COVID19: ୩ ଦିନ ପାଇଁ କାମାକ୍ଷାନଗର ସଟଡାଉନ

ସହରର ଜଗନ୍ନାଥ ବଜାର, ଲକ୍ଷ୍ମୀବଜାର, ହନୁମାନ ବଜାର ଇତ୍ୟାଦି ସ୍ଥାନରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

COVID19: ୩ ଦିନ ପାଇଁ କାମାକ୍ଷାନଗର ସଟଡାଉନ
ଫଟୋ ସୌଜନ୍ୟ: ଜୀ ମିଡିଆ

ସଦାଶିବ ସେଠୀ, କାମାକ୍ଷାନଗର: ୩ଦିନ ପାଇଁ କାମାକ୍ଷାନଗର ସଟଡାଉନ । ଗତକାଲି କାମାକ୍ଷାନଗର ଏନଏସିରୁ ୧୯ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଢେଙ୍କାନାଳ ଜିଲ୍ଲାପାଳ । ଆଜି ସଟଡାଉନର ପ୍ରଥମ ଦିନରେ ତହସିଲଦାର ସଞ୍ଜୟ ରାଉତଙ୍କ ଉପସ୍ଥିତିରେ ପ୍ରତ୍ୟେକ ଛକରେ ଚେକିଂ କରାଯାଉଛି । 

ସହରର ଜଗନ୍ନାଥ ବଜାର, ଲକ୍ଷ୍ମୀବଜାର, ହନୁମାନ ବଜାର ଇତ୍ୟାଦି ସ୍ଥାନରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଅମାନିଆଙ୍କୁ ପୋଲିସ ପକ୍ଷରୁ ମାଡ ମଧ୍ୟ ହେଉଥିବାର ଦେଖିବାକୁ ମିଳିଛି । ସେହିପରି ସହରର ଦୋକକ ବଜାର ବନ୍ଦ ରହିଛି । ଗାଡ଼ି ମୋଟର ଚଳାଚଳ ମଧ୍ୟ ବନ୍ଦ ରହିଛି । କେବଳ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଯାନବାହାନ ଚଳାଚଳ କରୁଛି । 

6

କହିରଖୁଛୁ, ଏବେ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଦ୍ରୁତ ଗତିରେ କୋରୋନା ସଂକ୍ରମଣ ବୃଦ୍ଧିପାଉଛି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ପାର କଲାଣି ।