• ରାଜ୍ୟର କୋଭିଡ ସ୍ଥିତି ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ନେଇ CMଙ୍କ ସମୀକ୍ଷା
  • କୋଭିଡ ବେଳେ ଡାକ୍ତରଙ୍କ ଭୂମିକାକୁ ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ
  • ରାଜ୍ୟରେ ନବ ନିଯୁକ୍ତ ୭୮୬ ଡାକ୍ତରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
  • ଶ୍ରୀମନ୍ଦିର ରୂପାଦ୍ବାର ଛାଉଣୀ ନେଇ ରୂପରେଖ ଚୂଡ଼ାନ୍ତ
  • କବାଟ ଓ ରୂପା ଛାଉଣୀ ତତ୍ବାବଧାନ ପାଇଁ ୨ଟି କମିଟି କରାଯାଇଛି
  • ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର
  • ୨ ସପ୍ତାହ ପାଇଁ ଆଂଶିକ ଲକଡାଉନ ଲଗାଇଲେ ରାଜ୍ୟ ସରକାର
  • ୧୭ କମ୍‌ ସଂକ୍ରମିତ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୫ଟା ଯାଏ କଟକଣା କୋହଳ
  • ୧୩ ଜିଲ୍ଲାରେ ସକାଳ ୬ରୁ ଦିନ ୧ଟା କୋହଳ
  • ବନ୍ଦ ରହିବ ବସ୍‌ ପରିବହନ, ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ

ରାସନ କାର୍ଡ ଥିବା ସତ୍ତ୍ୱେ ୬ ମାସ ହେଲା ମିଳୁନି ଚାଉଳ

ଏହି ଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ (Kandhamal) ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ (Daringbadi Block) ସିମନବାଡ଼ି ପଞ୍ଚାୟତ ଦଡ଼ିବାଡ଼ି ଗ୍ରାମରେ । 

ରାସନ କାର୍ଡ ଥିବା ସତ୍ତ୍ୱେ ୬ ମାସ ହେଲା ମିଳୁନି ଚାଉଳ
ଫାଇଲ ଫଟୋ

କନ୍ଧମାଳ: ରାଜ୍ୟ ସରକାର ଟଙ୍କିକିଆ ଚାଉଳ ଯୋଜନା ପ୍ରଣୟନ କରି ଅସହାୟ ଲୋକଙ୍କୁ ସହାୟତା କରୁଥୁବା ବେଳେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ଅନେକ ଗରିବ ଶ୍ରେଣୀର ଲୋକେ ବହୁ ସରକାରୀ ଯୋଜନାରୁ ବାଦ ପଡ଼ି ସେଥିରୁ ବଞ୍ଚିତ ହେଉଛନ୍ତି । ଯାହା ଫଳରେ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି । ଖାଦ୍ୟ ସୁରକ୍ଷା ଆଇନ ୨୦୧୩ (Food Safety Act 2013) ଅନୁଯୀୟୀ, ରାଜ୍ୟ ସରକାର ୧ ଟଙ୍କାରେ ଚାଉଳ ଓ ଗହମ ରାସନ ସାମଗ୍ରୀ ଯୋଗାଇ ଦେଉଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ ମାନଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଗୋଟିଏ ପରିବାରର ରାସନ କାର୍ଡ (Ration Card) ଥିବା ସତ୍ତ୍ୱେ ଗତ ଡିସେମ୍ବର ମାସରୁ ଚଳିତ ବର୍ଷ ମେ ମାସ ଅର୍ଥାତ ଦୀର୍ଘ ୬ ମାସ ଧରି ଚାଉଳ ପାଇବାରୁ ବଞ୍ଚିତ ହୋଇରହିଛି । 

ଅଧିକ ପଢ଼ନ୍ତୁ:-ଦଶମ, ଦ୍ୱାଦଶ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ବିନା ପରୀକ୍ଷାରେ ମିଳିପାରେ ରେଲୱେରେ ଚାକିରି

ଏହି ଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ (Kandhamal) ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ (Daringbadi Block) ସିମନବାଡ଼ି ପଞ୍ଚାୟତ ଦଡ଼ିବାଡ଼ି ଗ୍ରାମରେ । ଏହି ଗ୍ରାମର ବାମଜିନୀ ପ୍ରଧାନଙ୍କ ପରିବାରକୁ ରାସନ କାର୍ଡ ଥିବା ସତ୍ତ୍ୱେ ଦୀର୍ଘ ୬ ମାସ ଧରି ଚାଉଳ ମିଳିନାହିଁ । ବାମଜିନୀ ପ୍ରଧାନଙ୍କ ପରିବାରରେ ସ୍ୱାମୀ ଲୁସିକା ପ୍ରଧାନ ଓ ୨ ପୁଅ ବାଦଲ ଓ ନିରଞ୍ଜନ ଓ ଝିଅ ଜିନିତା ଅଛନ୍ତି । ଝିଅର ବିବାହ ହୋଇସାରିଥିବା ବେଳେ ବଡ଼ ପୁଅ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଛନ୍ତି । ସରକାରଙ୍କ ପକ୍ଷରୁ ବାମଜିନୀଙ୍କ ନାଁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ବେଳେ ସେହି କାର୍ଡରେ ସ୍ୱାମୀ ଲୁସିକା ପ୍ରଧାନ, ୨ ପୁଅ ଓ ଝିଅ ଜିନିତାଙ୍କ ନାମ ସାମିଲ ରହିଛି ।  ମୁଣ୍ଡ ପିଛା ହିସାବରେ ମାସକୁ ୨୫ କିଲୋ ଚାଉଳ ମିଳୁଥିବା ଯୋଗୁଁ ପରିବାର ଲୋକେ ଯେନତେନ ପ୍ରକାରେ ଚାଲିଯାଉଥିଲେ କିନ୍ତୁ ୨୦୨୦ ମସିହାରୁ ମହାମାରୀ କୋରୋନା ଯୋଗୁଁ ସେମାନଙ୍କ ଅବସ୍ଥା ନକହିଲେ ଭଲ । ବଡ଼ ପୁଅ ନିରଞ୍ଜନ ଦାଦନ ଖଟିବାକୁ ଯାଇ ଥିବା ବେଳେ ଘରେ ବୃଦ୍ଧା ବାମଜିନୀ ସ୍ୱାମୀ ଓ ସାନ ପୁଅ ସହିତ ବହୁ ଅସୁବିଧାରେ ରହୁଛନ୍ତି ।

ଅଧିକ ପଢ଼ନ୍ତୁ:-ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ପୁଣି ୯,୩୨୯ କୋରୋନା ସଂକ୍ରମିତ

ଶେଷ ଥର ପାଇଁ ଗତ ନଭେମ୍ବର ମାସରେ ସେମାନଙ୍କୁ ଚାଉଳ ମିଳିଥିଲା । କିନ୍ତୁ ସେବେଠାରୁ ଆଜି ଯାଏଁ କିରାସିନି ମିଳୁଥିଲେ ସୁଦ୍ଧା ଚାଉଳ କାହିଁକି ଦିଆଯାଉନାହିଁ ତାହା ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି । ଦୀର୍ଘ ୬ ମାସ ହେଲା ରାସନ କାର୍ଡରେ ଚାଉଳ ନମିଳିବା ଯୋଗୁଁ ସେମାନେ ଭୋକ ଉପାସରେ ଜୀବନ ବିତାଉଥିବା ବେଳେ ପାଖ ପଡ଼ୋଶୀ କିଛି କିଛି ସହାୟତା କଲେ ଓଳିଏ ଖାଇଲେ ଆର ଓଳିଏ ଉପାସରେ ରହୁଛନ୍ତି । ତେବେ କାର୍ଡରେ କୌଣସି ତ୍ରୁଟି ନଥିବା ବେଳେ ସମସ୍ତଙ୍କ ଆଧାର କାର୍ଡ ନମ୍ବର ଯୋଡ଼ି ହେବା ସତ୍ତ୍ୱେ କାହିଁକି ତାଙ୍କୁ କାର୍ଡରେ ଚାଉଳ ଦିଆଯାଉନାହିଁ ତାହା ସେମାନେ ଜାଣିନାହାନ୍ତି ଓ ସରକାର ସେମାନଙ୍କୁ ଟଙ୍କିକିଆ ଚାଉଳ ପ୍ରଦାନ କଲେ ଜୀବନ ଥିବା ଯାଏଁ କଷ୍ଟେ ମଷ୍ଟେ ଚଳିଯିବେ ବୋଲି କହିଛନ୍ତି । 

ଅଧିକ ପଢ଼ନ୍ତୁ:-ମହିଳାଙ୍କ ମୃତ୍ୟୁକୁ ନେଇ ଭିମସାର କୋଭିଡ ହସ୍ପିଟାଲରେ ଉତ୍ତେଜନା

ଅନ୍ୟ ପକ୍ଷରେ ଲୁସିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ଘରର ରୋଜଗାର ସମ୍ପୂର୍ଣ୍ଣ ବନ୍ଦ । ଟଙ୍କାଟିଏ ରୋଜଗାର କରିବା କାହା ଦ୍ୱାରା ସମ୍ଭବ ନୁହେଁ । ତେଣୁ କିଣି ଖାଇବା ତାଙ୍କ ପାଇଁ ସାତ ସପନ ପାଲଟିଛି । ତେବେ ବର୍ତ୍ତମାନ ଦେଖିବାକୁ ରହିଲା ସରକାର ଏହି ଗରିବ ଅସହାୟ ପରିବାରକୁ କେବେ ସେମାନଙ୍କ ହକର ଚାଉଳ ଦେବେ ଏବଂ ରାସନ କାର୍ଡ ଥିବା ସତ୍ତ୍ୱେ କାହିଁକି ସେମାନଙ୍କୁ ଦୀର୍ଘ ୬ ମାସ ହେଲା ଚାଉଳ ଦିଆଯାଉନାହିଁ ତାହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଏନେଇ ସିମନବାଡ଼ି ସରପଞ୍ଚ ଅମିତା ପ୍ରଧାନଙ୍କ ସହିତ ଯୋଗାଯୋଗ କରିବାରୁ ସେ ଏହି ବାବଦରେ ଅବଗତ ଥିବା ବେଳେ ସେ ମଧ୍ୟ ଏନେଇ ବ୍ଲକ ଯୋଗାଣ ଅଧିକାରୀଙ୍କୁ ଅବଗତ କରିଥିବା କହିଥିବା ବେଳେ ବ୍ଲକ ଯୋଗାଣ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।