ନୂଆଦିଲ୍ଲୀ: କନ୍ଧମାଳର ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ମୃତ୍ୟୁକୁ ନେଇ ଆସିଲା ସାଙ୍ଘାତିକ ତଥ୍ୟ। କାହିଁକି ଅବେଳରେ ଝଡି଼ଗଲା କଅଁଳ କଢି? ଏଥିପାଇଁ ଦାୟୀ କିଏ? ଖୋଦ ଶିଶୁର ମାଆ ପୁଷ୍ପାଞ୍ଜଳି କହଁର ତା'ର ଖୁଲାସା କରିଛନ୍ତି। ପ୍ରତ୍ୟକ୍ଷରେ ନ ହେଲେ ବି ପରୋକ୍ଷରେ ତାଙ୍କ ପୁଅର ମୃତ୍ୟୁ ପାଇଁ ସେ ପ୍ରଶାସନର ଅବହେଳାକୁ ଦୋଷାରୋପ କରିଛନ୍ତି।
ଗଣମାଧ୍ୟମ ଆଗରେ ପୁଷ୍ପାଞ୍ଜଳି କହଁର କହିଛନ୍ତି ଯେ, ଏମ୍ସରୁ ଆସିଲା ପରେ ଜଗା-କାଳିଆ (separated conjoined twins) ସୁସ୍ଥ ଥିଲେ। କିନ୍ତୁ ବେଳେ ବେଳେ କାଳିଆର ସ୍ୱାସ୍ଥ୍ୟାବସ୍ଥା ଖରାପ ରହୁଥିଲା। ଏବାବଦରେ ଡାକ୍ତରଙ୍କୁ ଜଣାଇଲେ ସୁଦ୍ଧା ସେମାନେ କୌଣସି ତତ୍ପରତା ଦେଖାଉନଥିଲେ। ଗତ ଶୁକ୍ରବାର କାଳିଆର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇଥିବା ଖବର ବି ହସ୍ପିଟାଲ (SCB medical) କର୍ତ୍ତୃପକ୍ଷଙ୍କୁ ଦିଆ ଯାଇଥିଲା। କିନ୍ତୁ ସେମାନେ ବିଳମ୍ବରେ ଆସିଥିଲେ ବୋଲି ପୁଷ୍ପାଞ୍ଜଳି ଅଭିଯୋଗ ଆଣିଛନ୍ତି।
ସେ ପୁଣି କହିଛନ୍ତି ଯେ, ଆବଶ୍ୟକ ବେଳେ ଡାକ୍ତରଙ୍କ ଦେଖା ନଥାଏ। କିନ୍ତୁ କାଳିଆର ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ରୂପେ ବିଗିଡିବାରୁ ସମସ୍ତେ ଧାଇଁ ଆସିଲେ। ତଥାପି କାଳିଆର ଜୀବନ ବଞ୍ଚିପାରିଲା ନାହିଁ। କାଳିଆର ଖାଇବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ଥାଳି ବା ଗିନାଟିଏ ଦେଲେ ନାହିଁ। ମାସ ମାସ ଧରି ସେମାନେ ହସ୍ପାଟାଲରେ ରହୁଥିବା ବେଳେ ତେଲ କି ସାବୁନ ଦିଆଯାଉ ନଥିବା ପୁଷ୍ପାଞ୍ଜଳି ଅଭିଯୋଗ କରିଛନ୍ତି।
ବଳିଆର ମୃତ୍ୟୁକୁ ନେଇ ସାଙ୍ଘାତିକ ତଥ୍ୟ ଦେଲେ ମା', ସମ୍ପୂର୍ଣ୍ଣ କଥାଟିକୁ ଥରେ ଭଲ ଭାବରେ ଶୁଣନ୍ତୁ... pic.twitter.com/7RcLMVLoOk
— ZEE Odisha (@ZeeOdisha) November 25, 2020
ସୁସ୍ଥ ଥିବା ଜଗା ହସ୍ପିଟାଲରେ ଥିବା ବେଳେ କନ୍ଧମାଳ (Kandhamal) ରେ କାଳିଆର ଅନ୍ତିମସଂସ୍କାର ହୋଇଛି। କାଳିଆର ମୃତ୍ୟୁ ପରେ ଭୁଆନ୍ କହଁର ଏବଂ ପୁଷ୍ପଞ୍ଜଳି କହଁର ଭାଙ୍ଗି ପଡିଛନ୍ତି। ସେପଟେ ଏହି ଘଟଣା ସରକାରୀ ସ୍ୱାସ୍ଥ୍ୟବ୍ୟବସ୍ଥା ଉପରେ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖୋଦ ରାଜ୍ୟ ସରକାର ଏବଂ ବରିଷ୍ଠ ବିଶେଷଜ୍ଞଙ୍କ ତତ୍ୱାବଧାନରେ ଯୋଡାମୁଣ୍ଡ ଶିଶୁ (conjoined twins) ଙ୍କ ଚିକିତ୍ସା ଚାଲୁଛି। ଏପରି କ୍ଷେତ୍ରରେ କାଳିଆର ମୃତ୍ୟୁ କିପରି ହେଲା ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।
Also Read: କଟକ ବଡମେଡିକାଲରେ ମୃତ୍ୟୁ ହୋଇଛି କାହାର ?
ସେପଟେ ଜଗା-କାଳିଆକୁ ଶ୍ରେଷ୍ଠ ଚିକିତ୍ସା ଯୋଗାଯାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Pattnaik) କହିଛନ୍ତି। ଯଦି ଶ୍ରେଷ୍ଠ ସ୍ୱାସ୍ଥ୍ୟସେବା ପରେ ବି ଏପରି ଘଟଣା ଘଟେ, ତେବେ କେହି ସରକାରୀ ସହାୟତା ଲୋଡିବେ ନାହିଁ କି ହନ୍ତସନ୍ତ ହେବେ ନାହିଁ। ଜଗା-କାଳିଆର ଚିକିତ୍ସା ପାଇଁ ନବୀନ ସରକାର କୋଟିଏ ଟଙ୍କାର ପାଣ୍ଠି ଘୋଷଣା କରିଥିଲେ। ସେମାନଙ୍କ ସମସ୍ତ ଚିକିତ୍ସା ଦାୟୀତ୍ୱ ବି ନେଇଥିଲେ। କିନ୍ତୁ ହେଲା କଣ ତାହା ଏବେ ସମସ୍ତଙ୍କୁ ଜଳ ଜଳ ହୋଇ ଦିଶୁଛି।