କପାଚାଷୀଙ୍କ ସମସ୍ୟା ବଢାଇଛି ପତ୍ରପୋଡ଼ା ରୋଗ

ଅର୍ଥକାରୀ ଫସଲ ମଧ୍ୟରେ କପା ଚାଷ ଅନ୍ୟତମ। ଧଳା ସୁନା ଭାବେ ପରିଚିତ ଏହି ଚାଷ ଏବେ ସଙ୍କଟରେ। ପତ୍ରମୋଡା ରୋଗ ସାଙ୍ଗକୁ ପୋକ ଲାଗି ନଷ୍ଟ ହେଉଛି ଗଛ। ପତ୍ର ଖାଇବା ପରେ ଫଳ ଖାଇ ଯାଉଛନ୍ତି ପୋକ। ଉତ୍ପାଦନ କମିବା ଆଶଂକାରେ ଚାଷୀ। ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳରୁ ଦେଖିବା ଏହି ରିପୋର୍ଟ।

କପାଚାଷୀଙ୍କ ସମସ୍ୟା ବଢାଇଛି ପତ୍ରପୋଡ଼ା ରୋଗ

ସୁଜିତ ବିଷୋୟୀ, ଗଜପତି : ଅର୍ଥକାରୀ ଫସଲ ମଧ୍ୟରେ କପା ଚାଷ ଅନ୍ୟତମ। ଧଳା ସୁନା ଭାବେ ପରିଚିତ ଏହି ଚାଷ ଏବେ ସଙ୍କଟରେ। ପତ୍ରମୋଡା ରୋଗ ସାଙ୍ଗକୁ ପୋକ ଲାଗି ନଷ୍ଟ ହେଉଛି ଗଛ। ପତ୍ର ଖାଇବା ପରେ ଫଳ ଖାଇ ଯାଉଛନ୍ତି ପୋକ। ଉତ୍ପାଦନ କମିବା ଆଶଂକାରେ ଚାଷୀ। ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳରୁ ଦେଖିବା ଏହି ରିପୋର୍ଟ। ଜିଲ୍ଲାର କାଶୀନଗର ଓ ରାୟଗଡ଼ ବ୍ଲକର ଶହ ଶହ ଏକର ଜମିରେ ଲାଗିଛି କପା ଗଛ। 

ଢ଼ିପ ତଥା ଗଡାଣିଆ ପଦର ଜମିରେ ସ୍ୱଳ୍ପ ବୃଷ୍ଟିରେ ମଧ୍ୟ ପ୍ରଚୁର ପରିମାଣରେ ଉତ୍ପାଦନ ହେଉଥିବାରୁ ଆଗ୍ରହ ପ୍ରକାଶ କରିଥାନ୍ତି ଚାଷୀ। ତେବେ ଚଳିତ ବର୍ଷ ପତ୍ରମୋଡା ରୋଗ ସାଙ୍ଗକୁ ପୋକ, ଚାଷୀଙ୍କ ଚିନ୍ତା ବଢ଼ାଇଛି । ବଜାରରୁ ଔଷଧ ଆଣି ସିଞ୍ଚନ କରିବା ସତ୍ତ୍ୱେ କୌଣସି ସୁଫଳ ମିଳୁନାହିଁ। ବାରମ୍ବାର କୃଷି ବିଭାଗକୁ ଜଣାଇଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଚାଷୀ। ଅମଳ କମିବା ଏକ ପ୍ରକାର ନିଶ୍ଚିତ ହୋଇଥିବାରୁ ଚାଷୀଙ୍କ ଆର୍ଥିକ ସ୍ଥିତି ଭୁଷୁଡିବା ‌ସହ ୠଣ ବୋଝ ଚିନ୍ତା ବଢାଉଥିବା କହିଛନ୍ତି ଚାଷୀ। 

କେତେବେଳେ ବନ୍ୟା ତ କେତେବେଳେ ମରୁଡି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଉଥିବା ବେଳେ ବଜାରର ନକଲି ଔଷଧ କିଣି ନୟାତ ହେଉଛନ୍ତି ଚାଷୀ। ଅପରପକ୍ଷରେ କପା ଚାଷରେ ସାଧାରଣତଃ ପୋକ ଲାଗିବା ସ୍ୱାଭାବିକ , ରିହାତି ଦରରେ ଔଷଧ ଯୋଗାଇ ଦେବାର ବ୍ୟବସ୍ଥା ରହିଛି  କିନ୍ତୁ ବ୍ଳକସ୍ତରର ଅଧିକାରୀ ମାନେ କି ପ୍ରକାର ଔଷଧ ବ୍ୟବହାର ପାଇଁ କହିଛନ୍ତି ତାହା ଅନୁସାରେ  ଚାଷୀଙ୍କ ସମସ୍ୟାକୁ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ  ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ। ସବୁବେଳେ କୃଷିଓ କୃଷକକୁ ପ୍ରାଧାନ୍ୟ ଦେଉଥିବା ସରକାର ଚାଷୀଙ୍କ ସମସ୍ୟାର ସମାଧାନ କରୁଛନ୍ତି ନାଁ ପ୍ରତେକ ଥର ଭଳି ଚାଷୀ କ୍ଷତି ସହି ଚୁପ ରହିବା ପାଇଁ ବାଧ୍ୟ ହେଉଛନ୍ତି ତାହା ଉପରେ ରହିଛି ସଭିଙ୍କ ନଜର ।