ଧାନ ଫସଲରେ ପତ୍ରପୋଡ଼ା ରୋଗ, ଚିନ୍ତାରେ ଚାଷୀ
Advertisement

ଧାନ ଫସଲରେ ପତ୍ରପୋଡ଼ା ରୋଗ, ଚିନ୍ତାରେ ଚାଷୀ

ଚାଷୀ ଧାନ ଫସଲ କରି ସେଥିରେ ବର୍ଷସାରା ନିଜର ପରିବାର ପ୍ରତିପୋଷଣ କରିଆସୁଥିଲା। ହେଲେ ଚଳିତ ବର୍ଷ ସେହି ଧାନ ଫସଲ ନଷ୍ଟ ହେବାକୁ ଲାଗିଛି।ଏକର ଏକର ଧାନ ଫସଲ ସବୁ ପତ୍ର ପୋଡ଼ା ସାଙ୍ଗକୁ ଗଣ୍ଠି  ପୋକ ଲାଗି ଧାନ କେଣ୍ଡାଗୁଡ଼ିକ ଶୁଖି ଶୁଖି ଯାଉଛି। ଆଉ ଚାଷୀର ତମାମ ବର୍ଷର ଆଶା ଏବେ ମଉଳିଯାଇଥିବା ବେଳେ ଚଳିତ ବର୍ଷ ଧାନ ଫସଲ

ଧାନ ଫସଲରେ ପତ୍ରପୋଡ଼ା ରୋଗ, ଚିନ୍ତାରେ ଚାଷୀ

ପ୍ରିୟବ୍ରତ ସାହୁ, କନ୍ଧମାଳ: ଚାଷୀ ଧାନ ଫସଲ କରି ସେଥିରେ ବର୍ଷସାରା ନିଜର ପରିବାର ପ୍ରତିପୋଷଣ କରିଆସୁଥିଲା। ହେଲେ ଚଳିତ ବର୍ଷ ସେହି ଧାନ ଫସଲ ନଷ୍ଟ ହେବାକୁ ଲାଗିଛି।ଏକର ଏକର ଧାନ ଫସଲ ସବୁ ପତ୍ର ପୋଡ଼ା ସାଙ୍ଗକୁ ଗଣ୍ଠି  ପୋକ ଲାଗି ଧାନ କେଣ୍ଡାଗୁଡ଼ିକ ଶୁଖି ଶୁଖି ଯାଉଛି। ଆଉ ଚାଷୀର ତମାମ ବର୍ଷର ଆଶା ଏବେ ମଉଳିଯାଇଥିବା ବେଳେ ଚଳିତ ବର୍ଷ ଧାନ ଫସଲ ଆଉ ଆଦାୟ ହେବ ନାହିଁ ବୋଲି ଚାଷୀ କହିଲେଣି। ଏଭଳି କିଛି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ କରଡ଼ା ପଞ୍ଚାୟତର ଅଂଳାପଟା ଗ୍ରାମରୁ।

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ କରଡ଼ା ପଞ୍ଚାୟତର ଅଂଳାପଟା ଗ୍ରାମରେ ପ୍ରାୟ ୬୦ଟି ଚାଷୀ ପରିବାର ଲୋକ ବାସ କରୁଛନ୍ତି। ଆଉ ସେମାନଙ୍କ ଚାଷ କହିଲେ କେବଳ ଧାନ ଫସଲ। ଆଉ ଏହି ଧାନ ଫସଲ କରି ଅଂଳାପଟା ଗ୍ରାମର ଲୋକେ ବର୍ଷ ସାରା ନିଜ ପରିବାର ପ୍ରତିପୋଷଣ କରିଆସୁଛନ୍ତି।ହେଲେ ଚଳିତ ବର୍ଷ ସେହି ଧାନ ଫସଲ ସବୁ ନଷ୍ଟ ହେବାକୁ ବସିଛି।କାରଣ ଯେଉଁସବୁ ଧାନ ଫସଲରେ ଏବେ ଧାନ କେଣ୍ଡା ଧରି କ୍ଷୀର ଧରିବା ଆରମ୍ଭ ହେଇଥିଲା। ସେସବୁ ଫସଲ ପତ୍ର ପୋଡ଼ା ରୋଗ ସାଙ୍ଗକୁ ଗଣ୍ଠିପୋକ ଲାଗି ଧାନ କେଣ୍ଡାଗୁଡିକ ଶୁଖି ଶୁଖି ଯାଉଛି। ଯାହାକି ଅଂଳାପଟା ଗ୍ରାମର ସବୁ ଚାଷୀଙ୍କ ଏହି ସମାନ ସମସ୍ୟା ଦେଖା ଦେଇଥିବା ବେଳେ ଚାଷୀର ଏବେ ବର୍ଷଟା ଯାକର ଆଶା ମଉଳିଯାଇଛି।

ସେପଟେ ଧାନ ଫସଲ ସବୁ ନଷ୍ଟ ହୋଇଯାଉଥିବା ଦେଖି  ଅଂଳାପଟା ଗ୍ରାମର ଚାଷୀମାନେ ଧାନ ଫସଲରେ ଔଷଧ ମଧ୍ୟ ପକାଇଥିଲେ।ହେଲେ ତାହା କୌଣସି କାମ ଦେଲାନି।ଆଉ ସେପଟେ ରାଇକିଆ କୃଷି ବିଭାଗକୁ ଜଣାଇବା ସହ ବାରମ୍ବାର ଚାଷୀ ଅଭିଯୋଗ କରିଆସୁଥିଲେ ମଧ୍ୟ କେହି ଏଦିଗରେ ଦୃଷ୍ଟି ଦେଉନାହାନ୍ତି। ଏଭଳି ସ୍ଥଳେ ଧାନ ଫସଲ ଆଉ ଚଳିତ ବର୍ଷ ଆଦାୟ ହୋଇପାରିବନାହିଁ ବୋଲି ଚାଷୀ ମନବଳାଇ ସାରିଲାଣି। ଆଉ ଏମିତିରେ ନିଜ ପରିବାରର କିଭଳି ପ୍ରତିପୋଷଣ କରିବେ ସେ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ।ଏଣୁ ସରକାର ଏଦିଗରେ ସହାୟତା ଯୋଗାଇ ଦେଲେ ଅଂଳାପଟା ଗ୍ରାମର ଚାଷୀ  ଉପକୃତ ହୋଇପାରିବୁ  ବୋଲି ଅନୁରୋଧ ଜଣାଇଛନ୍ତି। ତେବେ ଏନେଇ କୃଷି  ବିଭାଗ୍ୟ ଅଧିକାରୀମାନଙ୍କ କୌଣସି ମତାମତ ମିଳିପାରିନଥିବା ବେଳେ ସେପଟେ କ୍ଷେତିଗ୍ରସ୍ତ ଚାଷୀଙ୍କୁ ସରକାର କ୍ଷତିପୂରଣ ଯୋଗାଇ ଦେବା ନିତାନ୍ତ ଜରୁରୀ ହୋଇପଡିଛି।