ଆସନ୍ତା ୩୧ ଭିତରେ ମାଟ୍ରିକ ରେଜଲ୍ଟ
Advertisement
Article Detail0/zeeodisha/odisha710544

ଆସନ୍ତା ୩୧ ଭିତରେ ମାଟ୍ରିକ ରେଜଲ୍ଟ

ଖାତା ଦେଖା ସରିଛି । ଟାବୁଲେସନ ଚାଲିଛି।

ଆସନ୍ତା ୩୧ ଭିତରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ଆସନ୍ତା ୩୧ ତାରିଖ ମଧ୍ୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଏନେଇ ସେ ସୂଚନା ଦେଇ କହିଛନ୍ତି କି, ମାଟ୍ରିକ ଖାତା ଦେଖା ସରିଛି। ଟାବୁଲେସନ ଚାଲିଛି। ଖୁବ ଶୀଘ୍ର ତାହା ମଧ୍ୟ ସରିଯିବ। 

ଶ୍ରୀ ଦଶ ଆହୁରି ମଧ୍ୟ କହିଛନ୍ତି କି, ଯୁକ୍ତ ଦୁଇ ଖାତା ଦେଖା ଚାଲିଛି। ୨୦ଟି ଜିଲ୍ଲାରେ କୋରୋନା ପ୍ରଭାବ ଗୁରୁତର ରହିଛି। ଖାତା ଦେଖିବାକୁ ଶିକ୍ଷକମାନେ ଆସି ପାରୁନାହାନ୍ତି। ତେବେ ସରକାରୀ ସ୍ତରରେ ଆମେ ମୁଖ୍ୟ ଶାସନ ସଚିବଙ୍କୁ ସୂଚନା ଦେବୁ। ଏହା ପରେ କିପରି ସରଳ ଭାବରେ ଖାତା ଦେଖା ହେବ  ତାହା ଉପରେ ମଧ୍ୟ ଚିନ୍ତା କରୁଛୁ ବୋଲି ସେ କହିଥିଲେ। 

 

 

;