• ଆଜି ବଡ଼ ଓଷା, ୨୫ ବର୍ଷ ପରେ ଧବଳେଶ୍ୱର ପୀଠରେ ବାବାଙ୍କ ଦୁର୍ଲଭ କିରାତାର୍ଜୁନ ବେଶ ।
  • ରାସ୍ତା ମଝିରେ ଜଳିଗଲା ଚଳନ୍ତା କଣ୍ଟେନର, ଭଦ୍ରକ ନିକଟ ଡାହାଣୀ ଗାଡିଆ ନିକଟରେ ଦୁର୍ଘଟଣା॥
  • ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ କୋରୋନା ।
  • ଦିନକୁ ଦିନ ଖସିବାରେ ଲାଗିଛି ସୁନା ଦର । ଗତ ଅଗଷ୍ଟ ମାସରେ ଭରି ପ୍ରତି ୫୬,୨୦୦ ରହିଥିଲା ।
  • ଆକାଶ ପାଠକ ଟାଟା ମୋଟର୍ସର କର୍ମଚାନୀ ନୁହଁନ୍ତି । ପୂର୍ବରୁ ଟାଟା ମୋଟର୍ସ ଦେଇଥିଲା ଏତଲା ।
  • ସେପ୍ଟେମ୍ବର ମାସରେ ହୋଇଥିଲା ମାମଲା ରୁଜୁ ॥
  • ଆଜି ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ । ପୁଷ୍ପାଳକ ସେବକମାନେ କରୁଛନ୍ତି ନୀତିକାନ୍ତି ସମାପନ ॥

ମଣିଷ ହାଟ: ଯେଉଁଠି ଜୀବନ ବିକ୍ରି ହୁଏ

ସମ୍ବଲପୁରର ମଣିଷ ହାଟ। ଏଭଳି ଏକ ଦିନ ମଜୁରିଆ ମଣିଷ ହାଟ ସମ୍ବଲପୁରର ଫାଟକ ଅଞ୍ଚଳରେ ରହିଛି। ପ୍ରତ୍ୟେକ ଦିନ ଏଠି ଦିନ ମଜୁରିଆ ସକାଳୁ ଆସି ଡେରା ପକାନ୍ତି ନିଜର ପେଟ ପାଟଣା ପାଇଁ। ମଜୁରିଆ କାମ କରି ପେଟ ପୋଷିବା ପାଇଁ ଏହି ଠାରେ ସକାଳ ୬ଟା ରୁ ୧୦ଟା ପର୍ଯ୍ୟନ୍ତ ମଣିଷ ହାଟ ବସେ। ସମ୍ବଲପୁର ସହ ଆଖପାଖର ଲୋକମାନେ ନିଜ ନିର୍ମାଣ ତଥା ନିତିଦିନ

ମଣିଷ ହାଟ: ଯେଉଁଠି ଜୀବନ ବିକ୍ରି ହୁଏ

ଅଜୟ ନାଥ, ସମ୍ବଲପୁର: ସମ୍ବଲପୁରର ମଣିଷ ହାଟ। ଏଭଳି ଏକ ଦିନ ମଜୁରିଆ ମଣିଷ ହାଟ ସମ୍ବଲପୁରର ଫାଟକ ଅଞ୍ଚଳରେ ରହିଛି। ପ୍ରତ୍ୟେକ ଦିନ ଏଠି ଦିନ ମଜୁରିଆ ସକାଳୁ ଆସି ଡେରା ପକାନ୍ତି ନିଜର ପେଟ ପାଟଣା ପାଇଁ। ମଜୁରିଆ କାମ କରି ପେଟ ପୋଷିବା ପାଇଁ ଏହି ଠାରେ ସକାଳ ୬ଟା ରୁ ୧୦ଟା ପର୍ଯ୍ୟନ୍ତ ମଣିଷ ହାଟ ବସେ। ସମ୍ବଲପୁର ସହ ଆଖପାଖର ଲୋକମାନେ ନିଜ ନିର୍ମାଣ ତଥା ନିତିଦିନିଆ କାର୍ଯ୍ୟ ପାଇଁ ସେଇଠୁ ଦିନ ମଜୁରିଆଙ୍କୁ କାମ ପାଇଁ ମୁଲଚାଳ କରି ନେଇଥାନ୍ତି।

ଏଇଟା ହେଉଛି ସମ୍ବଲପୁର ର ମଣିଷ ହାଟ। ସମ୍ବଲପୁର ସହରର ମଧ୍ୟସ୍ଥଳ ରେ ଫାଟକ ରେଳ ଷ୍ଟେସନ । ତାପାଖ ରେ ଏବଂ ଓଭର ବ୍ରିଜ ତଳେ ପ୍ରତ୍ୟେକ ଦିନ ସୋମବାର ରୁ ରବିବାର ପର୍ଯ୍ୟନ୍ତ  ବସେ ମଣିଷ ହାଟ। ସବୁଦିନ ସକାଳ ବେଳା ଏଠି ଦେଖିବାକୁ ମିଳେ ଦିନ ମଜୁରିଆଙ୍କ ଭିଡ଼।ଏପରିକି ଏହି ଅଞ୍ଚଳକୁ ଦିନ ମଜୁରିଆ ଭାବେ କାମ କରିବା ପାଇଁ ସୁଦୂର ବଙ୍ଗାଲ ଏବଂ ଛତିଶଗଡ ରୁ ମଧ୍ୟ ନିର୍ମାଣ ଶ୍ରମିକ ତଥା ଦିନ ମଜୁରିଆ ମାନେ ଆସିଥାନ୍ତି। ତା ସହ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମଧ୍ୟ ଦିନ ମଜୁରିଆ ମାନେ ଟଙ୍କା ରୋଜଗାର ତଥା ପରିବାର ପ୍ରତିପୋଷଣ କରିବା ପାଇଁ ଏଠିକି ଆସିଥାନ୍ତି।

ଅଧିକ ପଢନ୍ତୁ: କୋରୋନା ମାମଲାରେ ନୂଆ ରେକର୍ଡ କଲା ରାଜଧାନୀ

ସମସ୍ତଙ୍କୁ ସବୁଦିନ କାମ ମିଳେ ନାହିଁ।ସେଥିପାଇଁ ବାହାରୁ ଆସିଥିବା ଦିନ ମଜୁରିଆ ଙ୍କୁ ବେଳେ ବେଳେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।ଏପରିକି ସେମାନଙ୍କ ପାଖରେ ଘରଭଡା ଦେବାକୁ ମଧ୍ୟ ଟଙ୍କା ନ ଥିବାର ସେମାନେ କହିଛନ୍ତି।ମହିଳା ମାନେ ମଧ୍ୟ ରେଜ଼ା ଭାବରେ କାମ କରି ଦି ପଇସା ରୋଜଗାର କରନ୍ତି କିନ୍ତୁ ବର୍ତ୍ତମାନ କରୋନା ପାଇଁ କାମ ବନ୍ଦ ରହୁଥିବା ରୁ ସେତେଟା ଉପାର୍ଜନ ହୋଇପାରୁ ନ ଥିବାର ଅଭିଯୋଗ କରନ୍ତି ସେମାନେ।ସେମାନଙ୍କ ପାଇଁ ମଧ୍ୟ ସରକାରୀ  ସୁଯୋଗ କିଛି ସୃଷ୍ଟି କରାଯାଉ ବୋଲି ସେମାନେ କହନ୍ତି।

ପାଖାପାଖି ୩୦ ବର୍ଷ ହେବ ଏହି ମଣିଷ ହାଟ ଆରମ୍ଭ ହୋଇଥିବାର କହନ୍ତି କିଛି ସ୍ଥାନୀୟ ଦିନ ମଜୁରିଆ। ଯେତେବେଳେ ଦୈନିକ ମଜୁରୀ ଆଠ ଟଙ୍କା ଥିଲା ସେ ସମୟରୁ କିଛି ଦିନ ମଜୁରିଆ ଏହି ଫାଟକ ଅଞ୍ଚଳକୁ କାର୍ଯ୍ୟ ଅନ୍ୱେଷଣରେ ପ୍ରତ୍ୟେକ ଦିନ ଆସୁଛନ୍ତି। ଆଜି ଦୈନିକ ମଜୁରୀ ୩୦୦ ଟଙ୍କାରେ ପହଞ୍ଚିଛି। କିନ୍ତୁ ତଥାପି ସମସ୍ତଙ୍କୁ କାମ ମିଳୁ ନ ଥିବାରୁ ବେଳେ ବେଳେ ଖାଲି ହାତରେ ଘରକୁ ଫେରୁଥିବାର କହିଛନ୍ତି ସେମାନେ।

ଅଧିକ ପଢନ୍ତୁ : ଚୀନର ୱୁହାନରୁ ପୁଣି ଆସିଲା ଦୁନିଆ ପାଇଁ ଚିନ୍ତା ବଢ଼ାଇଲା ଭଳି ଖବର

ସେହିଭଳି ଭାବରେ ବର୍ତ୍ତମାନ ପରିସ୍ଥିତିରେ ସୁଦୂର ବଙ୍ଗାଲ ଛତିଶଗଡ଼ ସହ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ମଧ୍ୟ କାମ ଅନ୍ୱେଷଣରେ ଆସି ସମ୍ବଲପୁରର ଫାଟକ ମଣିଷ ହାଟରେ ଅନେକ ଲୋକ ସାମିଲ ହୋଇଛନ୍ତି। ସବୁଦିନ ସକାଳ ୬ଟା ରୁ ଦିନ ୧୦ଟା ପର୍ଯ୍ୟନ୍ତ ଫାଟକ ଓଭର ବ୍ରିଜ ତଳେ ଲାଗେ ଦିନ ମଜୁରିଆଙ୍କର ମଣିଷ ହାଟ। ପ୍ରତ୍ୟେକ ଦିନ ୨୦୦ ରୁ ୨୫୦ ଦିନ ମଜୁରିଆଙ୍କର ଭିଡ଼ ଜମେ। ଘର ତିଆରି କାମ ସହ ଅନ୍ୟାନ୍ୟ କାମ ଯେମିତି ଘର କାମ କି କୁଲିମଜୁରୀ କାମ ଏମାନେ କରିଥାନ୍ତି। ସାଧାରଣ ଲୋକ କିମ୍ବା ଠିକାଦାରମାନେ ଆସି ମୂଲ ଚାଲ କରି ଏମାନଙ୍କୁ ନିଜ ସୁବିଧା ଅନୁସାରେ କାର୍ଯ୍ୟ ପାଇଁ ନେଇଥାନ୍ତି । କିଛି ଲୋକ ଭଲ ଦି ପଇସା ରୋଜଗାର କରି ନିଜ ଘରକୁ ମଧ୍ୟ ଟଙ୍କା ପଠାଉଥିବାର କହିଛନ୍ତି। 

ସବୁଦିନ ଭଲ ଦି ପଇସା ରୋଜଗାର ଆଶାରେ ଫାଟକର ଏହି ମଣିଷ ହାଟ କୁ ଆସନ୍ତି ଦିନ ମଜୁରିଆ। ଭାଗ୍ୟ ଭଲ ଥିଲେ କାମ ମିଳେ। ପେଟ ପୁରେ।ଘରଭଡା ଦିଆହୁଏ। ଗାଁକୁ ଟଙ୍କା ମଧ୍ୟ ପଠା ହୁଏ। କିନ୍ତୁ ଭାଗ୍ୟ ଖରାପ ଥିଲେ ମୁଠାଏ ଖାଇବାକୁ ମଧ୍ୟ ସଂଘର୍ଷ କରିବାକୁ ପଡିଥାଏ। ଏଇଟା ହେଉଛି ଏହି ମଣିଷ ହାଟର ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଚରିତ୍ରଙ୍କର କାହାଣୀ।

ଅଧିକ ପଢନ୍ତୁ: ୨୧ବର୍ଷ ପରେ କାରଗିଲ ଯୁଦ୍ଧର ଗୁମର ଖୋଲିଲେ ସରିଫ !