ସୁନ୍ଦରୀ ୪୨୦! ଆମେରିକାରୁ କନ୍ଧମାଳ ପଠାଇଲେ କୋଟିଏ ଟଙ୍କାର ଗିଫ୍ଟ୍
Advertisement

ସୁନ୍ଦରୀ ୪୨୦! ଆମେରିକାରୁ କନ୍ଧମାଳ ପଠାଇଲେ କୋଟିଏ ଟଙ୍କାର ଗିଫ୍ଟ୍

ଆମେରିକା (America) ରୁ ଉପହାର ପଠାଇଦେଇଛି। ହେଲେ ଉପହାରଟି ବିମାନ ବନ୍ଦରର କୋରିଅର ବିଭାଗରୁ ସଂଗ୍ରହ କରିନେବ। ଆଉ ଏଥିପାଇଁ ତୁମକୁ ସେଠରେ ମାତ୍ର ୨୫ ହଜାର ଟଙ୍କା ଡ଼ିପୋଜିଟ କରିବାକୁ ପଡ଼ିବ।

ସୁନ୍ଦରୀ ୪୨୦! ଆମେରିକାରୁ କନ୍ଧମାଳ ପଠାଇଲେ କୋଟିଏ ଟଙ୍କାର ଗିଫ୍ଟ୍

ପ୍ରିୟବ୍ରତ ସାହୁ, କନ୍ଧମାଳ: ଦୁନିଆ ଯେତିକି ସ୍ମାର୍ଟ ହେଉଛି, ଠକ-ତସ୍କର ତା'ଠୁ ଦୁଇ ପାଦ ଆଗରେ ରହୁଛନ୍ତି। ଲଟେରୀ, ଅନଲାଇନ ପରେ ଏବେ QR code ସ୍କାମ ଚାଲିଛି। ଏସବୁକୁ ନେଇ ଲୋକେ ସଚେତନ ବି ହେଲେଣି। ଆଉ ଏବେ ସୋସିଆଲ ମିଡିଆର ସୁଯୋଗ ନେଇ ଲୋକଙ୍କୁ ଠକିବାକୁ ପ୍ରୟାସ କରାଯାଉଛି।

ସୋସିଆଲ ମିଡ଼ିଆ (social media) ଯୋଗେ ପ୍ରଥମେ ଚାଟିଂ, ପରେ ହେଲା ବନ୍ଧୁତା। ଧିରେ ଧିରେ ସମ୍ପର୍କ ଏତେ ଘନିଷ୍ଠ ହୋଇଗଲା ଯେ କଥା ଉପହାର ନିଆଦିଆ ପର୍ଯ୍ୟନ୍ତ ଗଲା। ବାନ୍ଧବୀ କହିଲେ, ଆମେରିକା (America) ରୁ ଉପହାର ପଠାଇଦେଇଛି। ହେଲେ ଉପହାରଟି ବିମାନ ବନ୍ଦରର କୋରିଅର ବିଭାଗରୁ ସଂଗ୍ରହ କରିନେବ। ଆଉ ଏଥିପାଇଁ ତୁମକୁ ସେଠି ମାତ୍ର ୨୫ ହଜାର ଟଙ୍କା ଡ଼ିପୋଜିଟ କରିବାକୁ ପଡ଼ିବ। ହେଲେ କନ୍ଧମାଳ (Kandhamal) ଜିଲ୍ଲାର ଦାରିଙ୍ଗିବାଡି ଅଞ୍ଚଳର ଯୁବକ ଜଣକ ନିଜର ବୁଦ୍ଧି ଖଟାଇ ଏହି ଫ୍ରଡରୁ ବର୍ତ୍ତି ଯାଇଛନ୍ତି। 

ସୋସିଆଲ ମିଡ଼ିଆରେ ଚାଟିଂ କରି ଯୁବପିଢ଼ି ସମେତ ବିଭିନ୍ନ ଧନୀକ ଶ୍ରେଣୀର ବ୍ୟକ୍ତି ବିଶେଷଙ୍କୁ ଠକିବାର ନୂଆ ଟ୍ରିକ ଏବେ ସାମ୍ନାକୁ ଆସିଛି। କନ୍ଧମାଳର ଯୁବକ ଜଣକ ଏହା ଫ୍ରଡ଼ (Online Fraud) ବୋଲି ଜାଣିଥିବାରୁ ଏଦିଗରେ କୌଣସି ଅର୍ଥ ଖର୍ଚ୍ଚ କରିନାହାନ୍ତି। କିନ୍ତୁ ସଭିଏଁ ଏଦିଗରେ ସତର୍କ ହୁଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ତେବେ ପୁରା କାହାଣୀ କଣ ଆସନ୍ତୁ ଜାଣିବା।

Also Read: ଅମିତ ଶାହାଙ୍କୁ ଖୁଆଇଥିବା BJP ନେତା BJDରେ ସାମିଲ

ଆଜକୁ ସପ୍ତାହକ ତଳେ ଫେସବୁକର (facebook) ମେସେଞ୍ଜରରେ ଜଣେ ଯୁବତୀ ପ୍ରଥମେ ବନ୍ଧୁତା ପାଇଁ ଅନୁରୋଧ କରିଥିଲେ। ବନ୍ଧୁତା ଗ୍ରହଣ କରିବା ପରେ ସେ ନିଜ ସମ୍ପର୍କରେ ଅନେକ ବିଷୟ କହିଥିଲେ। ଆଉ ପରେ ଯୁବକଙ୍କ ଠାରୁ ନିଜ ସମ୍ପର୍କରେ ଜାଣିବା ପାଇଁ ଚେଷ୍ଟା କରିଥିଲେ। ସେ ଆମେରିକାରୁ ଯୁବକଙ୍କ ପାଇଁ ଏକ ଉପହାର ପଠେଇ ଦେବି କହି ଯୁବକଙ୍କ ଠିକଣା ସମ୍ପର୍କରେ ସୂଚନା ମାଗିଥିଲେ।

ଦୁଇଦିନ ପରେ ପୁଣି ଯୁବକଙ୍କୁ ଚାଟିଂ କରି କହିଥିଲେ ଯେ, ସେ ଆମେରିକାରୁ ଉପହାର ପାଠାଇଦେଇଛନ୍ତି। ଆଉ ଉପହାର ବକ୍ସ ମଧ୍ୟରେ ୧୫ ଲକ୍ଷ ପାଉଣ୍ଡ, ନୁଆଁ ମୋଡେଲର ଆଇଫୋନ କମ୍ପ୍ୟୁଟର, ସୁନାର ହାତ ଘଡ଼ି, ନୁଆ ଆଇଫୋନ ଟାଵ, ଆଇଫୋନ ୧୧ ପ୍ରୋ ମୋବାଇଲ, ୧୧ଟି ସାର୍ଟ, ୧୦ଟି ସନଗ୍ଲାସ, ୨ଟି ସୁଟ, ଓ ୪ ହଳ ବୁଟ ଏଭଳି ୧୨ଟି ଜିନିଷ ରହିଛି। ଉପହାର ବକ୍ସଟି ଦିଲ୍ଲୀ ବିମାନବନ୍ଦରର କୋରିଅର ସେକ୍ସନରୁ ସଂଗ୍ରହ କରିନେବ। 

Also Read: ବଢୁଛି କଂସେଇଙ୍କ ଦୌରାତ୍ମ୍ୟ, ହଣା ଖାଇଲେ ନିର୍ଦୋଷ ନାବାଳକ

କେବେଳ ସେ ଉପହାରର ତାଲିକା କହିନଥିଲେ ତାହାର ରସିଦ ମଧ୍ୟ ମେସେଞ୍ଜର ଯୋଗେ ଜୌନ୍ୟକ ଯୁବକଙ୍କୁ ପଠାଇଥିଲେ। ତେବେ ଉପହାରଟି ସଂଗ୍ରହ କରିବା ସମୟରେ କୋରିଅର ବିଭାଗରେ ମାତ୍ର ୨୫ ହଜାର ଟଙ୍କା ଡ଼ିପୋଜିଟ କରିବ ବୋଲି ଜଣାଇଥିଲେ। ହେଲେ ଯୁବକ ଜଣକ ପୂର୍ବରୁ ଜାଣିସାରିଥିଲେ ଯେ ଏହା ଏକ ଫ୍ରଡ଼ ବୋଲି, ତେଣୁ ସେ ଏଦିଗରେ କୌଣସି ଅର୍ଥ ଖର୍ଚ୍ଚ କରିନାହାନ୍ତି। 

ଏଭଳି ସୋସିଆଲ ମିଡ଼ିଆ ଯୋଗେ ହେଉଥିବା ଚାଟିଂ ଓ ପରେ ପ୍ରଲୋଭନ ଦେଖାଇ ଅର୍ଥ ହଡ଼ପରୁ ଯୁବପିଡ଼ି ଦୁରେଇ ରହିବା ପାଇଁ ଯୁବକ ଅନୁରୋଧ କରିଛନ୍ତି। ଅନେକ ଏପରି ଠକଙ୍କ କଥାରେ ପଡ଼ି ବହୁ ଟଙ୍କା ଖର୍ଚ୍ଚ କରିଛନ୍ତି। ଆଉ ପରେ ନିରାଶ ହୋଇ ଭାଗ୍ୟକୁ ନିନ୍ଦନ୍ତି। ଫ୍ରଡ଼ କରୁଥିବା ବ୍ୟକ୍ତି ବିଶେଷ ସମସ୍ତ ପ୍ରକାରର ଗଳା ବାଟ ଦେଇ ଖସିଯିବାରେ ମହିର ରହିଥାନ୍ତି। ତେଣୁ ଏଠି କେବଳ ସତର୍କ ରହିବା ହିଁ ସୁରକ୍ଷିତ ମାଧ୍ୟମ।