ଜଳା ପୋଡ଼ା ଘଟଣା ସାଧାରଣ ଘଟଣା। କିନ୍ତୁ ନିଆଁରେ ପୋଡି ଆହତ ହେଉଥିବା ରୋଗୀ ଙ୍କର ଚିକିତ୍ସା ସେବା ଝାରସୁଗୁଡାରେ ଉପଲବ୍ଧ ନାହିଁ। ତେଣୁ ଗୁରୁତର ଅବସ୍ଥା ରେ ନିଆଁ ରେ ଜଳିଯାଇଥିବା ବ୍ୟକ୍ତି ଙ୍କୁ ପ୍ରଥମେ ଝାରସୁଗୁଡା ହସ୍ପିଟାଲ ରେ ସ୍ଥାନାନ୍ତର କରାଯାଏ
ଏଠାକାର ଚିକିତ୍ସାରେ ସନ୍ତୁଷ୍ଟ ନ ହୋଇ ପୁଣି ୧୩୦ କିଲୋମିଟର ରାଉରକେଲା IGH ବା ୬୦ କିଲୋମିଟର ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଏ। ସେତେବେଳକୁ ଅନେକ ସମୟ ବିତିଯାଇଥାଏ ଏବଂ ରାଉରକେଲା ବା ବୁର୍ଲାକୁ ଯିବା ପରେ ରୋଗୀଙ୍କର ଅବସ୍ଥା ଆଉ କଣ ହେବ ତାହା କହିବା ମୁସ୍କିଲ। ଝାରସୁଗୁଡାରେ ଗୁରୁତର ଅବସ୍ଥାରେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ଉନ୍ନତମାନର ଆମ୍ବୁଲାନ୍ସ ଟିଏ ମଧ୍ୟ ନାହିଁ।
କିଛି ରୋଗୀ ହସ୍ପିଟାଲ କୁ ନେବା ବାଟରେ ମୃତ୍ୟୁ ଘଟେ କିଛି ଅନ୍ୟ ହସ୍ପିଟାଲ ରେ ମୃତ୍ୟୁ ଘଟେ। ଯିଏ ଜୀବନ ସହିତ ସଂଘର୍ଷ କରି କିଛି ଦିନ ବଞ୍ଚି ଯାଏ ତାଙ୍କର ଅବସ୍ଥା ବେଶ ଶୋଚନୀୟ ହୋଇପଡେ। ବଞ୍ଚିଥାଉ ଥାଉ ନର୍କ ଯନ୍ତ୍ରଣା ଭୋଗେ। ଯଦି କେହି ଗରିବ ବ୍ୟକ୍ତି ଅନ୍ୟ ହସ୍ପିଟାଲକୁ ନେବା ପାଇଁ କୌଣସି ବିକଳ୍ପ ନ ଥାଏ ଏବଂ ଏହି ଠାରେ ହିଁ ଚିକିତ୍ସିତ ହୁଏ ତାଙ୍କର ଅବସ୍ଥା ନ କହିବା ଭଲ।
ଜଳାପୋଡ଼ା ରୋଗୀଙ୍କର ଚିକିତ୍ସା ବହୁତ ସମ୍ବେଦନଶୀଳ ହୋଇଯାଏ ଏବଂ ଏହି ସମୟରେ ସଂକ୍ରମଣ ହେବାର ଆଶଙ୍କା ଅଧିକ ଏବଂ ଏଠାରେ କୌଣସି ସୁରକ୍ଷା କର୍ମୀ ନାହାନ୍ତି ଯିଏ ପାରିଲେ ୱାର୍ଡ କୁ ପଶି ଯାଏ । ଏହି ୱାର୍ଡ ରେ ଥିବା ଏସି ମଧ୍ୟ ନାମ କୁ ମାତ୍ର। ଅନ୍ୟପଟେ ୱାର୍ଡରେ ସଂଲଗ୍ନ ଶୌଚାଳୟ ଏବଂ ପରିଶ୍ରା ଗାର ମଧ୍ୟ ନାହିଁ। ଯାହାଫଳରେ ରୋଗୀ ନିଜେ ବାହାରେ ଥିବା ଶୌଚାଳୟ କୁ ବ୍ୟବହାର କରିବାକୁ ଯିବା ପାଇଁ ବାଧ୍ୟ ହୁଏ। ଜିଲ୍ଲାରେ ପାଣ୍ଠିର ଅଭାବ ନାହିଁ କିନ୍ତୁ ଅଛି ଆନ୍ତରିକତାର ଅଭାବ। ଏଦିଗରେ ପ୍ରଶାସନ କୁ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ କହିଛନ୍ତି । ଏଦିଗରେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ CDMO କହିଛନ୍ତି ଖୁବ ଶୀଘ୍ର ବର୍ଣ୍ଣ ୟୁନିଟ କାର୍ଯ୍ୟକାରୀ ହେବ।