ବେଡରେ ରୋଗୀଙ୍କୁ ଛାଡି OPDରେ ଡାକ୍ତର ପାଳିଲେ ଜନ୍ମଦିନ
Advertisement

ବେଡରେ ରୋଗୀଙ୍କୁ ଛାଡି OPDରେ ଡାକ୍ତର ପାଳିଲେ ଜନ୍ମଦିନ

ସ୍ୱାସ୍ଥ୍ୟ କେନ୍ଦ୍ରର ଆଉଟଡୋର (OUTDOOR)ରେ ଜଣେ ଡାକ୍ତର ସନ୍ଧ୍ୟା ୫ଟାରୁ ୭ଟା ଯାଏଁ ନିଜ ଜନ୍ମଦିନ ପାଳନ କରିଥିବାର ଅଭିଯୋଗ ହୋଇଛି। ଭାଇରାଲ ଫଟୋରେ ୧୨ରୁ ୧୫ ଜଣ ମହିଳା ଓ ପୁରୁଷ ଥିବାର ଦେଖିବାକୁ ମଧ୍ୟ ମିଳୁଛି।

ବେଡରେ ରୋଗୀଙ୍କୁ ଛାଡି ଆଉଟଡୋରରେ ଡାକ୍ତର ପାଳିଲେ ଜନ୍ମଦିନ

ପ୍ରିୟବ୍ରତ ସାହୁ, କନ୍ଧମାଳ: ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ୱିତୀୟ ରୂପ । ଏମାନଙ୍କୁ ଆଗଧାଡ଼ିର କୋଭିଡ୍ ଯୋଦ୍ଧା ବୋଲି ମଧ୍ୟ କୁହାଯାଏ। ସେମାନଙ୍କ ପ୍ରଚେଷ୍ଟା ହିଁ ଜଣେ ରୋଗୀଙ୍କୁ ନୂତନ ଜୀବନ ଦେଇଥାଏ। କିନ୍ତୁ ଅନେକ ସମୟରେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ବି ଆସୁଛି। ଆଉ ସେହି ଭଳି ଏକ ଚରମ ଅବହେଳାର ଦୃଶ୍ୟ ଆଦିବାସୀ ଅଧ୍ୟୁସିତ କନ୍ଧମାଳ ଜିଲ୍ଲାରେ ଦାରିଙ୍ଗିବାଡିରେ ଦେଖିବାକୁ ମିଳିଛି। 

ଦାରିଙ୍ଗିବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (Daringibadi CHC)ର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସ୍ୱାସ୍ଥ୍ୟ କେନ୍ଦ୍ରର ଆଉଟଡୋର (OUTDOOR) ରେ ଜଣେ ଡାକ୍ତର ସନ୍ଧ୍ୟା ୫ଟାରୁ ୭ଟା ଯାଏଁ ନିଜ ଜନ୍ମଦିନ ପାଳନ କରିଥିବାର ଅଭିଯୋଗ ହୋଇଛି। ଭାଇରାଲ ଫଟୋରେ ୧୨ରୁ ୧୫ ଜଣ ମହିଳା ଓ ପୁରୁଷ ଥିବାର ଦେଖିବାକୁ ମଧ୍ୟ ମିଳୁଛି। ସେମାନେ ଅନ୍ୟ ଡାକ୍ତର ଏବଂ ହସ୍ପିଟାଲର କର୍ମଚାରୀ ବୋଲି ଦାବି କରାଯାଉଛି।

Also Read: ଦାରିଙ୍ଗିବାଡି ପଞ୍ଚାୟତ ସମିତିରେ ୧୮ କୋଟି ଟଙ୍କାରୁ ଉର୍ଦ୍ଧ୍ବର ଦୁର୍ନୀତି

ଏହି ଘଟଣାକୁ ନେଇ ଏବେ କନ୍ଧମାଳ (Kandhamal) ଜିଲ୍ଲାରେ ଆଲୋଚନା ଜୋର ଧରିଛି। ଜନସାଧାରଣଙ୍କ ସମେତ ବୁଦ୍ଧିଜୀବୀମାନେ ଆଉଟଡୋରରେ ଡାକ୍ତରଙ୍କ ଜନ୍ମଦିନ (doctor birthday) ପାଳନକୁ ଘୋର ନିନ୍ଦା କରିଛନ୍ତି। ଜନ୍ମଦିନ ପାଳନରେ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ସୁଇପର ଆଦି ସଭିଏଁ ସାମିଲ ହୋଇଥିବା ଅଭିଯୋଗ ହେଉଛି। ସେମାନେ କେକ୍ କାଟି ବେଶ ମଜାମସ୍ତି କରୁଥିବା ଭାଇରାଲ ଫଟୋରେ ଦିଖିବାକୁ ମିଳିଛି।

fallback

ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ହିଁ ଜନ୍ମଦିନ ମନାଉଥିବା ଡାକ୍ତର ସମୀର ନାୟକ ନିଜ କ୍ୱାଟର ରହିଛି। କିନ୍ତୁ ସେ ଏହି କାର୍ଯ୍ୟକ୍ରମଟିକୁ ଘରେ ନ ମାନଇ ଆଉଟଡୋର ମନାଇଥିଲେ। ତେବେ ଘଟଣାକୁ ନେଇ ଜୀ ଓଡିଶା ସାମ୍ବାଦିକ ଏଠି କଣ କରୁଛନ୍ତି ବୋଲି ଡାକ୍ତରଙ୍କୁ ପ୍ରଶ୍ନ କରିଥିଲେ। କିନ୍ତୁ ସେ କାହା ଅନୁମତିରେ ଆସିଛନ୍ତି ବୋଲି ସାମ୍ବାଦିକଙ୍କୁ ତୋଡ଼ ଦେଖାଇଥିଲେ।

Also Read: କନ୍ଧମାଳକୁ ଲେଉଟିଲା ଶୀତ

ପରେ ଡାକ୍ତର ଜଣକ ଅଜବ ଯୁକ୍ତି ରଖିଥିଲେ। ଯାହାକୁ ଶୁଣିଲେ ଯେକେହି ବି କ୍ରୋଧିତ ହେବା ସ୍ୱଭାବିକ। ସନ୍ଧ୍ୟା ୫ଟା ପରଠାରୁ ଡିୟୁଟି ସରିଗଲାଣି ଆଉ ଏହା ମୋର ଘର, ତେଣୁ ମୁଁ ମୋ ଜନ୍ମଦିନ ମାନଉଛି ବୋଲି ଡାକ୍ତର କହିଥିଲେ। ଏନେଇ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ଓ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଦିଆଯାଇଛି। ସମାନେ ଏହି ଘଟଣାକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହିବା ସହ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

fallback