ଯୁବଶିଳ୍ପୀଙ୍କ ଅଭିନବ ଉଦ୍ୟମ, ଦିଆସିଲ କାଠିରେ ପ୍ରସ୍ତୁତ କଲେ ମହାପ୍ରଭୁଙ୍କ ଚାପ
Advertisement

ଯୁବଶିଳ୍ପୀଙ୍କ ଅଭିନବ ଉଦ୍ୟମ, ଦିଆସିଲ କାଠିରେ ପ୍ରସ୍ତୁତ କଲେ ମହାପ୍ରଭୁଙ୍କ ଚାପ

ଏହି ସମୟରେ କେବଳ ଭକ୍ତଙ୍କ ପାଇଁ ଘରେ ଲକଡାଉନରେ ରହି ପୁରୀ କୁମ୍ଭାରପଡା ଅଞ୍ଚଳର ଯୁବଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ ଦିଆସିଲି କାଠିରେ ନିର୍ମାଣ କରିଛନ୍ତି ମହାପ୍ରଭୁଙ୍କ ନନ୍ଦା ଚାପ । 

ଯୁବଶିଳ୍ପୀଙ୍କ ଅଭିନବ ଉଦ୍ୟମ, ଦିଆସିଲ କାଠିରେ ପ୍ରସ୍ତୁତ କଲେ ମହାପ୍ରଭୁଙ୍କ ଚାପ

ପୁରୀ: ବୈଶାଖ ଶୁକ୍ଳ ତୃତୀୟା ତିଥିକୁ ପବିତ୍ର ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ । ଏହି ପବିତ୍ର ତିଥି ଠାରୁ ଦୀର୍ଘ ୨୧ ଦିନ ବ୍ୟାପି ମହାପ୍ରଭୁଙ୍କର ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ମହାମାରୀ କୋରୋନା ପାଇଁ ଶ୍ରୀଜୀଉଙ୍କ ବାହାର ଚନ୍ଦନ ଯାତ୍ରା ବିନାଭକ୍ତରେ ଅନୁଷ୍ଠିତ ହେଉଛି । ଏଣୁ   ଅନେକ ଭକ୍ତ ମହାପ୍ରଭୁଙ୍କ ଏହି ଦୁର୍ଲଭ ଯାତ୍ରା ଦେଖିବାରୁ ବଞ୍ଚିତ ହେବେ । 

ଅଧିକ ପଢ଼ନ୍ତୁ:-୫୨ ଲକ୍ଷ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ମିଳିବାରେ ହୋଇପାରେ ବିଳମ୍ବ, ଏହି କାରଣରୁ ହୋଇପାରିନି ଘୋଷଣା

ଏହି ସମୟରେ କେବଳ ଭକ୍ତଙ୍କ ପାଇଁ ଘରେ ଲକଡାଉନରେ ରହି ପୁରୀ କୁମ୍ଭାରପଡା ଅଞ୍ଚଳର ଯୁବଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ ଦିଆସିଲି କାଠିରେ ନିର୍ମାଣ କରିଛନ୍ତି ମହାପ୍ରଭୁଙ୍କ ନନ୍ଦା ଚାପ । ପ୍ରାୟ ୨୧୨୦ଟି ଦିଆସିଲି କାଠି ବ୍ଯବହାର କରି ନନ୍ଦା ଚାପକୁ ଗଢିବାକୁ ଲାଗିଛି ଚାରିଦିନ । ଯାହାର ଲମ୍ୱ ୨୪ ଇଞ୍ଚ  ଓ ପ୍ରସ୍ଥ ୧୯ ଇଞ୍ଚ ରହିଛି । ଏହାକୁ ନିର୍ମାଣ କରିବା ପାଇଁ କେବଳ ଦିଆସିଲି କାଠି ଓ ଅଠା ବ୍ୟବହାର ହୋଇଥିବା କହିଛନ୍ତି ଶାଶ୍ୱତ ।