Advertisement
Article Detail0/zeeodisha/odisha691832
Zee OdishaOdisha Stateଓଡ଼ିଶାରେ ପଶିଲେଣି ପଙ୍ଗପାଳ !

ଓଡ଼ିଶାରେ ପଶିଲେଣି ପଙ୍ଗପାଳ !

ଓଡିଶାରେ ପ୍ରଥମ କରି ପଙ୍ଗପାଳକୁ ନେଇ ଚାଷୀକୁଳ ଆତଙ୍କିତ ହୋଇଥିବା ଦେଖିବାକୁ ମିଳିଛି । ହେକ୍ଟର ହେକ୍ଟର ସବୁଜ ଫସଲରେ ଲାଗିଛନ୍ତି ମାଳ ମାଳ ଝିଣ୍ଟିକା ପ୍ରଜାତିର କୀଟ, ନିମିଷକେ ଖାଇଯାଉଛନ୍ତି ସବୁଜ ପତ୍ର , ଯାହାକୁ ନେଇ ଚାଷୀ କୁଳ ଏବେ ଚିନ୍ତାରେ । ଓଡିଶା କୁ ଜୁନ ମାସରେ ପଙ୍ଗପାଳ ପ୍ରଜାତିର କୀଟ ଆସିବା ନେଇ ସରକାର ବିଭିନ୍ନ କଳ୍ପନାଜଳ୍ପନା କରି ସେମାନ

ଓଡ଼ିଶାରେ ପଶିଲେଣି ପଙ୍ଗପାଳ !

ମୋହନା: ଓଡିଶାରେ ପ୍ରଥମ କରି ପଙ୍ଗପାଳକୁ ନେଇ ଚାଷୀକୁଳ ଆତଙ୍କିତ ହୋଇଥିବା ଦେଖିବାକୁ ମିଳିଛି । ହେକ୍ଟର ହେକ୍ଟର ସବୁଜ ଫସଲରେ ଲାଗିଛନ୍ତି ମାଳ ମାଳ ଝିଣ୍ଟିକା ପ୍ରଜାତିର କୀଟ, ନିମିଷକେ ଖାଇଯାଉଛନ୍ତି ସବୁଜ ପତ୍ର , ଯାହାକୁ ନେଇ ଚାଷୀ କୁଳ ଏବେ ଚିନ୍ତାରେ । ଓଡିଶା କୁ ଜୁନ ମାସରେ ପଙ୍ଗପାଳ ପ୍ରଜାତିର କୀଟ ଆସିବା ନେଇ ସରକାର ବିଭିନ୍ନ କଳ୍ପନାଜଳ୍ପନା କରି ସେମାନଙ୍କୁ ପ୍ରତିହତ କରିବା ପାଇଁ  ପ୍ରସ୍ତୁତି ଚଳାଇଥିବା ବେଳେ ପ୍ରଥମ କରି ପଙ୍ଗପାଳ ସଦୃଶ୍ୟ ଝିଣ୍ଟିକା ପ୍ରଜାତିର କୀଟ ଫସଲ ଖାଇଯାଉଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକ ଅଞ୍ଚଳର ବିଭିନ୍ନ ସ୍ଥାନରେ। 

ବର୍ତ୍ତମାନ ଏହି କୀଟ ଲକ୍ଷାଧିକ ସଂଖ୍ୟାରେ ପ୍ରବେଶ କରିଥିବା ବେଳେ ଗଛର ପତ୍ରକୁ ମିଳିମିଶି ଖାଇଚାଲିଛନ୍ତି । ବିଶେଷ କରି କାଜୁ, ପୋକସୁଙ୍ଗା, ଖଜୁରି, ସଲପ, ଲଙ୍କା, ଭଳି ସମସ୍ତ ଫସଲରେ କୀଟମାନେ ଫସଲକୁ ନଷ୍ଟ କରିବାରେ ଲାଗିଛନ୍ତି । ଯାହାଫଳରେ ଧାର କରଜ କରି ନିଜ ଛୁଆପିଲାଙ୍କ ପେଟରେ ମୁଠାଏ ଦାନା ଦେବା ପାଇଁ ଚାଷୀକୁଳ ଯେଉଁ ରୋଜଗାରର ଆଶା ରଖିଥିଲା ତାହା ଏବେ ମଉଳିବାରେ ବସିଛି । ଏହୀ କୀଟକୁ ନେଇ ବର୍ତ୍ତମାନ ଚାଷୀମାନେ ଭୟଭୀତ ଥିବା ପ୍ରକାଶ କରିଛନ୍ତି । 

ଅପରପକ୍ଷେ,ଖବର ପାଇ ଜିଲ୍ଲା କୃଷି ଅଧିକାରୀ ଓ କୃଷି ବିଶେଷଜ୍ଞ ଦଳ ଘଟଣା ସ୍ଥଳରେ ପହଞ୍ଚି ଟିକିନିଖି ତଦନ୍ତ କରିବା ସହ ଏଥିରେ କୌଣସି ଭୟଭୀତ ନହେବାକୁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି । ଏହି କୀଟକୁ ଦମନ କରିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ଅତିଶୀଘ୍ର ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି କୃଷି ବିଭାଗୀୟ ଅଧିକାରୀମାନେ।

Add Zee News as a Preferred Source
About the Author